ETV Bharat / state

ନବୀନ ସରକାର ହେଉଛି ମହାକାଳ ଫଳ: କଂଗ୍ରେସ - congress targets bjd

author img

By ETV Bharat Odisha Team

Published : Apr 12, 2024, 10:19 AM IST

Congress Targets BJD: ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ । ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ

ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ: କଂଗ୍ରେସ

ଭୁବନେଶ୍ବର: ଓଡିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ୨୪ ବର୍ଷ ଶାସନ କଲା ପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ଗତକାଲି(ଗୁରୁବାର) କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ ଦାଶ ଅଭିଯୋଗ କରିଛନ୍ତି । ଗତ ଏପ୍ରିଲ ୭ ତାରିଖ ଦିନ ଗଣମାଧ୍ୟମରେ ପ୍ରସାରିତ କେନ୍ଦୁଝର ସଦର ଅନ୍ତର୍ଗତ ସରଳାପେଣ୍ଡ ଏବଂ ଗୋବିନ୍ଦପୁର ଗ୍ରାମରେ ଜନତା ଚୂଆରୁ ପିଇବା ପାଣି ସଂଗ୍ରହ କରିବାର ଦୃଶ୍ୟ ବିଜେଡି ସରକାରଙ୍କର ଅସଲ ମୁଖା ଖୋଲିଛି । ସେତିକି ନୁହେଁ ପିଇବା ପାଣି ଦାବିରେ ବିଭିନ୍ନ ରାସ୍ତା ଅବରୋଧ, ଭୋଟ ବର୍ଜନର ଧମକ ମଧ୍ୟ ଦେଖିବାକୁ ମିଳିଥିଲା ।

ସେ କହିଛନ୍ତି ଯେ, ଗୋଟିଏ ସରକାର ୨୫ ବର୍ଷ ଶାସନ କରି ଜନତାଙ୍କୁ ମୌଳିକ ସୁବିଧା ଏମିତିକି ଅତି ଆବଶ୍ୟକ ପିଇବା ପାଣି ଯୋଗାଇବାରେ ବିଫଳ ହୋଇଛି । ବିଜେଡ଼ି ବିକାଶ କଥା କହି ଆସୁଛି କିନ୍ତୁ ଓଡ଼ିଶାର କି ପ୍ରକାର ବିକାଶ ହୋଇଛି ତା’ର ବିସ୍ତୃତ ବିବରଣୀ କେବେ ଦିଏ ନାହିଁ । ଅନେକ ବିକାଶ ସୂଚକାଙ୍କରେ ଓଡ଼ିଶା ଢେର ପଛରେ ଏବଂ ଖରାପ ସୂଚକାଙ୍କରେ ଓଡ଼ିଶା ବହୁ ଆଗରେ ଏହା ହେଉଛି ବିଜେଡ଼ି ସରକାରର ଅସଲ ବିକାଶର ଧାରା । ନବୀନ ବାବୁ ବାମ ହାତରେ ନଳରୁ ଜଳ ପିଇବାର ସୁନ୍ଦର ହୋଡିଂ ଆମ ସମସ୍ତଙ୍କ ନଜରକୁ ଆସିଛି । ସେହିପରି ଅବୈଧ ଇଲୋକ୍ଟ୍ରୋଲ ବଣ୍ଡ ମାଧ୍ୟମରେ ୯୦୬ କୋଟି ଟଙ୍କା ଚାନ୍ଦା ଦେଇଥ‌ିବା ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରା କମ୍ପାନୀକୁ ଓଡ଼ିଶା ସରକାର ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ୪୫୧୨ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ୫ ବର୍ଷରେ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟ ଅଣଓଡ଼ିଆ ଠିକାଦାରମାନଙ୍କୁ ଦିଆଗଲା । ଯେଉଁ ପ୍ରକଳ୍ପରେ ବେଶୀ ଅର୍ଥ ସେଠାରେ ବେଶି ପିସି କାରବାର ହେବାରେ ସମ୍ଭାବନା ଅଛି ।

ଏହା ବ୍ୟତୀତ ସେହି କମ୍ପାନୀ ବହୁତ ପ୍ରୋଜେକ୍ଟ ସମୟରେ ସାରି ନାହିଁ ଏବଂ ଯେଉଁ କମ୍ପାନୀଟି ୯୬୬ କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ କିଣିଛି । ତାକୁ ଠିକ ସମୟରେ କାମ ସାରିବାକୁ ତାଗିତ କରିବାକୁ ସରକାର କେତେ ସାହସ ଅଛି ତାହା ସମୟ କହିବ ।
କେତେ ପ୍ରୋଜେକ୍ଟ ଅନୁମୋଦନ କଲେ କେତେ ଟଙ୍କା ଖର୍ଚ୍ଚ କଲେ, କେତେ ଲୋକ ଲାଭବାନ ହେବାକୁ ଅନୁମୋଦନ କଲେ । ସେ ଗୋଟିଏ ପ୍ରସଙ୍ଗ କିନ୍ତୁ ସେଥ‌ିରୁ ଜନତା କେତେ ଉପକୃତ ହେଲେ ତାର ଚିତ୍ର ବିଭିନ୍ନ ସର୍ଭେ ମାଧ୍ୟମରେ ଅନୁସନ୍ଧାନରୁ ଜଣାପଡ଼େ ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ୨୦୨୩ ମାସରେ ପ୍ରକାଶିତ ଏନଏସଏସ (NSS) ୭୮ ରାଉଣ୍ଡ ରିପୋର୍ଟ ଓଡ଼ିଶାର କରୁଣ କାହାଣୀ ବର୍ଣ୍ଣନା କରେ । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପିଇବା ପାଣିର ସମସ୍ୟା ଆମ ରାଜ୍ୟରେ ଅତ୍ୟନ୍ତ ଉତ୍କଟ । ଏହି ରିପୋର୍ଟ ଅନୁସାରେ ସର୍ବଭାରତରେ ୩୫.୫% ଲୋକ ନଳ ଯୋଗେ ପିଇବା ପାଣି ପାଉଥ‌ିବା ବେଳେ ଆମ ରାଜ୍ୟରେ ମାତ୍ର ୧୩.୫% ଲୋକ ନଳ ଯୋଗେ ପାଣି ପାଆନ୍ତି । ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ସ୍ଥାନ ୩୨ତମ । ଓଡ଼ିଶାରେ ମାତ୍ର ୨୬.୬% ଲୋକଙ୍କର ପିଇବା ପାଣିର ସ୍ବତନ୍ତ୍ର ବ୍ୟବହାର ସୁବିଧା ଥ‌ିବା ବେଳେ ସର୍ବଭାରତ ସ୍ତରରେ ଏହା ୫୪.୫% ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ବିଚାରକୁ ନେଲେ ଆମ ରାଜ୍ୟ ୩୫ ତମ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢନ୍ତୁ......କଂଗ୍ରେସରେ ମିଶିଲେ ବିଜେଡିର ଟାଣୁଆ ନେତା ଅସିତ ପଟ୍ଟନାୟକ, ଦଳରେ ଚାପ ପଡୁଥିବା ଆଣିଲେ ଅଭିଯୋଗ - Asit Pattnaik Joins Congress

ଆଜି ବି ଓଡ଼ିଶାରେ ୬୬.୯% ଲୋକ ଘର ବାହାରକୁ ଯାଇ ପାଣି ଆଣୁଛନ୍ତି । ଯାହା ଅନ୍ୟ ସବୁ ରାଜ୍ୟ ତୁଳନାରେ ସର୍ବାଧ‌ିକ । ଓଡ଼ିଶାରେ ୯୨.୮୫ ଲୋକଙ୍କର ପିଇବାପାଣିର ସୁବିଧା ଉପଲବ୍ଧ । ଆଜି ବି ପ୍ରାୟ ୭% ଲୋକଙ୍କ ପାଖରେ ପିଇବା ଯୋଗ୍ୟ ପାଣି ଅପହଞ୍ଚ । ଓଡ଼ିଶାରେ ଗ୍ରାମାଞ୍ଚଳରେ ୩୬.୪୫ ଏବଂ ସହରାଞ୍ଚଳରେ ୧୯% ଲୋକଙ୍କର ଏମିତି ଓଡ଼ିଶାରେ ମୋଟ ୩୩.୬% ଶୌଚାଳୟ ସୁବିଧା ନାହିଁ । ଯାହା ଅନ୍ୟ ରାଜ୍ୟମାନଙ୍କ ତୁଳନରେ ସର୍ବାଧିକ । ଓଡ଼ିଶାରେ ଗ୍ରାମାଞ୍ଚଳରେ ମାତ୍ର ୨୩.୪% ଏବଂ ସହରାଞ୍ଚଳରେ ୭୩.୩୫ ଏମିତି ମୋଟ ୩୧.୪% ପରିବାର ଗ୍ୟାସରେ ରନ୍ଧନ କରନ୍ତି । ଯାହା ଭାରତରେ ଛତିଶଗଡ଼ ଛଡ଼ା ଅନ୍ୟସବୁ ରାଜ୍ୟଠାରୁ କମ୍ । ଏବେବି ରାଜ୍ୟରେ ୬୭.୩% ପରିବାର କାଠ ଇତ୍ୟାଦିରେ ରାନ୍ଧନ୍ତି । ଯାହା ଦେଶର ଅନ୍ୟସବୁ ରାଜ୍ୟଠାରୁ ଅଧିକ । ଏହା ହେଉଛି ଓଡ଼ିଶାର ବାସ୍ତବ ଚିତ୍ର ।

ଏଇଟା ହେଉଛି ନବୀନ ଓଡ଼ିଶା ମହାକାଳ ଫଳ । ପ୍ରଚାର ଦେଖିଲେ ଭାରି ସୁନ୍ଦର ଭିତରେ ଦେଖିଲେ ପୋଡ଼ା ଅଙ୍ଗାର । ଖରାଦିନେ ଗାଁଗଣ୍ଡାରେ ରହୁଥ‌ିବା ଲୋକଙ୍କୁ ପାଣି ନମିଳିବାର କଷ୍ଟ ଶୀତତାପ ଘରେ ରହୁଥ‌ିବା ଲୋକ ଅନୁଭବ କରି ପାରିବେ ନାହିଁ । ଦୁଃଖ ଦୁର୍ଦ୍ଦଶାରେ ରହୁଥ‌ିବା ଲୋକଙ୍କ ପ୍ରତି ଆମେ ସହାନୁଭୂତିଶୀଳ ହେବା ଉଚିତ ନୁହେଁ ବୋଲି କଂଗ୍ରେସ କହିଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.