ETV Bharat / state

ଭୁବନେଶ୍ବର ଭୋଟରଙ୍କୁ ମତଦାନ ପାଇଁ ଆକୃଷ୍ଟ କରିବ 'ମୋ ବୁଥ' - Mo Booth Mobile App launched - MO BOOTH MOBILE APP LAUNCHED

Mo Booth Mobile App launched: 'ମୋ ବୁଥ' ଆପ ଉନ୍ମୋଚନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ବର ଭୋଟରଙ୍କୁ ସଚେତନ ଓ ମତଦାନ କେନ୍ଦ୍ରକୁ ବାଟ କଢ଼େଇ ଆଣିବା ଲାଗି 'ମୋ ବୁଥ' ଆପ୍‌ର ପରିକଳ୍ପନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

Mo Booth Mobile App launched
Mo Booth Mobile App launched (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 8:52 PM IST

Mo Booth Mobile App launched (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଉନ୍ମୋଚିତ ହୋଇଛି 'ମୋ ବୁଥ' ଆପ୍‌ । 'ମୋ ବୁଥ' ଆପ୍‌ ଉନ୍ମୋଚନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଭୁବନେଶ୍ବର ଭୋଟରଙ୍କୁ ସଚେତନ ଓ ମତଦାନ କେନ୍ଦ୍ରକୁ ବାଟ କଢ଼େଇ ଆଣିବା ଲାଗି 'ମୋ ବୁଥ' ଆପ୍‌ର ପରିକଳ୍ପନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ବିଶେଷ କରି ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଟିମ୍‌ । ଏହି ଆପ୍‌ ମାଧ୍ୟମରେ ଭୋଟର ଜାଣିପାରିବେ ବୁଥ ସମ୍ପର୍କରେ ସମସ୍ତ ତଥ୍ୟ ।

ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା କହିଛନ୍ତି, "ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବାକୁ ଯାଉଛି । ଭୁବନେଶ୍ବର ସହରାଞ୍ଚଳରେ ମତଦାନ କମ ରହୁଥିବା ନଜିର ରହିଛି । ତେଣୁ ଆମେ ଭୁବନେଶ୍ବରର ଅନେକ ଭୋଟରଙ୍କ ସହିତ ଆଲୋଚନା କରି ମତାମତ ନେଇଛୁ । ଜିଲ୍ଲା ପ୍ରଶାସନ ତରଫରୁ ଏକ ଘରୋଇ ସଂସ୍ଥା ସହଯୋଗରେ ଏକ ଆପ୍‌ ପ୍ରସ୍ତୁତ କରାଯାଇଛି । ଏହି ଆପ୍‌ ମାଧ୍ୟମରେ ଭୋଟର ସେମାନଙ୍କ ମତଦାନ କେନ୍ଦ୍ରର ସ୍ଥିତି ବାବଦରେ ଜାଣିପାରିବେ । ମତଦାନ କେନ୍ଦ୍ର ଜାଣିବା ପରେ ସେଠାକୁ ଯିବାକୁ ଗୁଗଲ୍‌ ମ୍ୟାପ୍‌ର ସହଯୋଗ ନେବା ପାଇଁ ଆପ୍‌ରେ ବ୍ୟବସ୍ଥା ହୋଇଛି । ବୁଥରେ ଭିଡ଼ କେତେ ଅଛି, ତାହାର ସୂଚନା ମଧ୍ୟ ଭୋଟର ମତଦାନ କେନ୍ଦ୍ରକୁ ନଯାଇ ମଧ୍ୟ ଜାଣିପାରିବ ।"

ସେହିପରି ପୋଲିଂ ଅଧିକାରୀମାନେ ଠିକ୍‌ ସମୟରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ନା ନାହିଁ, ମକ୍‌ ପୋଲ୍‌ ଠିକ ସମୟରେ ହେଲା ନା ନାହିଁ, ତାହାର ତଥ୍ୟ ପ୍ରଶାସନକୁ ତୁରନ୍ତ ମିଳିବ । ସେହିପରି ମତଦାନ ପରେ ପୋଲିଂ ଅଧିକାରୀ ବାହାରିଲେ ନା ନାହିଁ ତାହାର ତଥ୍ୟ ସଙ୍ଗେ ସଙ୍ଗେ ମିଳିଯିବ । ଯଦି କୌଣସି ପୋଲିଂ ଷ୍ଟେସନରେ ଆଇନ ଶୃଙ୍ଖଳା ପରିସ୍ଥିତି, ଇଭିଏମ୍‌ ସମସ୍ୟା ଉପୁଜେ, ତତ୍କାଳ ବ୍ଲକ ନିର୍ବାଚନ ଅଧିକାରୀକୁ ସୂଚନା ମିଳିଯିବ । ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ତୁରନ୍ତ ହୋଇପାରିବ । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ସଫଳ ହୋଇଯିବ । ସେଥିପାଇଁ ଏହି 'ମୋ ବୁଥ' ଆପ୍‌ ଉନ୍ମୋଚନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ପର୍ଯ୍ୟାୟରେ ରେକର୍ଡ ବ୍ରେକିଂ ଭୋଟିଂ, ୪ ସଂସଦୀୟ କ୍ଷେତ୍ରରେ ହାରାହାରି ୭୫.୬୮% ମତଦାନ - First Phase Voting percentage

ସେହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନୀକୁଞ୍ଜ ବିହାରୀ ଧଳ କହିଛନ୍ତି, "ଭୁବନେଶ୍ବରର ମତଦାତାଙ୍କ ସୁବିଧା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ 'ମୋ ବୁଥ' ଆପ୍‌ର ବ୍ୟବସ୍ଥା କରାଯାଇଛି । 'ମୋ ବୁଥ' ଆପ ଦ୍ବାରା ଭୁବନେଶ୍ବର ଭୋଟରମାନଙ୍କୁ ତାଙ୍କର ଭୋଟ ଗ୍ରହଣ କେନ୍ଦ୍ରର ସ୍ଥିତି ଜାଣିବାରେ ସହାୟକ ହେବ । ମତଦାତାଙ୍କୁ ଅନୁରୋଧ ସେମାନେ 'ମୋ ବୁଥ' ଆପ୍‌ ଡାଉନଲୋଡ଼ କରନ୍ତୁ । ଭୁବନେଶ୍ବରର ଭୋଟରଙ୍କୁ ଏକ ସ୍ବତନ୍ତ୍ର ମତଦାନ ଅଭିଜ୍ଞତା ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଭୋଟର କିପରି ମତଦାନ କେନ୍ଦ୍ରରେ ସୁରୁଖୁରୁରେ ଭୋଟ ଦେବେ, ସେମାନଙ୍କୁ ସୁଖଦ ଅନୁଭୂତି ପ୍ରଦାନ କରିବା ପାଇଁ ଆମେ ଚିନ୍ତିତ ଓ ଚେଷ୍ଟିତ ଥାଉ ।"

ଭୁବନେଶ୍ବରର ୩ ବିଧାନସଭା କ୍ଷେତ୍ର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ୫୦ ପ୍ରତିଶତରୁ କମ ମତଦାନ ହୋଇଥିଲା । ଭୁବନେଶ୍ବର ଭୋଟର ଆସନ୍ତା ମେ ୨୫ରେ ବହୁ ସଂଖ୍ୟାରେ ଆସି ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, "ଭୁବନେଶ୍ବର ଲୋକ ଘରୁ ବାହାରନ୍ତି ନାହିଁ କିମ୍ବା ଭୋଟ ଦିଅନ୍ତି ନାହିଁ ବୋଲି ଯେଉଁ ଅପବାଦ ରହିଛି ତାହାକୁ ଦୂର କରନ୍ତୁ । ବହୁଳ ସଂଖ୍ୟାରେ ଆସି ମତଦାନ କରନ୍ତୁ । ମତଦାନ କରନ୍ତୁ, ଭାରତୀୟ ଗଣତନ୍ତ୍ରକୁ ବିଜୟ କରାନ୍ତୁ ।" ସେହିପରି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସମସ୍ତ ବୁଥକୁ ମହିଳା ପୋଲିଂ ଅଧିକାରୀ ପରିଚାଳନା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.