ETV Bharat / state

ଅନୁଗୋଳରେ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ, ମହିଳା-କୃଷକ-ଗରିବଙ୍କୁ ଫୋକସ୍‌ - modi guarantee 2024 - MODI GUARANTEE 2024

MODI GUARANTEE SANKALP PATRA: ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପିର ଜାରି ହେଲା ମୋଦି ଗ୍ୟାରେଣ୍ଟି ସଙ୍କଳ୍ପ ପତ୍ର । ଏଥିରେ ଯୁବ, ମହିଳା, କୃଷକ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ । ଅଧିକ ପଢନ୍ତୁ

ଲୋକାର୍ପଣ ହେଲା ବିଜେପିର ସଂକଳ୍ପ ପତ୍ର
ଲୋକାର୍ପଣ ହେଲା ବିଜେପିର ସଂକଳ୍ପ ପତ୍ର
author img

By ETV Bharat Odisha Team

Published : Apr 24, 2024, 10:53 PM IST

ଲୋକାର୍ପଣ ହେଲା ବିଜେପିର ସଂକଳ୍ପ ପତ୍ର

ଅନୁଗୋଳ: ଉନ୍ମୋଚିତ ହେଲା ମୋଦି ଗ୍ୟାରେଣ୍ଟି ସଙ୍କଳ୍ପ ପତ୍ର । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆ ଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଣ୍ଟି ”ପ୍ରକାଶ ପାଇଛି । ଏନେଇ ଅନୁଗୋଳ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି ।

ଏହି ସଂକଳ୍ପପତ୍ରରେ ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯାଇଥିଲା । ଏହି ସଂକଳ୍ପ ପତ୍ର କାର୍ଯ୍ୟକାରୀ କରିବାରେ ମୋଦି ସଫଳ ହୋଇଥିବା କହିଛି ବିଜେପି । ବିଶେଷ କରି ମୋଦିଙ୍କ ଯୋଜନାରେ ଅନୁଗୋଳ ଜିଲ୍ଲା ସବୁଠୁ ବେଶି ଲାଭବାନ । ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ମୂଳକ କାର୍ଯ୍ୟ ମୋଦି ଗ୍ୟାରେଣ୍ଟିକୁ ନେଇ ଜିଲ୍ଲାର ସମସ୍ତ ଘରକୁ ଯିବ ବୋଲି ବିଜେପି କହିଛି । ସେହିପରି ଜିଲ୍ଲାରେ ମୋଦି ସରକାର ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ୬୦ ହଜାର କୋଟିରୁ ଊର୍ଦ୍ଧ୍ବ ଅର୍ଥର ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ୬୦୭୩୫ ଘର ଏବଂ ସହରରେ ୫୬୭୦ ଘର, ଜଳ ଜୀବନ ମିଶନରେ ୨୦୦୭୧୬ ଘରକୁ ପାଇପ ଯୋଗେ ପାଣି,ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୯.୬୦ ଲକ୍ଷକୁ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ ) ୨୪୯୪୫୭ ପରିବାରକୁ ପାଇଖାନା, ଉଜ୍ଜଳା ଯୋଜନାରେ - ୧୬୨୪୩୬ ପରିବାରକୁ ମାଗଣା LPG ଗ୍ୟାସ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୨.୪୮ କୋଟି ଦିନର କାମ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୮୦୫ କିଲୋମିଟର ୧୪୯ ଟି ରାସ୍ତା, ଜନ ଧନ ଯୋଜନାରେ ୬.୨୨ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟାଙ୍କ ଖାତା, ଜୀବନଜ୍ୟେତି ଯୋଜନାରେ ୨୦୭୪୩୭ ଘର ସୁରକ୍ଷାବୀମା ଯୋଜନା -୪୫୯୬୨୪ ବ୍ୟକ୍ତି, ଅଟଳ ପେନସନ ଯୋଜନା -୫୬୫୨୪୫ ଜଣ ବ୍ୟକ୍ତି , ମୁଦ୍ରା ଯୋଜନା -୮୩୨୩୪୫8, ଜଣ ଷ୍ଟାଣ୍ଡ ଅପ ଇଣ୍ଡିଆ ଯୋଜନାରେ- ୫୧.୨୩ କୋଟି ଋଣ ପ୍ରଦାନ କରାଯାଇଥିବା କହିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ.....ବିଜେଡି ବିରୋଧରେ ବିଜେପିର ଚାର୍ଜସିଟ୍‌, '୨୫ ବର୍ଷର ପାପ ପେଡ଼ି' ନାଁରେ ହେଲା ରିଲିଜ୍‌ - BJP Charge Sheet

ସେହିପରି ସୌଭାଗ୍ୟ ଯୋଜନା -୮୫୭୨୬ ଘରକୁ ମାଗଣା ବିଦ୍ୟୁତ ଯୋଗାଣ,କୌଶଳ ବିକାଶ ଯୋଜନା -୧୫୯୫୨ ଜଣ ଯୁବକ , ପିଏମ ସ୍ୱାଧୀନ ଯୋଜନା -୪୧୩ ଜଣ ଷ୍ଟ୍ରିଟ ଭେଣ୍ଡରଙ୍କୁ ସହାୟତା, ଜନ ଔଷଧି କେନ୍ଦ୍ର -୦୯ , ପିଏମ ମାନ ଧନ ଯୋଜନା ୧୩୩୫୭, କର୍ମଚାରୀ ରାଜ୍ୟ ବୀମା ଯୋଜନା ୭୬୬୫୫ କର୍ମଚାରୀ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ -୩୭୬୩୮ ବୃଦ୍ଧି , ଜାତୀୟ ଗ୍ରାମୀଣ ଜୀବିକା ମିଶନ -୨୨୫୬୪୯ ପରିବାର, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା -୪୭୧୭ ଗ୍ରାମୀଣ ଯୁବକ ଉପକୃତ ,୧୭୦୦୦ କୋଟିରେ ତାଳଚେର ସାର କାରଖାନା ନିର୍ମାଣ,୧୩୦୦୦ କୋଟିରେ ଥର୍ମାଲ ପ୍ଲାଣ୍ଟ ପ୍ରତିଷ୍ଠା,୧୬୨୮ କୋଟିରେ ତାଳଚେରରେ ମେଡ଼ିକାଲ କଲେଜ , ହିଙ୍ଗୁଳା ମନ୍ଦିର ପାଇଁ ଏମସିଏଲ ପକ୍ଷରୁ ୯.୩୨ କୋଟି ଏବଂ ପେଟ୍ରୋଲିୟମ ବିଭାଗ ତରଫରୁ ୧.୯୬ କୋଟି ପ୍ରଦାନ କରାଯାଇଛି ।

ଏହାସହ ଜିଲ୍ଲାରେ ୪ ଟି କେନ୍ଦ୍ରୀୟ ବିଦ୍ୟାଳୟ ,ସମସ୍ତ ରେଲୱେ ଷ୍ଟେସନର ବିକାଶ, ସୁକିନ୍ଦା ନୂତନ ରେଳ ଲାଇନ ୨୪୪୧ କୋଟି, ଅନୁଗୋଳ ସମ୍ବଲପୁର ରେଳ ଲାଇନର ଦୋହରିକରଣ ୧୫୩୯ କୋଟି , ତାଳଚେର ବିମଳା ଗଡ଼ ରେଳ ଲାଇନ ୧୯୨୮ କୋଟି କାର୍ଯ୍ୟ ଦୃତ ଗତିରେ ଚାଲିଛି, କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ ,ଚାରି ଲାଇନ ୨୪୯୨ କୋଟି,ଏବଂ ଏନଏଚ କାର୍ଯ୍ୟ ଦୃତ ଗତିରେ ଚାଲିଛି , ତାଳଚେର ଡୁବୁରୀ ଜାତୀୟ ରାଜପଥ ଚାରି ଲାଇନ,ସମସ୍ତ ଜାତୀୟ ରାଜପଥର ବିକାଶ, ବନର ପାଳ ଗୋଡିବନ୍ଧ ଜାତୀୟ ରାଜପଥ ୪ ଲାଇନ କାର୍ଯ୍ୟ ଜାରି ରହିଛି । ଅନୁଗୁଳ ବଳରାମ ପ୍ରସାଦ ଠାରେ ଇସଅଇସି ମେଡ଼ିକାଲ ସ୍ଥାପନ, ଏଭଳି ବହୁ ବିକାଶ ମୂଳକ କାର୍ଯ୍ୟ ମୋଦି ଗ୍ୟାରେଣ୍ଟି ବୋଲି କହିଛି ବିଜେପି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି କହିଛି ଦଳ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ବିଜେପି ଅନୁଗୋଳ ବିଧାନସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ଅଗସ୍ତି ବେହେରା, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ ଓ ପ୍ରଭାତ ପ୍ରଧାନ ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ବଜିତ ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.