ETV Bharat / state

କେବେ ହେବ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ? ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ - CM MOHAN on portfolio allocation

author img

By ETV Bharat Odisha Team

Published : Jun 14, 2024, 9:22 PM IST

Updated : Jun 14, 2024, 10:21 PM IST

Portfolio allocation List: ମନ୍ତ୍ରୀମାନଙ୍କୁ କେବେ ବିଭାଗ ବଣ୍ଟନ କରାଯିବ । ରାଜ୍ୟ ସଂଗ୍ରହାଳୟରେ ହୋଇଥିବା ରଜ ମହୋତ୍ସବରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଧିକ ପଢ଼ନ୍ତୁ

ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ
ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ 8 କ୍ୟାବିନେଟ ମନ୍ତ୍ରୀ ଓ 5 ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଶପଥ ଗ୍ରହଣ କରିସାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ଶେଷ ହୋଇନାହିଁ । କାହାକୁ କେଉଁ ବିଭାଗ ମିଳିବ, ସେ ନେଇ ମନ୍ତ୍ରୀମାନେ ଅପେକ୍ଷା କରିଛନ୍ତି । ଅନ୍ୟପଟେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନରେ କାହିଁକି ବିଳମ୍ବ ହେଉଛି, କେବେ ବିଭାଗ ବଣ୍ଟନ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାହାକୁ କେଉଁ ବିଭାଗ ମିଳିବ ତାହା ଖୁବଶୀଘ୍ର ଘୋଷଣା ହୋଇଯିବ ବୋଲି କହିଛନ୍ତ ମୁଖ୍ୟମନ୍ତ୍ରୀ ।

ତେବେ ରାଜ୍ୟ ସଂଗ୍ରହାଳୟରେ ହୋଇଥିବା ରଜ ମହୋତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ପୋଡ଼ପିଠା ଖାଇ ଲୋକଙ୍କ ସହ ରଜ ପାଳିଲେ ମୁଖ୍ୟମନ୍ତ୍ରୀ । ଏହାସହ ରଜ ପିଠା ଖାଇ ଗୋଟିପୁଅ ନୃତ୍ୟ ,ସମ୍ବଲପୁରୀ ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିବା ସହ ମୂଭିଂ (ସେନ୍ସର) ଡାଇନୋସରର ଉଦ୍ଘାଟନ କରିଛନ୍ତି । ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ଲୋକଙ୍କ ସହ ସାମିଲ ହୋଇ ରଜ ମଉଜର ଉପଭୋଗ କରିବା ସାଙ୍ଗକୁ ଓଡ଼ିଆ କଳା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଉଦବୋଧନ ଦେଇଛନ୍ତି । ଲୋକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ସରକାର ଏବଂ ଜନତା ମଧ୍ୟରେ ସମ୍ପର୍କ ପାଇଁ ଏ ରଜ ମହୋତ୍ସବ ଏକ ମାଧ୍ୟମ । ଆମ ସରକାର ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେଉଛନ୍ତି । ପହିଲି ରଜର ଶୁଭେଚ୍ଛା ଏବଂ ଅଭିନନ୍ଦନ । ଓଡ଼ିଆ ଅସ୍ମିତା ଏବଂ ଆମ ସଂସ୍କୃତିର ମହାନ୍ ଗଣପର୍ବ ରଜ । ନୂଆ ସରକାର ଆସିବା ପରେ ରଜ ପର୍ବ ପାଳନ ଯେଉଁଭଳି କରାଯାଉଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ରଣପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚିତ ହୋଇଛି: ସୁରମା ପାଢ଼ୀ - Surama Padhy on probable speaker

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଆଜି ଲୋରମାନଙ୍କ ସହ ମିଶିବା ପାଇଁ ସୁଯୋଗ ମିଳିଲା । ରଜ ପିଠା, ପାନ ହେଉ ଅବା ତାସ ଖେଳର ଆସର ବେଶ୍ ମଜା ଦାୟକ । ରଜ ଓଡ଼ିଆ ଅସ୍ମିତା ସଂସ୍କୃତି ଏବଂ ପରମ୍ପରାର ପ୍ରତୀକ । ଆମେ ବିଭିନ୍ନ ପରମ୍ପରାକୁ ଜୀବନ୍ୟାସ ଦେବା ପାଇଁ ରଜ ପର୍ବ ପାଳନ କରୁ । କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ରଜ ମହୋତ୍ସବ ସବୁଠୁ ବଡ଼ ପର୍ବ ଭାବେ ପାଳନ ହୁଏ । ସହରରେ ଏଭଳି ଆୟୋଜନ ସୂଚେଇ ଦେଉଛି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ କେହି ଭୁଲି ନାହାନ୍ତି । ଏହିଭଳି ଧାରାର ଅଗ୍ରସାରତା ବଢିଲେ ଉତ୍କଳ ପ୍ରଦେଶ ବା ଆମ ରାଜ୍ୟ ୧୦୦ ପୂର୍ତ୍ତି ପାଳନ ବେଳକୁ ଓଡ଼ିଆ ଅସ୍ମିତା ଭାଷା ସଂସ୍କୃତି ଓ ପରମ୍ପରା ବିଶ୍ୱରେ ଶୀର୍ଷରେ ରହିବ ।" ତେବେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ବାବୁ ସିଂ, ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ମଧ୍ୟ ଏହି ରଜ ମହୋତ୍ସବରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 14, 2024, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.