ETV Bharat / state

ଏଣିକି ନିସ୍ତାର ନାହିଁ, ସରକାରୀ ଜମିରେ ନିର୍ମାଣ ହୋଇଥିବା କୋଠାରେ ବୁଲିବ ବୁଲ୍‌ଡୋଜର - Buildings On Encroached Govt Land

author img

By ETV Bharat Odisha Team

Published : Jul 17, 2024, 9:57 PM IST

Revenue Minister Suresh Pujari: ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିଲେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବଡ଼ ବଡ଼ କୋଠା । ଅଧିକ ପଢ଼ନ୍ତୁ

Revenue Minister Suresh Pujari
Revenue Minister Suresh Pujari (ETV Bharat Odisha)

ସମ୍ବଲପୁର: ବଡ଼ ବଡ଼ିଆଙ୍କ କୋଠାରେ ବୁଲିବ ବୁଲ୍‌ଡୋଜର । ମାଟିରେ ମିଶିବ ବଡ଼ ବଡ଼ ଅଟାଳିକା । ଜବରଦଖଲକାରୀ ବଡ଼ବାବୁଙ୍କୁ ନିସ୍ତାର ନାହିଁ । ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିଲେ ବୁଲିବ ବୁଲଡୋଜର । ମାଟିରେ ମିଶିବ ବେଆଇନ୍ ନିର୍ମାଣ । ତେବେ ସରକାରୀ ଜବରଦଖଲକାରୀଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ସମ୍ବଲପୁର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଅବସରରେ ଓ଼ଡିଶା ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିବା ଜବରଦାଖଲ ଉଚ୍ଛେଦ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ସୁରେଶ କହିଛନ୍ତି, "ଆଗକୁ ବଡ଼ ବଡ଼ ଲୋକଙ୍କ ମୁଖା ଖୋଲିବ । ଗତ 75 ବର୍ଷ ଭିତରେ ଆମେ ଦେଖିଛୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ କେବଳ ଗରିବ ଲୋକଙ୍କ ଝୋପଡ଼ି ଭଙ୍ଗା ଯାଇଥାଏ । ଯେଉଁ ଗରିବ ଲୋକ 4 ଡ଼ିସିମିଲ ଜମିରେ କୁଡ଼ିଆ ଘର ତିଆରି କରିଥାନ୍ତି ତାଙ୍କ ଘର ବହୁ ଥର ଭଙ୍ଗା ଯାଇଥାଏ । କିନ୍ତୁ ସେମାନେ ଜବରଦଖଲକାରୀ ନୁହନ୍ତି । ଯେଉଁ ବଡ଼ ବଡ଼ ପ୍ରଭାଵଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ସମାଜରେ ସଫା ସୁତୁରା ଛବି ରହିଛି ସେମାନେ ବଡ଼ ବଡ଼ ସରକାରୀ ଜମି ଜବର ଦଖଲ କରି ନଭତ୍ସଚୁମ୍ବି ପ୍ରାସାଦ ଅଥବା ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଆଗକୁ ସେଠାରେ ବୁଲଡୋଜର ଲାଗିବ ।"

ଏହାସହ ପ୍ରଭାବଶାଳୀମାନେ ଯେଉଁ ଜଙ୍ଗଲ, ଜମି ଓ ଜଳ ନିଜସ୍ୱ ଭାବି ମାଡି ବସିଛନ୍ତି ତାହା ନିଶ୍ଚିତ ଭାବେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ସୁରେଶ । ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁର ସହରରେ ବେଆଇନ ଭାବେ ପାଉଁଶ ଡମ୍ପିଂ କରାଯାଉଥିବା ଅଭିଯୋଗ ପ୍ରସଙ୍ଗ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ । ଏହିଭଳି କାର୍ଯ୍ୟ କରୁଥିବା ଶିଳ୍ପ ଅନୁଷ୍ଠାନ ଗୁଡିକ ବିରୁଦ୍ଧରେ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିଳ୍ପ ଅନୁଷ୍ଠାନ ଗୁଡିକ ଉଭୟ ବାୟୁ ଓ ଜଳ ପ୍ରଦୂଷଣ କରୁଛନ୍ତି । ଏହାକୁ ରୋକିବା ପାଇଁ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା ହୋଇଛି । ବେଆଇନ ପାଉଁଶ ଡ଼ମ୍ପିଂ ସମସ୍ୟା ନେଇ ମଧ୍ୟ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବା ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡିକର ଅଧିକାରୀଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଅନ୍ୟପଟେ ପାଉଁଶ ବୋହି ନେଉଥିବା ଟ୍ରକ ଅଥବା ଗାଡି ଗୁଡିକରେ GPS ସିଷ୍ଟମ ଲଗାଯାଇ ଏହା ଉପରେ ନଜର ରଖାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି - Mahanadi Water Dispute

ତେବେ ସମ୍ବଲପୁର ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ସହର ଦୁର୍ଗାପାଲି କାନିଜୁରୀର ଗୁଡେଶ୍ବର ବାବା ମନ୍ଦିର ରାସ୍ତାରେ "ମାଆ ପାଇଁ ଗଛଟିଏ" କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି । ଏହା ସହ ନିଜେ ଗଛ ଲଗାଇ ପରିବେଶର ସଚେତନତାର ବାର୍ତ୍ତା ଦେଇଛନ୍ତି । ସାଢେ ଚାରି କୋଟି ଓଡିଆ ଯଦି ଗୋଟେ ଗୋଟେ ଗଛ ଲଗାଇବେ ତେବେ ଓଡିଶାରେ ଏକା ସାଙ୍ଗରେ ସାଢେ ଚାରି କୋଟି ଗଛ ଲାଗି ପାରିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅନ୍ୟପଟେ ସବୁ ବିଭାଗ ଗୁଡିକୁ ବୃଷ ରୋପଣ କରାଯାଇ ଏହାକୁ ସୁରକ୍ଷା ଦେବାକୁ ପରାମର୍ଶ ଦିଆ ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.