ETV Bharat / state

ଦୃଷ୍ଟିବାଧିତ କୁଶଙ୍କ ଶିକ୍ଷକ ହେବାକୁ ସଂଘର୍ଷ; କିଡ୍‌ନୀ ବିକିବାକୁ ଆଡଭାନ୍ସ ଆଣି କରୁଛନ୍ତି ବିଏଡ୍‌, ମିଳୁନାହାନ୍ତି ସ୍କ୍ରାଇବ୍‌ - Blind Student in Sambalpur

author img

By ETV Bharat Odisha Team

Published : Jul 14, 2024, 6:44 PM IST

Blind Student in Sambalpur: ଶିକ୍ଷକ ହେବା ଆଶାରେ କିଡ୍‌ନୀ ବିକିବାକୁ ଆଡ୍‌ଭାନ୍ସ ଆଣି ଦୃଷ୍ଟିବାଧିତ ଯୁବକ କରୁଛନ୍ତି ବିଏଡ୍‌ । ହେଲେ ପରୀକ୍ଷାରେ ଲେଖି ଦେବାକୁ ପାଉନାହାନ୍ତି ସ୍କ୍ରାଇବ । ଅଧିକ ପଢ଼ନ୍ତୁ

Blind Student in Sambalpur
Blind Student in Sambalpur (ETV Bharat Odisha)

ସମ୍ବଲପୁର: ଜଣେ ଦୃଷ୍ଟିବାଧିତ ଯୁବକଙ୍କ ଅଜବ ନିଶା । ଏହାକୁ ଆମେ ନିଶା ପରିବର୍ତ୍ତେ ଦୃଢ଼ ଇଚ୍ଛାଶକ୍ତି ମଧ୍ୟ କହିପାରିବା । କାରଣ ସେ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ତାଙ୍କର ଶିକ୍ଷକ ହେବାକୁ ପ୍ରବଳ ଇଚ୍ଛା । ଦୃଷ୍ଟିଶକ୍ତି ନଥିବା ସହ ତାଙ୍କର ବର୍ତ୍ତମାନ ବାପା ମାଆ କେହି ମଧ୍ୟ ନାହାନ୍ତି । ତେଣୁ ପାଠ ପଢିବାକୁ ସେ ଅର୍ଥ ଅଭାବ ହେବାରୁ ନିଜର ଏକ କିଡନୀ ବିକ୍ରି କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ ଓ ଏଥିପାଇଁ ଜଣେ କିଡନୀ ରୋଗୀଙ୍କ ଠାରୁ 40 ହଜାର ଟଙ୍କା ଅଗ୍ରିମ ଆଣିଥିଲେ ବୋଲି କହିଛନ୍ତି । ଆଉ ଏବେ ସେ ସମ୍ବଲପୁରର ଡଃ ପର୍ଶୁରାମ ମିଶ୍ର ବିଏଡ୍‌ କଲେଜରେ ପାଠ ପଢ଼ୁଥିବାବେଳେ ପରୀକ୍ଷାରେ ତାଙ୍କ ଉତ୍ତର ଲେଖିବା ପାଇଁ ସ୍କ୍ରଇବ୍‌ ବା ରାଇଟର ମିଳୁନାହାନ୍ତି ।

ସମ୍ବଲପୁରର ଡଃ ପର୍ଶୁରାମ ମିଶ୍ର ବିଏଡ୍‌ କଲେଜର ଛାତ୍ର ହେଉଛନ୍ତି କୁଶ ଭଏନା । ତାଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅନ୍ତର୍ଗତ ତେଲିପାଲି ଗାଁରେ । ଜନ୍ମ ହେବା ପରେ ସେ ନିଜ ମାତା ପିତାଙ୍କୁ ହରାଇଥିଲେ । ପରେ ତାଙ୍କୁ ଯୁଆନି ଭଏନା ଓ ତାଙ୍କ ପତ୍ନୀ ଓକିଲା ଭଏନା ପାଳନ ପୋଷଣ କରି ବଡ଼ କରିଥିଲେ । ବଡ଼ କଷ୍ଟରେ ସେ ପାଠ ପଢିଥିଲେ । 2012 ମସିହାରେ ସେ କରେସ୍ପନଣ୍ଡେସ୍‌ କୋର୍ସ କରି ସୋନପୁର ବାଳିକା ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ଏହାପରେ ସେ 2014 ମସିହାରେ ଭୁଲିଆପାଲିର ପରମେଶ୍ବର ଯୁକ୍ତ 2 କଲେଜରୁ କଳାରେ ଯୁକ୍ତ 2 ପାସ କରିଥିଲେ । ପରବର୍ତ୍ତୀ ସମୟରେ 2018ରେ ସେ ବୀରମହାରାଜପୁର କଲେଜରୁ ଓଡ଼ିଆ ସମ୍ମାନରେ ସ୍ନାତକ (ବିଏ) ହାସଲ କରିଥିଲେ ।

ଏହାପରେ ତାଙ୍କ ସହିତ ଏକ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା । 2019 ମସିହାରେ ତାଙ୍କର ବ୍ରେନ ପାରାଲିସିସ୍‌ ହୋଇଗଲା ଓ ତାଙ୍କର ଦୃଷ୍ଟିଶକ୍ତି ଚାଲିଗଲା । କିଛିଦିନ ପରେ ତାଙ୍କର ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇଲା । ହେଲେ ତାଙ୍କ ଭିତରେ ଥିବା ଶିକ୍ଷକ ହେବାର ନିଶା କିନ୍ତୁ କମିନଥିଲା । ଏହି ସମୟ ମଧ୍ୟରେ ତାଙ୍କୁ ଲାଳନପାଳନ କରିଥିବା ଉଭୟ ବାପା ମାଆଙ୍କୁ ମଧ୍ୟ ସେ ହରେଇଥିଲେ । ତେଣୁ ବିଏଡ୍‌ କଲେଜରେ ନାମ ଲେଖାଇବା ପାଇଁ ସେ ଭାଲୁଡ଼ୁମରିର ଜଣେ କିଡନୀ ରୋଗୀଙ୍କୁ କିଡନୀ ଦାନ କରିବା ପାଇଁ ଅଗ୍ରିମ 40 ହଜାର ଟଙ୍କା ଆଣିଥିଲେ ବୋଲି କୁଶ ଭଏନା କହିଛନ୍ତି । ବର୍ତ୍ତମାନ ସେହି ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ଆଉ ସେହି ଟଙ୍କାରେ ସେ ବର୍ତ୍ତମାନ ବିଏଡ କଲେଜରେ ପାଠ ପଢୁଛନ୍ତି । ଏବେ ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ପରୀକ୍ଷାରେ ତାଙ୍କୁ ସହାୟତା କରିବା ପାଇଁ ସ୍କ୍ରଇବ ମିଳୁ ନାହାନ୍ତି ବୋଲି ସେ କହିଛନ୍ତି । ସେ ନିଜର ଶିକ୍ଷକ ହେବାର ନିଶା ଛାଡି ନାହାନ୍ତି ଓ ଆଗକୁ ଯେକୌଣସି ପ୍ରକାରେ ସେ ଶିକ୍ଷକ ହେବେ ବୋଲି କହିଛନ୍ତି ।

ଅନ୍ୟପଟେ ବିଏଡ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଦିବାକର ଷଡ଼ଙ୍ଗୀ କହିଛନ୍ତି, "ଏହି କଲେଜରେ ପ୍ରତ୍ୟେକ ବର୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଢୁଛନ୍ତି । ଏହି ବର୍ଷ ମଧ୍ୟ ପଢୁଛନ୍ତି । ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନିୟମ ମୁତାବକ ପରୀକ୍ଷାରେ ସ୍କ୍ରଇବ ବା ରାଇଟର ବ୍ୟବହାର କରି ପାରିବେ । ତା' ପାଇଁ ପରୀକ୍ଷାର୍ଥୀ ଆଗୁଆ ନିଜର ରାଇଟର ବାବଦରେ ସୂଚନା ଦେବା ସହ ତାଙ୍କର ସାର୍ଟିଫିକେଟ ଓ ପରିଚୟ ପତ୍ର ଦେବାକୁ ପଡିଥାଏ । ଏହାପରେ ବିଶ୍ବବିଦ୍ୟାଳୟର ଅନୁମତି ନେଇ ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଏ । ତେବେ ବିଏଡ କଲେଜ ନିଜ ତରଫରୁ କୌଣସି ସ୍କ୍ରଇବ ବା ରାଇଟର ଯୋଗାଇଦେବାର ପ୍ରବଧାନ ନାହିଁ ।" ସେହି ପରିସ୍ଥିତିରେ କୁଶ ଭଏନା ନିଜେ କୌଣସି ସ୍କ୍ରଇବ ଆଣିଲେ ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ପ୍ରିନ୍ସପାଲ ।

ଏହା ମଧ୍ୟ ପଢ଼ନ୍ତୁ...୮୪ ବର୍ଷୀୟ ବୃଦ୍ଧଙ୍କ ଅଜବ ନିଶା, ସ୍କୁଲରେ ପାଠ ପଢୁଛନ୍ତି ଆୟୁର୍ବେଦିକ ଚିକିତ୍ସକ - Illiterate Ayurvedic Doctor

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.