ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କୁ ବିରୋଧ । ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ 11 ଜଣ କାଉନସିଲର । ଦୁର୍ନୀତି ପୂର୍ଣ କାର୍ଯ୍ୟକଳାପ, ଅନିୟମିତତା, ମନମୁଖୀ କାର୍ଯ୍ୟ, ୱାର୍ଡ ପ୍ରତି ପକ୍ଷପାତିତା ଏବଂ କାଉନସିଲର ମାନଙ୍କ ପ୍ରତି ଅଣଦେଖା ଅଭିଯୋଗ ହୋଇଛି । 13 ଜଣ କାଉନ୍ସିଲରଙ୍କ ମଧ୍ୟରୁ 11 ଜଣ କାଉନ୍ସିଲର ଜିଲ୍ଲାପାଳଙ୍କୁ ଅନାସ୍ଥା ପାଇଁ ଲିଖିତ ଭାବେ ଦେଇଥିବା ଜଣାପଡିବା ସହ ଏହାର ଏକ ନକଲ ହସ୍ତଗତ ହୋଇଛି।
ଏହା ମଧ୍ୟ ପଢନ୍ତୁ-ଦେବଗଡ଼ ପୌରଧ୍ୟକ୍ଷାଙ୍କ ମନମୁଖୀ ଅଭିଯୋଗ, କାର୍ଯ୍ୟାଳୟ ଘେରିଲେ ଉପାଧ୍ୟକ୍ଷଙ୍କ ସହ 7 କାଉନସିଲର
ବିଜେଡି କାଉନସିଲର ରାଜେନ୍ଦ୍ର ପାଢୀ ଓ ଉପାଧ୍ୟକ୍ଷା ପାୟଲ ବେହେରାଙ୍କ ସମେତ ଅନ୍ୟମାନେ ଜିଲ୍ଲାପାଳଙ୍କୁ ଓଡିଶା ପୌର ପାଳିକା ନିୟମ 1950 ଭାଗ 54(1) ପ୍ରକାରେ ଅଭିଯୋଗ କରିଛନ୍ତି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏନେଇ ସମସ୍ତ କାଉନସିଲରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ଜିଲ୍ଲାପାଳ ଆସନ୍ତା 23 ତାରିଖ ଦିନ ମୁନିସିପାଲଟି ସଭାଗୃହ ଠାରେ ଦିନ 10 ଟାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କ ଉପସ୍ଥିତିରେ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ଥାବ ସମ୍ପର୍କରେ ଆଲୋଚନା କରାଯିବ ଏବଂ ଆବଶ୍ୟକତା ପଡିଲେ 12 ଟାରେ ଭୋଟ ଗ୍ରହଣ କରାଯାଇ 12 ଟା 30 ମିନଟରେ ଫଳାଫଳ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ କାଉନସିଲର ଙ୍କୁ ଦେଇଥିବା ପତ୍ରରୁ ଜଣାପଡିଛି । ସମ୍ପୃକ୍ତ 11 ଜଣ କାଉନସିଲର ଓ ପୌର ଅଧ୍ୟକ୍ଷାଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ-ବାଲେଶ୍ବର ବିଜେଡିରେ ଫାଟ! ବିଧାୟକଙ୍କ ବିରୋଧରେ ମୁହଁ ଖୋଲିଲେ କାଉନସିଲର, ଥାନାରେ ଏତଲା
ଗତ ପୌର ନିର୍ବାଚନରେ ସ୍ମିତା ରାଣୀ ମହାନ୍ତି ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡିର ପୁନମ କହଁରଙ୍କୁ ହରାଇଥିଲେ । ଏହାପରେ ସେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ହୋଇଥିଲେ। ସେବେଠାରୁ ହିଁ ବିଭିନ୍ନ କାର୍ଯ୍ୟାଦେଶକୁ ନେଇ ପୌର ଅଧ୍ୟକ୍ଷା, କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏଥିର ଅତିଷ୍ଟ ହୋଇ ଶେଷରେ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର ମାନେ ।
ଇଟିଭି ଭାରତ, କନ୍ଧମାଳ