ETV Bharat / state

ବୌଦ୍ଧରେ କ୍ରୀଡା କ୍ଷେତ୍ରରେ ହୋଇ ପାରୁନି ବିକାଶ, ଅସନ୍ତୋଷ ବ୍ୟକ୍ତ କଲେ ବିଧାୟକ - mla saroj pradhan visits stadium

author img

By ETV Bharat Odisha Team

Published : Jun 23, 2024, 1:17 PM IST

Boudh MLA visits stadium: ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ଷ୍ଟାଡିୟମ । ପରିଦର୍ଶନ ସମୟରେ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ବିଧାୟକ ସରୋଜ ପ୍ରଧାନ । ଅଧିକ ପଢନ୍ତୁ

MLA SAROJ PRADHAN
MLA SAROJ PRADHAN (ETV BHARAT ODISHA)

ବୌଦ୍ଧ: ଆକ୍ସନ ମୋଡରେ ନବ ନିର୍ବାଚିତ ବିଧାୟକ ସରୋଜ ପ୍ରଧାନ । ଜିଲ୍ଲା ସଦର ମହକୁମା ବସଷ୍ଟାଣ୍ଡ ଓ ଷ୍ଟାଡିୟମ ପରିଦର୍ଶନ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବୌଦ୍ଧ ବିଧାୟକ । ଜିଲ୍ଲାରେ କ୍ରୀଡା ଓ କ୍ରୀଡାବିତଙ୍କ ପାଇଁ ବିରାଟ ସମ୍ଭାବନା ରହିଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଅନେକ କ୍ରୀଡାବିତଙ୍କ ଭବିଷ୍ୟତ ଅନ୍ଧାରରେ ରହିଯାଇଛି । ତେଣୁ କ୍ରୀଡା କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାକୁ ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ।

MLA SAROJ PRADHAN (ETV BHARAT ODISHA)

ଶନିବାର ହଠାତ ସକାଳୁ ସକାଳୁ ବୌଦ୍ଧର ନୂତନ ଯୁବ ବିଧାୟକ ସରୋଜ କୁମାର ପ୍ରଧାନ ଏକ ବାଇକରେ ଆସି ଜିଲ୍ଲା ଷ୍ଟାଡିୟମରେ ପହଞ୍ଚି ସ୍ଥିତି ପରଖିଥିଲେ । ଷ୍ଟାଡିୟମ ପରିସରରେ ଥିବା ହେଲିପ୍ୟାଡକୁ ତୁରନ୍ତ ହଟାଇବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବା ସହିତ କ୍ରୀଡା ଅଧିକାରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଷ୍ଟାଡିୟମ ପରିସରରେ କେବଳ ସନ୍ତରଣ କେନ୍ଦ୍ର ଠିକରେ ଚାଲିଥିବା ବେଳେ ଅନ୍ୟ ସବୁକିଛି ଅବ୍ୟବସ୍ଥା ତଥା ବ୍ୟାପକ ଦୁର୍ନୀତି ଘେରରେ ରହିଥିବା ଖୋଦ ବିଧାୟକ କହିଛନ୍ତି । ଷ୍ଟାଡିୟମରେ ବିଭିନ୍ନ ବିଭାଗ ଉନ୍ନୟନ ନାଁରେ କେବଳ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଧାୟକ ଏନେଇ ବିଭାଗୀୟ ଅଧିକାରୀ ଓ କ୍ରୀଡା ଅଧିକାରୀଙ୍କୁ କଡା ଚେତାବନୀ ଦେଇଥିଲେ । ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ କରି ଖେଳ ଓ ଖେଳାଳିଙ୍କ ବିକାଶ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନୂତନ ବିଧାୟକ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଠିକାଦାରଙ୍କ ଇଚ୍ଛାରେ ଚାଲିଛି ସେତୁ ନିର୍ମାଣ, ଦିନ ଗଡୁଛି କାମ ସରୁନି - Construction work of balat setu

ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ରହିଛି ବିରାଟ ସମ୍ଭାବନା । କିନ୍ତୁ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ତଥା ବିଭିନ୍ନ ଅନିୟମିତତା କାରଣରୁ ଖେଳାଳିଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ରହିଯାଉଛି । ବୌଦ୍ଧ ଜିଲ୍ଲାରେ ସନ୍ତରଣଠାରୁ ନେଇ କ୍ରିକେଟ, ଫୁଟବଲ, ଆଥଲେଟ, ତୀରନ୍ଦାଜ ଭଳି ବିଭିନ୍ନ କ୍ରୀଡ଼ାରେ ବେଶ ସୁନାମ ରହି ଆସିଛି । ଅନେକ କୃତି କ୍ରୀଡାବିତ ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି । କିନ୍ତୁ ସେମାନଙ୍କ ପ୍ରତି କ୍ରୀଡା ବିଭାଗର କୌଣସି ଆନ୍ତରିକତା ରହୁନାହିଁ । ଏପରିକି ଜଣେ କ୍ରୀଡା ଅଧିକାରୀ ଜିଲ୍ଲାରେ ଥାଇ ମଧ୍ୟ ନଥିଲା ଭଳି । କ୍ରୀଡାର ବିକାଶ ପାଇଁ ସରକାର ସମସ୍ତ ପଞ୍ଚାୟତରେ ଖେଳପଡିଆର ଉନ୍ନତି ପାଇଁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ସେସବୁ ଅର୍ଥର ବ୍ୟାପକ ଦୁରୂପଯୋଗ ହୋଇ ଆସୁଛି ବୋଲି ଅଭିଯୋଗ ହୋଇଛି ।

ଅନେକ ପଞ୍ଚାୟତରେ ଖେଳପଡିଆର ଉନ୍ନତି ନାଁରେ ବ୍ୟାପକ ଦୁର୍ନୀତି କରାଯାଇଛି । ପଞ୍ଚାୟତର କଥା ଛାଡନ୍ତୁ ଖାସ ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ କ୍ରୀଡ଼ାର ବିକାଶ ପାଇଁ ବିଗତ 20 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଜିଲ୍ଲା ଷ୍ଟାଡିୟମ ସମ୍ପୂର୍ଣ୍ଣ ହେବାର ନା ଧରୁନି । ଏଠାରେ କେବଳ ଠିକାଦାର ପୋଷା ନୀତିରେ କେବଳ କୋଟି କୋଟି ଟଙ୍କାର ଅର୍ଥ ଶ୍ରାଦ୍ଧ କରାଯାଇଥିବା ବେଳେ ଷ୍ଟାଡିୟମର ନିର୍ମାଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାହା ମରାମତି କାମର ଆବଶ୍ୟକତା ଅନୁଭବ ହେଲାଣି । ବ୍ୟାପକ ଅବ୍ୟବସ୍ଥା ତଥା ଅନିୟମିତତା ଘେରରେ ଥିବା ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.