ETV Bharat / state

ଭୁବନେଶ୍ୱର IIT ଓ ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଏମିତି ଆପ, ଯିଏ ଧରିବ ସାଇବର ଠକ - app developed for cyber crime

author img

By ETV Bharat Odisha Team

Published : Aug 8, 2024, 3:30 PM IST

APP DEVELOPED FOR CYBER CRIME: ସାଇବର ଅପରାଧିଙ୍କୁ ଧରିବାକୁ 4ଟି ମୋବାଇଲ ଆପ୍‌ ବିକଶିତ କଲେ ଇଞ୍ଜିନିୟରିଂ ଛାତ୍ର । ଏହାକୁ ବ୍ୟବହାର କରି ଅପରାଧିଙ୍କୁ ଧରିବ କମିଶନରେଟ ପୋଲିସ । ଜାଣନ୍ତୁ ସେହି ଆପ୍‌ ଗୁଡିକର କାମ । ଅଧିକ ପଢନ୍ତୁ

APP DETECT CYBER FRAUD
APP DETECT CYBER FRAUD (ETV BHARAT ODISHA)

ଭୁବନେଶ୍ୱର: ସାବାଡ ହେବେ ସାଇବର ଅପରାଧି । ଏମାନଙ୍କୁ ଧରିବାକୁ କମିଶନରେଟ ପୋଲିସ କରିଛି ବଡ଼ ପ୍ଲାନ । ଏଣିକି ଆପ୍‌ ଜରିଆରେ ଧରାପଡିବେ ସାଇବର ଅପରାଧି । ସାଇବର ଡିପଫେକ୍ ଫଟୋ ବା ଭିଡିଓ ଭାଇରାଲ କରୁଥିବା ଅପରାଧି, ଇମେଲ ହ୍ୟାକ୍ ଓ ସାଇବର ଫ୍ରଡ କଲ ଭଳି ଠକଙ୍କୁ ଧରିବାକୁ ୪ଟି ଭିନ୍ନ ଭିନ୍ନ ଆପ୍ ବିକଶିତ କରାଯାଇଛି । ଭୁବନେଶ୍ୱରରେ ବଛା ବଛା ଇଞ୍ଜିନିୟର ଛାତ୍ରଙ୍କୁ ନେଇ କମିଶନରେଟ ପୋଲିସ ଏହାକୁ ତିଆରି କରିଛି । ୧୧ଜଣ ଆଇଆଇଟି ଓ ପ୍ରମୁଖ ଇଞ୍ଜିନିୟରି କଲେଜର ଛାତ୍ରଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି ମୋବାଇଲ ଆପ୍ ।

ସାଇବର ଅପରାଧିଙ୍କୁ ଧରିବ ମୋବାଇଲ ଆପ୍‌:

ଆଗାମୀ ଦିନରେ ଆପକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରି ସାଇବର ଠକଙ୍କୁ ଧରିବ ପୋଲିସ । ତିନିମାସ ଧରି ଏକ ସାଇବର ଇଣ୍ଟନସିପ ଜରିଆରେ IT ଏକ୍ସପର୍ଟଙ୍କ ତାଲିମ ଦ୍ବାରା ପ୍ରସ୍ତୁତ ହୋଇଛି ୪ଟି ମୋବାଇଲ ଆପ୍ । ସାଇବର ଅପରାଧିଙ୍କୁ ଲଢିବା ପାଇଁ କମିଶନରେଟ ପୋଲିସର ବଡ଼ ପ୍ରସ୍ତୁତି । ଭୁବନେଶ୍ୱରରେ ବଛା ବଛା ଇଞ୍ଜିନିୟର ଛାତ୍ରଙ୍କୁ ନେଇ କମିସନରେଟ ପୋଲିସ ତିଆରି କରିଛି ସାଇବର ଓ୍ବାରିୟର । ୧୧ଜଣ ଆଇଆଇଟି ଓ ପ୍ରମୁଖ ଇଞ୍ଜିନିୟରି କଲେଜର ଛାତ୍ରଙ୍କ ସହଯୋଗରେ ପ୍ରସ୍ତୁତ କରିଛି ମୋବାଇଲ ଆପ୍ ।ଯାହା ସାଇବର ଠକଙ୍କ ବିରୋଧରେ ଲଢିବା ପାଇଁ ଏକ ପ୍ରମୁଖ ଭୂମିକା ନିଭାଇବାକୁ ଯାଉଛି । ଏନେଇ ତିନିମାସ ଧରି ଏକ ସାଇବର ଇଣ୍ଟର୍ନସିପ ଜରିଆରେ IT ଏକ୍ସପର୍ଟଙ୍କ ତାଲିମ ଦେଇ ପ୍ରସ୍ତୁତ କରିଛି ୪ଟି ମୋବାଇଲ ଆପ୍ । ଯାହା ଆଗାମୀ ଦିନରେ ଡିପଫେକ ଭଳି ନକଲ ତିଆରି କରୁଥିବା ଫଟୋ ବା ଭିଡିଓ ଭାଇରାଲକାରୀଙ୍କୁ ସାବାଡ କରିବ । ଏଥିସହ ଇମେଲ ହ୍ୟାକ ଭଳି ଫ୍ରଡ କରୁଥିବା ସାଇବର ଠକଙ୍କୁ ଠାବ କରିବ । ଏଥି ସହ ଫେକ କଲ ଆସୁଥିବା ଲୋକେସନ ଟ୍ରାକ କରି ଏହା ଫ୍ରଡ କଲ କି ନାହିଁ ତାହା ମଧ୍ୟ ଜଣାପଡିବ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା, ଝାରପଡ଼ା ଜେଲରୁ କଲିକତା ଗଲା ଅଭିଯୁକ୍ତ - cyber fraud

cyber crime
cyber crime (ETV BHARAT ODISHA)

ଆପ୍‌ ଟେଷ୍ଟିଂ ବେଳେ ଧରାପଡିଲେ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ:

ସାଇବର ଅପରାଧିଙ୍କୁ ଧରିବାକୁ କମିଶନରେଟ ପୋଲିସ 4ଟି ଆପ୍‌ ଇଞ୍ଜିନିୟରିଂ ଛାତ୍ରଙ୍କ ଦ୍ବାରା ବିକଶିତ କରିଛି । ଯାହାର ଟେଷ୍ଟିଂ ବେଳେ ଏକ ବଡ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ ଧରିବାରେ ସହାୟକ ହୋଇଛି ଏହି ଆପ୍ । ଏନେଇ ଏହାକୁ ଅଧିକ କାର୍ଯ୍ୟକ୍ଷମ ପାଇଁ ପୋଲିସ ଚଳାଇଛି ଜୋରଦାର ଉଦ୍ୟମ ।

cyber crime
cyber crime (ETV BHARAT ODISHA)

କଣ କୁହନ୍ତି ଆପ୍‌ ବିକଶିତ କରିଥିବା ଛାତ୍ର:

ଆପ୍‌ ବିକଶିତ କରିଥିବା ଛାତ୍ର ସୁବ୍ରତ କୁମାର ସ୍ବାଇଁ କହିଛନ୍ତି, ''ଆମକୁ ଏଭଳି ଏକ ସୁଯୋଗ ମିଳିଥିଲା ଯେଉଁଠି ସାଇବର କ୍ରାଇମର ଇନଭେଷ୍ଟିଗେସନ ଭଳି ସୁଯୋଗ ମିଳିଥିଲା । ଆମେ ଯେଉଁ ଇଣ୍ଟନମାନେ ଥିଲୁ ୪ଟି ଭାଗରେ ଗ୍ରୁପ ହୋଇ ୪ଟି ଆପ୍ଲିକେସନ ବିକଶିତ କରିଛୁ । ଗୋଟିଏ ଆପ୍ଲିକେସନ ହୋଇଛି କମ୍ପ୍ଲେନ ମ୍ୟାନେଜମେଣ୍ଟ ସିଷ୍ଟମ୍ ଯାହାକୁ ଆମେ ସାଙ୍ଗ ହୋଇଛି ପ୍ରସ୍ତୁତ କରିଛୁ । ଏହା ମଧ୍ୟମରେ ଯଦି ଆପଣଙ୍କ ଫେକ କଲ ଆସୁଛି, ତେବେ ତାହା ଫ୍ରଡ କଲ କି ନୁହଁ ତାହା ଏହା ମାଧ୍ୟମରେ ଜାଣି ହେବ । ସେହିପରି ଯେଉଁ ଫଟୋ ଭାଇରାଲ ହେଉଛି ତାକୁ କିଏ ଭାଇରାଲ କରୁଛି ତାହା ମଧ୍ୟ ଜାଣିହେବ । ସେହିପରି ଆଉ ଏକ ଆପ ରହିଛି ଭୈରବ ଆପ୍, ଯାହାକି କମିଶନରେଟ ପୋଲିସ ଡିପାର୍ଟମେଣ୍ଟର ବ୍ୟବହାର ପାଇଁ । ଏହା ପୋଲିସ ଇନଭେଷ୍ଟିଗେସନରେ ସହଯୋଗ ପାଇଁ। ଏହା ଦ୍ବାରା ଫ୍ରଡ କଲ ଲୋକେସନ ଜାଣିହେବ । ସେହିପରି ଆଉ ଏକ ଆପ ମଧ୍ୟ ରହିଛି ଯାହା ଦ୍ବାରା ଅଜଣା ଲିଙ୍କକୁ ଠାବ ସହ ଠକ ଠିକଣା ଜାଣିବା ହେବ। ''

କଣ କହିଲେ ପୋଲିସ କମିଶନର ?

ଏନେଇ ପୋଲିସ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି, ''ଆମରେ ସାଇବର ଇଣ୍ଟର୍ନସିପ କାର୍ଯକ୍ର୍ୟମ ଚାଲିଥିଲା । ଏଥିରେ କିଛି ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ପୋଲିସ ଓ ଛାତ୍ର ଛାତ୍ରୀ, ବ୍ୟାଙ୍କ ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ସାଇବର କ୍ରାଇମକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେନେଇ ମିଳିମିଶି ସୋସାଇଟ ପାଇଁ କିଭଳି କାମ କରିବା ସେନେଇ ଏକ ପ୍ରୟାସ ଆରମ୍ଭ ହୋଇଥିଲା । ''

ଭୈରବ OSINT ଆପ୍:

ଏହା ଏକ ଏଭଳି ଆପ ଯାହା ପୋଲିସ ଅଧିକାରୀଙ୍କୁ ଇନଭେଷ୍ଟିଗେସନରେ ସହଯୋଗ ପାଇଁ ବିକଶିତ କରାଯାଇଛି । ଅଭିନାଶ ଓ ସ୍ବପ୍ନା ଦୁଇ ଇଞ୍ଜିନିୟର ଛାତ୍ର ଏହାକୁ ପ୍ରସ୍ତୁତ କରିଛନ୍ତି । ସାଇବର ଫ୍ରଡ ମାନେ ଯେଉଁ ଲିଙ୍କ ପଠାଉଛନ୍ତି ବା ଯେଉଁ ମୋବାଇଲକୁ କଲ କରୁଛନ୍ତି ଓ ଇ-ମେଲକୁ କ୍ରିପ୍ଟୋ କଏନ୍ ଲିଙ୍କ ପଠାଉଛନ୍ତି ଏହି ଆପ୍‌ ଦ୍ବାରା ସେହି କଲ ବା ଲିଙ୍କ ପଠାଉଥିବା ସାଇବର ଠକର ଲୋକେସନ ଜାଣିହେବ ।

କମ୍ପେଲସନ ମ୍ୟାନେଜମେଣ୍ଟ ସିଷ୍ଟମ୍:

ଆପଣଙ୍କୁ ଯେଉଁ ସବୁ କଲ ଆସୁଛି ବା ଲିଙ୍କ ଆସୁଛି ବା କିଛି ମେସେଜ ଆସୁଛି, ସେହି ସବୁ କଲ ବା ଲିଙ୍କ ତାହା ଠିକ୍ ନା ଠକଙ୍କର ତାକୁ ଜାଣିବା ପାଇଁ ଏହି ଆପର ବ୍ୟବହାର କରାଯିବ । ଯଦି ସେହି ନମ୍ବର ବା ଲିଙ୍କରେ ସେଭଳି କିଛି ଅଭିଯୋଗ ପୂର୍ବରୁ ଥିବ ତାହାଲେ ଜଣାପଡିଯିବ ଏହା ଏକ ଫ୍ରଡଷ୍ଟର ବା ଠକଙ୍କ କଲ ।

ସୋସିଆଲ ମିଡ଼ିଆ ସର୍ଭିଲାନ୍ସ ଓ ଡିପ ଫେକ ମନିଟର ଆପ:

ଆଜିକା ଦିନରେ ଜଣେ ଅନ୍ୟ ଜଣଙ୍କୁ ବଦନାମ କରିବା ପାଇଁ ଡିପଫେକ ଫଟୋ ବା ଭିଡିଓ ଭାଇରାଲ ହେଉଥିବା ଖବର ନଜିର ରହିଛି । ଏହି ଆପ ଜରିଆରେ କିଏ ଏସବୁ କରୁଛି ଅର୍ଥାତ୍ କିଏ ସେହି ବ୍ୟକ୍ତି ଯିଏ ଡିପଫେକ ଫଟୋ ବା ଭିଡ଼ିଓ ଭାଇରାଲ କରୁଛି ଏହାର ପ୍ରାଥମିକ ସୋର୍ସ କଣ କେଉଁଠୁ ଭାଇରସ ଆରମ୍ଭ ହୋଇଛି ତାହା ଆପ୍‌ ମାଧ୍ୟମରେ ଜଣାପଡିବ ।

ଫିସିଙ୍ଗ ଡିଟେକ୍ଟ ଆପ୍:

ଏହି ଆପ ବିଶେଷ କରି ଇମେଲ ହେଉ ବା ଲିଙ୍କ ପଠାଇ ଠକାମି କରୁଥିବା ଆପ ବା ଲିଙ୍କର ଠିକଣା ଠାବ କରିବ । ଅର୍ଥାତ୍ ଇଣ୍ଟରନେଟ ଆଇପି ଠିକଣା ଠାବ କରିବା ଭଳି କାମ ସହଜରେ କରିବ ।

IIT ଭୁବନେଶ୍ୱର, ସିଭିଲ ରମଣ ଗ୍ଲୋବାଲ, ଟ୍ରିପଲ ଆଇଟି ଭୁବନେଶ୍ୱର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନର ୧୧ଜଣ ଛାତ୍ର ଏହି 4 ଆପ୍‌ ବିକଶିତ କରିଛନ୍ତି । ସମସ୍ତଙ୍କୁପୋଲିସ କମିଶନର ସମ୍ବର୍ଦ୍ଧିତ କରିଛନ୍ତି । ଆଗକୁ ସେମାନେ ସାଇବର ଓ୍ବାରିୟର ଭାବେ ପୋଲିସକୁ ସହଯୋଗ କରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ ବ୍ୟାଜ ମଧ୍ୟ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.