ETV Bharat / state

ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, SHG ଗ୍ରୁପକୁ ଋଣ ପ୍ରଦାନରେ ପାତରଆନ୍ତର ଅଭିଯୋଗ - ପୁରୀ ବିଜେପି ମହିଳା ମୋର୍ଚ୍ଚା

Protest By BJP: ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ କର୍ମକର୍ତ୍ତା । କାରଣ ଜାଣନ୍ତୁ

Protest By BJP
Protest By BJP
author img

By ETV Bharat Odisha Team

Published : Feb 28, 2024, 8:49 PM IST

Protest By BJP

ପୁରୀ: ଋଣ ପ୍ରଦାନ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ଏସଏଚଜି ଗ୍ରୁପକୁ ସରକାର ଦଳୀୟ ଆଧାରରେ ଋଣ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ପୁରୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । SHG ମହିଳା ଗୋଷ୍ଠୀଙ୍କୁ ସରକାର ଋଣ ଦେବାରେ ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆଣିଛନ୍ତି ବିକ୍ଷୋଭକାରୀ । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

  • " class="align-text-top noRightClick twitterSection" data="">

ପୁରୀ ଟାଉନ ହଲ ଛକରୁ ଏକ ରାଲିରେ ଶହ ଶହ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ଆସି ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତିକୁ ପ୍ରତିବାଦ କରିଥିଲେ। ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ହେଲେ ପୋଲିସ୍ ନ ଛାଡ଼ିବାରୁ ସେମାନେ ଉତ୍ୟକ୍ତ ହୋଇ ବନ୍ଦ କରାଯାଇଥିବା ଗେଟକୁ ଠେଲି ଅଫିସରେ ଧସେଇ ପଶିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଭିତରେ ଧାରଣା ଦେଇଥିଲେ। ପରେ ସଦସ୍ୟମାନେ ପୁରୀ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। '

ଏହା ମଧ୍ୟ ପଢନ୍ତୁ...10 ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କୁ ଭେଟିଲା ଅଙ୍ଗନବାଡି କର୍ମୀ ସଂଘ

ଏହା ମଧ୍ୟ ପଢନ୍ତୁ...4ଦଫା ଦାବି ନେଇ କେନ୍ଦ୍ରାପଡା କଂଗ୍ରେସର ମାଟି ପାଇଁ ଜେଲ ଭରୋ ଆନ୍ଦୋଳନ

ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ରାଜ୍ୟ ସରକାର ଏସଏଚଜିଙ୍କୁ ଋଣ ଦେବା ନେଇ ଘୋଷଣା କରିଛନ୍ତି। ହେଲେ କେବଳ ମିଶନ ଶକ୍ତି ଗ୍ରୁପ ମହିଳାଙ୍କୁ ଋଣ ଦିଆଯାଉଥିବାବେଳେ ଅନ୍ୟ ଗ୍ରୁପ ଗୁଡ଼ିକୁ ଋଣ ଦିଆଯାଉନାହିଁ। ସେହିପରି ସରକାରଙ୍କୁ ସମର୍ଥନ କରୁଥିବା ଗ୍ରୁପ ମାନଙ୍କୁ ଋଣ ଦିଆଯାଉଛି। ଯାହାକି ବେଆଇନ ଅଟେ। ତୁରନ୍ତ ରାଜ୍ୟ ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ।"

ସେପଟେ ବିଜେପି ମହିଳା ମୋର୍ଚ୍ଚା କର୍ମୀ କହିଛନ୍ତି, "ବିଜେଡି ସରକାର ମହିଳାଙ୍କୁ ସମ୍ମାନ କଥା ସବୁବେଳେ ପ୍ରଚାର କରୁଛନ୍ତି । ହେଲେ ଏସଏଚଜି ଗ୍ରୁପ କରି ବିଭିନ୍ନ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରୁଥିବା ମହିଳାଙ୍କୁ ଋଣ ପ୍ରଦାନରେ ସରକାର ପାତର ଅନ୍ତର କରିବା ଅତ୍ୟନ୍ତ ଦୁଃଖ ଦାୟକ।" ସରକାର ଏଭଳି କାର୍ଯ୍ୟରୁ ନିବୃତ ନ ହେଲେ ବିଜେପି ମହିଳା ମୋର୍ଚ୍ଚା ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.