ETV Bharat / state

ମୋଦି ସରକାର ହିଁ ପେପର ଲିକ୍ ସରକାର: କଂଗ୍ରେସ - CONGRESS PROTEST IN BHUBANESWAR

author img

By ETV Bharat Odisha Team

Published : Jun 22, 2024, 7:16 AM IST

CONGRESS PROTEST IN BHUBANESWAR: ୟୁଜିସି-ନେଟ ପରୀକ୍ଷାରେ ଘୋଟାଲା । ରାଜଧାନୀରେ ଗର୍ଜିଲା କଂଗ୍ରେସ ।ମୋଦି ସରକାର ହିଁ ପେପର ଲିକ୍ ସରକାର ବୋଲି କହିଲା କଂଗ୍ରେସ । ଅଧିକ ପଢନ୍ତୁ

CONGRESS PROTEST IN BHUBANESWAR
CONGRESS PROTEST IN BHUBANESWAR (ETV Bharat Odisha)

ଭୁବନେଶ୍ବର: ୟୁଜିସି-ନେଟ ପରୀକ୍ଷାରେ ଅନିୟମିତା ହୋଇଥିବା ନେଇ ରାଜଧାନୀରେ ଗର୍ଜିଲା କଂଗ୍ରେସ । ମୋଦି ସରକାର ହିଁ ପେପର ଲିକ୍ ସରକାର ବୋଲି କହିଲା କଂଗ୍ରେସ । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତା ହେଉଥିବା ଅଭିଯୋଗ ଆଣିଲା ଦଳ । ବିଜେପି ଶାସିତ ରାଜ୍ୟ ସରକାର ମାନଙ୍କରେ ସର୍ବାଧ‌ିକ ପ୍ରଶ୍ନପତ୍ର ପ୍ରଘଟ ହୋଇଛି । ଏହି ମଡେଲକୁ ମୋଦି ସରକାର ଆପଣାଇ ବିଗତ ୭ ବର୍ଷରେ ୭୦ରୁ ଊର୍ଦ୍ଧ୍ଵ ପରୀକ୍ଷାରେ ପେପର ଲିକ୍ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାଦ୍ଵାରା ୨କୋଟିରୁ ଊର୍ଦ୍ଧ୍ଵ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି ।

ନ୍ୟାସନାଲ ଟେଣ୍ଟିଂ ଏଜେନ୍ସି (ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟର ଜୁନ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା । ପରେ ଏହି ପରୀକ୍ଷାକୁ ବାତିଲ କରାଯାଇ ସିବିଆଇ ତଦନ୍ତ ଚାଲିଛି । ଡାକ୍ତରୀ ପ୍ରବେଶିକା ପରୀକ୍ଷା ୨୦୨୪ (ନିଟ୍)ରେ ମଧ୍ୟ ସମାନ ଭାବେ ବ୍ୟାପକ ଅନିୟମିତତା ଯଥା ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ୨୪ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥଙ୍କ ଉଜ୍ଜଳ ଭବିଷ୍ୟତ ଏବେ ଅନ୍ଧକାରରେ । ଏହି ପରୀକ୍ଷାରେ ୬୭ଜଣ ଟପ୍ପର ହେବା, ଗୋଟିଏ ସେଣ୍ଟରୁ ଏକାଧିକ ଟପ୍ପର, ଗ୍ରେସ ମାର୍କ ଦେବା ଇତ୍ୟାଦି ବ୍ୟାପକ ଅନିୟମିତତାର ଜ୍ଵଳନ୍ତ ଉଦାହରଣ ।

ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ଡକ୍ଟର ହେବା ପାଇଁ ଆଶା ବାନ୍ଧିଥିବା ଛାତ୍ରଛାତ୍ରୀଙ୍କୁ ମୋଦି ସରକାର ନିରାଶ କରିଛି । ଏନଟିଏର କାର୍ଯ୍ୟକାରିତା ଆଜି ସନ୍ଦେହ ଘେରରେ ରହିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩ ବର୍ଷ ଧରି ଶିକ୍ଷାବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ପେପର ଲିକ୍‌କୁ ରୋକିବା ଦିଗରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏହି ଘଟଣାରେ ପାଟନା ପୋଲିସ ୭ଜଣକୁ ଗିରଫ କରିଛି । ସେଥିମଧ୍ୟରୁ ୪ଜଣ ପରୀକ୍ଷାର୍ଥୀ, ସେମାନେ ଆଗୁଆ ପ୍ରଶ୍ନପତ୍ର ପାଇବା ପୋଲିସ ଆଗରେ ସ୍ଵୀକାର ମଧ୍ୟ କରିଛନ୍ତି । ଏହି ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।

ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ଵରେ ନିଟ-ୟୁଜି, ୟୁଜିସି-ନେଟ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରରେ ଥିବା ମୋଦି ସରକାର ଛାତ୍ର ବିରୋଧ ସରକାର ଅଟେ । ବିଗତ ବର୍ଷମାନଙ୍କରେ ଅନେକ ପରୀକ୍ଷାରେ ବ୍ୟାପକ ଅନିୟମିତତା ସତ୍ତ୍ଵେ ଏହାକୁ ରୋକିବାରେ ଅସମର୍ଥ ହେଉଛନ୍ତି ସରକାର । ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ ହେଲେ ପ୍ରକୃତ ଦୋଷୀ ସାମ୍ନାକୁ ଆସିବ । ମୋଦି ସରକାର ହିଁ ପେପର ଲିକ୍ ସରକାର ।

ଏହା ମଧ୍ୟ ପଢନ୍ତୁ....ବର୍ଷାଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର - Housing and Urban Development

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଦଳ ସଦାସର୍ବଦା ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ଠିଆ ହୋଇଛି । ଏହି ଘଟଣାର ସତ୍ୟାସତ୍ୟ ନ ଆସିବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳ ଜାରି ରହିବ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ବରଞ୍ଜନ ମହାନ୍ତି ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.