ETV Bharat / state

ଅପହଞ୍ଚ ଇଲାକାରେ ଚାଲି ଚାଲି ପହଞ୍ଚିଲେ ଉପଜିଲ୍ଲାପାଳ, ଲୋକଙ୍କ ସମସ୍ୟା ବୁଝିଲେ - ବୌଦ୍ଧ ମାତାଗାଡୁ ଗାଁ

Boudha Sub-collector visits Matagadu village: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ନିକଟରେ ପ୍ରାୟ କୋଡିଏ କିଲୋମିଟର ବଣ ଜଙ୍ଗଲ ଓ ଘାଟି ରାସ୍ତା ପାଦରେ ଚାଲି ଚାଲି ପହଞ୍ଚିଲେ ଉପଜିଲ୍ଲାପାଳ । ମାଳ ମାଳ ସମସ୍ୟାରେ ଛନ୍ଦି ହୋଇପଡିଥିବା ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

oudh Sub-collector Visited Matagadu village
ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପାଦରେ ଚାଲି ଚାଲି ପହଞ୍ଚିଲେ ଉପଜିଲ୍ଲାପାଳ
author img

By ETV Bharat Odisha Team

Published : Feb 9, 2024, 12:28 PM IST

Updated : Feb 9, 2024, 5:32 PM IST

ଅପହଞ୍ଚ ଇଲାକାରେ ଚାଲି ଚାଲି ପହଞ୍ଚିଲେ ଉପଜିଲ୍ଲାପାଳ, ଲୋକଙ୍କ ସମସ୍ୟା ବୁଝିଲେ

ବୌଦ୍ଧ: ପାଦରେ ଚାଲି ଚାଲି ଉପାନ୍ତ ତଥା ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର । ବଣ ଜଙ୍ଗଲ ତଥା ଘାଟି ରାସ୍ତାରେ ଚାଲି ଚାଲି ଉପଜିଲ୍ଲାପାଳ ଅନ୍ୟ କର୍ମଚାରୀଙ୍କ ସହିତ ଅପହଞ୍ଚ ଇଲାକା ମାତାଗାଡୁ ଗାଁରେ ପହଞ୍ଚି ହିତାଧିକାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପାଖାପାଖି କୋଡିଏ କିଲୋମିଟର ବଣ ଜଙ୍ଗଲ ଓ ଘାଟି ରାସ୍ତା ଅତିକ୍ରମ କରି ସେ ଲୋକମାନଙ୍କ ପାଖରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ... ବୌଦ୍ଧ ପଞ୍ଚାୟତ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ

ବୌଦ୍ଧ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଭାବରେ ପରିଚିତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ଗୁରୁବାର ଦିନ ବୌଦ୍ଧ ଉପଜିଲ୍ଲାପାଳ ସଦର ବ୍ଲକ ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ଉପାନ୍ତ ତଥା ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ମାତାଗାଡୁ ଗ୍ରାମ ପରିଦର୍ଶନ କରିଛନ୍ତି । ତିଲପଙ୍ଗାଠାରୁ ବିଭିନ୍ନ ଜଙ୍ଗଲ ପାହାଡ଼ର ଘାଟି ରାସ୍ତା ଚଢି ପାଦରେ ଚାଲି ଚାଲି ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ମାତାଗାଡୁ ଗ୍ରାମରେ ପହଞ୍ଚିଥିଲେ । ପାଖାପାଖି କୋଡିଏ କିଲୋମିଟର ବଣ ଓ ଘାଟି ରାସ୍ତା ଅତିକ୍ରମ କରିଥିଲେ । ଉପଜିଲ୍ଲାପାଳଙ୍କ ସହିତ ଇଟିଭି ଭାରତ ଟିମ୍ ସମେତ ସେକ୍ଟର ଅଫିସର ଅନିଲ ପ୍ରଧାନ, ପଞ୍ଚାୟତ ଯନ୍ତ୍ରୀ ମନୋଜ ବେହେରା ଓ ବନ କର୍ମଚାରୀ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ... ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଆନ୍ଦୋଳନକୁ 2 ମାସ, ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଗ୍ରାମରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ଉପଜିଲ୍ଲାପାଳ ମାଳ ମାଳ ସମସ୍ୟା ଘେରରେ ରହିଥିବା ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ପ୍ରଥମ ଥର ପାଇଁ ଉପଜିଲ୍ଲାପାଳ ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚିଥିବା ବେଳେ ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ସେବା, ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ତେବେ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସମ୍ପର୍କରେ ଉପଜିଲ୍ଲାପାଳ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାପୂର୍ବରୁ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ ସୋନାଲ କାର୍ଯ୍ୟରେ ଯୋଗଦାନ କରିବା ପରଦିନ ହରଭଙ୍ଗା ବ୍ଲକର ଉପାନ୍ତ ମହାଲିକପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ବୁଲି ଦେଖିବା ସହିତ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 9, 2024, 5:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.