ETV Bharat / state

ଦେବଗଡ଼ ପୌରଧ୍ୟକ୍ଷାଙ୍କ ମନମୁଖୀ ଅଭିଯୋଗ, କାର୍ଯ୍ୟାଳୟ ଘେରିଲେ ଉପାଧ୍ୟକ୍ଷଙ୍କ ସହ 7 କାଉନସିଲର

author img

By ETV Bharat Odisha Team

Published : Feb 18, 2024, 11:57 AM IST

Deogarh Municipality: ଦେବଗଡ଼ ପୌର ଅଧ୍ୟକ୍ଷା ମନୋମୁଖୀ କାରବାର କରୁଥିବା ଅଭିଯୋଗ ଆଣି ପୌର କାର୍ଯ୍ୟାଳୟ ଘେରାଉ କରିଛନ୍ତି ପୌର ଉପାଧ୍ୟକ୍ଷଙ୍କ ସହିତ ସାତଜଣ ୱାର୍ଡ କାଉନସିଲର । ଅଧିକ ପଢ଼ନ୍ତୁ

ଦେବଗଡ଼ ପୌରପରିଷଦ
ଦେବଗଡ଼ ପୌରପରିଷଦ
ଦେବଗଡ଼ ପୌରପରିଷଦ

ଦେବଗଡ଼: ଦୁଇବର୍ଷ ହେଲା କୋମାରେ ପଡିଛି ଦେବଗଡ଼ ପୌରପରିଷଦ । ପୌର ଅଧ୍ୟକ୍ଷାଙ୍କ ଏକଛତ୍ରବାଦ ଶାସନ ତଥା ନିଜକୁ ସୁହାଇଲା ଭଳି ମନୋମୁଖୀ କାର୍ଯ୍ୟକଳାପ ଯୋଗୁଁ ପୌରାଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ଉନ୍ନୟନ କାର୍ଯ୍ୟ ପାଇଁ ପୌର ପରିଷଦକୁ ଆସୁଥିବା ପର୍ଯ୍ୟାପ୍ତ ସରକାରୀ ଅନୁଦାନର ସଠିକ ବିନିଯୋଗ ହୋଇ ପାରୁନାହିଁ । ପୌର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ପୌର କାର୍ଯ୍ୟାଳୟ ଘେରାଉ କରିଛନ୍ତି ପୌର ଉପାଧ୍ୟକ୍ଷଙ୍କ ସହିତ ସାତଜଣ ୱାର୍ଡ କାଉନସିଲର ।

ତେବେ ଦେବଗଡ଼ ପୌର କାର୍ଯ୍ୟାଳୟରେ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କ ମନୋମୁଖୀ କାରବାର ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ ହୋଇପଡିବା ତଥା କାଉନସିଲରଙ୍କୁ ଅଣଦେଖା କରାଯିବା ପ୍ରତିବାଦରେ ଆଜି ପୌର ଉପାଧ୍ୟକ୍ଷା ପ୍ରଜିତ କୁମାର ଭୋଜଙ୍କ ନେତୃତ୍ୱରେ ସାତଜଣ କାଉନସିଲର ଓ ଶତାଧିକ ୱାର୍ଡବାସୀ ପୌର କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅସନ୍ତୋଷ କାଉନସିଲରଙ୍କ ଅଭିଯୋଗ ଅନୁଯାୟୀ, ଦେବଗଡ଼ ପୌରପରିଷଦରେ ନୂଆ କାଉନସିଲ ଗଠନ ହେବାର ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ପୌରାଞ୍ଚଳରେ କୌଣସି ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ ହୋଇପାରିନାହିଁ । ପୌର ଅଧ୍ୟକ୍ଷାଙ୍କ ମନମୁଖୀ କାରବାର ଓ ନିର୍ବାଚିତ କାଉନସିଲରଙ୍କୁ ଅଣଦେଖା କରି ନିଜକୁ ସୁହାଇବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ପୌରାଞ୍ଚଳରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇପାରୁନାହିଁ ।

କାଉନସିଲରମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିବା ସହ ରାସ୍ତାଘାଟ ଓ ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ପୌର ପରିଷଦ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ଅଟକି ରହିଛି । ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଲେଖାଏଁ ପାଇପାରୁ ନାହାନ୍ତି । ହରିଶ୍ଚନ୍ଦ୍ର ଯୋଜନାର ପୌରବାସୀ ଆର୍ଥିକ ସହାୟତା ପାଉନାହାନ୍ତି । ଅତୀତରେ ଅହେତୁକ ଭାବେ ବୃଦ୍ଧି କରାଯାଇଥିବା ହୋଲଡିଂ ଟ୍ୟାକ୍ସକୁ ହ୍ରାସ କରାଇବା ଦିଗରେ ପୌର ଅଧ୍ୟକ୍ଷା କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ପୌର କାଉନସିଲ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରୁନାହାନ୍ତି କିମ୍ବା ନିୟମିତ ବୈଠକ ଡକାଉନାହାନ୍ତି । ଫଳରେ ପୌର କାର୍ଯ୍ୟାଳୟରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ନୀତିରେ ଉବୁଟୁବୁ ମାଲକାନଗିରି ପୌରପରିଷଦ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ସୂଚନାଯୋଗ୍ୟ ଯେ, ମୋଟ 11ଟି ୱାର୍ଡକୁ ନେଇ ଗଠିତ ଦେବଗଡ଼ ପୌର ପରିଷଦରେ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଓ ତିନିଜଣ କାଉନସିଲର ବିଜେଡ଼ିରୁ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ସାତଜଣଙ୍କ ମଧ୍ୟରୁ 6 ଜଣ କାଉନସିଲର ବିଜେପି ଦଳରୁ ନିର୍ବାଚିତ ହୋଇଛନ୍ତି । ଜଣେ ମାତ୍ର କାଉନସିଲର ସ୍ୱାଧୀନ ଭାବେ ନିର୍ବାଚିତ ହୋଇଛନ୍ତି । ସେହି କାରଣରୁ ପୌର ଅଧ୍ୟକ୍ଷା ରାଜନୈତିକ ଆକ୍ରୋସ ରଖି ବିଜେପି ଓ ସ୍ୱାଧୀନ କାଉନସିଲରଙ୍କୁ ଅଣଦେଖା କରି ଏକତରଫା ଭାବେ ନିଜକୁ ସୁହାଇଲା ଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ପୌର ଅଧ୍ୟକ୍ଷା ଏହି କାର୍ଯ୍ୟରୁ ନିବୃତ ରହିବା ସହ ସମସ୍ତ କାଉନସିଲରଙ୍କ ପ୍ରସ୍ତାବ ଅନୁଯାୟୀ, ପୌରାଞ୍ଚଳର ବିକାଶ ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ପୌରାଞ୍ଚଳରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଅସନ୍ତୋଷ କାଉନସିଲରମାନେ ଚେତାବନୀ ଦେଇଛନ୍ତି । ଏଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଦାବି କରାଯାଇଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.