ETV Bharat / state

ପଞ୍ଜୁରୀ ଭିତରେ ମାଛ ଚାଷ, ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ - Kalahandi News

Cage Culture Farming: ପଞ୍ଜୁରୀ ଭିତରେ କରାଯାଉଛି ମାଛ ଚାଷ । ସସ୍ବାବଲମ୍ବୀ ହେଉଛନ୍ତି ଚାଷୀ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିଶିଙ୍ଗ କେଜ । ଅଧିକ ପଢ଼ନ୍ତୁ

ପଞ୍ଜୁରୀ ଭିତରେ ମାଛ ଚାଷ
ପଞ୍ଜୁରୀ ଭିତରେ ମାଛ ଚାଷ
author img

By ETV Bharat Odisha Team

Published : Jan 28, 2024, 10:46 PM IST

ପଞ୍ଜୁରୀ ଭିତରେ ମାଛ ଚାଷ

ଭବାନୀପାଟଣା: ପଞ୍ଜୁରୀ ଭିତରେ କରାଯାଉଛି ମାଛ ଚାଷ । କଳାହାଣ୍ଡି ଜିଲ୍ଲାରେ ସ୍ବାବଲମ୍ବୀ ହେଉଛନ୍ତି ଚାଷୀ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିସିଂ କେଜ । ମତ୍ସ୍ୟ ବିଭାଗର ସହାୟତାରେ କରାଯାଉଛି କେଜ୍ କଲଚର୍ ଫାର୍ମିଂ । ଇନ୍ଦ୍ରାବତୀ ଜଳଭଣ୍ଡାରରେ ପ୍ରସ୍ତୁତ ହୋଇଛି ବୃତ୍ତାକାର ଓ ଆୟତ୍ତାକାର ପଞ୍ଜୁରୀ । ଏଥିରେ କ୍ୟୁବିକ୍ ମିଟର ପ୍ରତି 30ରୁ 40 କେଜି ମାଛ ଉତ୍ପାଦନ ହୋଇପାରିବ।

କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ କରାଯାଉଛି କେଜ କଲଚର୍ ଫାର୍ମିଂ । ମତ୍ସ୍ୟ ବିଭାଗର ସହାୟତାରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର୍ ଫାର୍ମିଂ ଆରମ୍ଭ ହୋଇଛି । ପଞ୍ଜୁରୀ ଭିତରେ ମାଛ ଚାଷ କରାଯାଉଛି । କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ଆଦିବାସୀ ଅଦ୍ଧ୍ୟୁସିତ କଳାହାଣ୍ଡି ଜିଲ୍ଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ୱାବଳମ୍ବୀ ହୋଇପାରିବେ ଚାଷୀ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମୀତି, ମହିଳା ସ୍ୱୟଂ ସହାୟକା ଗୋଷ୍ଠୀମାନଙ୍କର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରୟାଶ କରାଯାଇଛି । ପ୍ରଥମ ପର୍ଯ୍ୟୟରେ ଥୁଆମୂଳ ରାମପୁରର ସାନଛତ୍ରଙ୍ଗର ଇନ୍ଧ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୃତ୍ତାକାର ଓ ଦୁଇଟି ଆୟତ୍ତାକାର ପଞ୍ଜୁରୀ ସ୍ଥାପିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..... ଚର୍ଚ୍ଚାରେ କୋରାପୁଟ ମହିଳା ଚାଷୀ ହୀରା, ସମନ୍ୱିତ ଚାଷ କରି ହେଲେ ସ୍ୱାବଲମ୍ବୀ

ପ୍ରଥମ ପର୍ଯ୍ୟାୟରେ ମାଆ ଖମ୍ବେଶ୍ବରୀ ମତ୍ସ୍ୟ ସମବାୟ ସମିତୀ ଦ୍ବାରା ଏହି ପଞ୍ଜୁରୀରେ ଅମୁରକାର୍ଷ ମାଛ ଜାଆଁଳା ଛଡା ଯାଇଥିଲା । ଯାହା ବର୍ତ୍ତମାନ ଅଧା କିଲୋରୁ ଉର୍ଦ୍ଧ ଓଜନର ହୋଇଛି । ଏହାକୁ ଦେଖି ବେଶ୍ ଉତ୍ସାହିତ ଚାଷୀ । ଏହାକୁ ପ୍ରତିଦିନ ଖାଦ୍ୟ ଦେବା ସହ ପଞ୍ଜୁରୀ ସଫା ରଖିଲେ 3ରୁ 4 ମାସ ମଧ୍ୟରେ ଏହା 1 କେଜି ପର୍ଯ୍ୟନ୍ତ ବଢ଼ିପାରିବେ । କ୍ୟୁବିକ୍ ମିଟର ପ୍ରତି 30ରୁ 40 କେଜି ମାଛ ଉତ୍ପାଦନ ହୋଇପାରିବ । ଯାହାକି ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆସିବ । ଜଳଭଣ୍ଡାର ପାଇଁ ନିଜ ଭିଟା ମାଟି ହରେଇଥିଲେ ଏହି ଚାଷୀ । ଅଞ୍ଚଳରେ ଚାଷ ଜମି କମ ଓ ଚାରିଆଡେ ଜଳଭଣ୍ଡାର ରହିଥିବାରୁ ଲାଭ ଦାୟକ ଚାଷ କରିପାରୁନଥିଲେ ସ୍ଥାନୀୟ ଲୋକେ ।

କିନ୍ତୁ ଏବେ ଏକ ନୂଆ ଆଶା ଦେଖାଇଛି କେଜ୍ କଲଚର୍ ଫାର୍ମିଂ। ମଧୁର ମାଛର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ଏହି କେଜ୍ ଫାର୍ମୀଙ୍ଗ କରି ବଜାରର ଚାହିଦା ମୁତାବକ ମାଛ ଆମଦାନୀ କରିବା ସହ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ଏହି ଅଞ୍ଚଳ ବାସୀ । ଆଗରୁ ହୀରାକୁଦ ଓ ମାଲକାନଗିରିର ସତିଗୁଡା ଜଳ ଭଣ୍ଡାରରେ ଭାସମାନ ଜେଟି ଓ ଜାଲ ସହାୟତାରେ ଫିଶିଙ୍ଗ କେଜ ନିର୍ମାଣ କରାଯାଇ ଚାଷ କରା ଯାଉଥିବାବେଳେ ଏହା କଳାହାଣ୍ଡି ଜିଲ୍ଲା ପାଇଁ ଏହା ପ୍ରଥମ ଅଟେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.