ETV Bharat / state

୧୦ରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ', ୨ ଲକ୍ଷ ଲୋକ ହେବେ ସାମିଲ - PM Modi Road Show in Bhubaneswar - PM MODI ROAD SHOW IN BHUBANESWAR

PM Modi Road Show in Bhubaneswar: ଆସନ୍ତା ମେ' ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନନ୍ତ୍ରୀ ମୋଦି । ୧୦ ସନ୍ଧ୍ୟାରେ ଭୁବନେଶ୍ବରରେ କରିବେ ରୋଡ ସୋ' । ପ୍ରସ୍ତୁତି ବୈଠକରେ ଯୋଗଦେଲେ କାର୍ଯ୍ୟକ୍ରମ ପ୍ରଭାରୀ ତଥା ରାଜସ୍ଥାନର ମନ୍ତ୍ରୀ ମଞ୍ଜୁଳା ବାଗମରା । ଅଧିକ ପଢ଼ନ୍ତୁ

PM Modi Road Show in Bhubaneswar
PM Modi Road Show in Bhubaneswar (ETV BHARAT ODISHA)
author img

By ETV Bharat Odisha Team

Published : May 7, 2024, 9:35 PM IST

PM Modi Road Show in Bhubaneswar (ETV BHARAT ODISHA)

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୦ ତାରିଖରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ରୋଡ୍‌ ସୋ' । ସନ୍ଧ୍ୟା ୬ଟା ସମୟରେ ଭୁବନେଶ୍ଵରରେ ରୋଡ ସୋ' କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ଏହି ରୋଡ ସୋ' ହେବ । ଏହି ରୋଡ ସୋ'ରେ ଯୋଗ ଦେବାକୁ ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଡିଓ ବାର୍ତ୍ତା ଦ୍ବାରା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସେପଟେ ମୋଦିଙ୍କ ରୋଡ ସୋ' ପାଇଁ ବିଜେପିର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସତ୍ୟନଗର କାଳୀ ମନ୍ଦିରଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭୁବନେଶ୍ଵର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ନିୟୋଜିତ ପ୍ରଭାରୀ ତଥା ରାଜସ୍ଥାନର ମନ୍ତ୍ରୀ ମଞ୍ଜୁଳା ବାଗମରା ଉପସ୍ଥିତ ରହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ମୋଦିଙ୍କ ରୋଡ୍‌ ସୋ'ରେ ୨ ଲକ୍ଷ ଲୋକଙ୍କୁ ଏକାଠି କରିବାକୁ ଯୋଜନା କରିଛି ଦଳ ।

ତେବେ ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ନିଜ ନିଜ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ରାଜ୍ୟରେ ଶାସକ ବିଜେଡି ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରି ଭୋଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦଳର ପ୍ରଚାର ମଙ୍ଗ ଦଳର ନେତା ଭିକେ ପାଣ୍ଡିଆନ ଧରିଛନ୍ତି । ଅନ୍ୟପଟେ ବିଜେପି ଏଥର ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସାରେ ଅଛି । ଏହି କ୍ରମରେ ଓଡ଼ିଶାକୁ ଘନ ଘନ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଗସ୍ତ ଜାରି ରହିଛି । ଆସନ୍ତା ୧୦ ଓ ୧୧ ତାରିଖରେ ପୁଣିଥରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ମେ' ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ପ୍ରଚାର କରିଥିଲେ ମୋଦି । ଏହି ଜନସଭାରେ ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଆସନ୍ତା ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ; କାଲି ଆସିବେ ପ୍ରତିରକ୍ଷା ମନ୍ତ୍ରୀ, 9ରେ ଗଡ଼କରୀ - Lok Sabha Election 2024

ଅନ୍ୟପଟେ ମୋଦିଙ୍କ କ୍ରମାଗତ ଦ୍ବିତୀୟ ଓଡ଼ିଶା ଗସ୍ତକୁ ନେଇ ଏବେ ରାଜ୍ୟ ବିଜେପି ଶିବିର ବେଶ ଉତ୍ସାହିତ ରହିଛି । ଗତ ୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ରୋଡ ସୋ' କରିଥିଲେ । ହେଲେ ନିର୍ବାଚନରେ ଏହାର ସେମିତି କିଛି ପ୍ରଭାବ ପଡ଼ିନଥିଲା । କିନ୍ତୁ ଏଥର ବିଜେପିର ସ୍ବତନ୍ତ୍ର ଫୋକସରେ ଓଡ଼ିଶା ରହିଥିବା ଚର୍ଚ୍ଚା ହେଉଛି । ମୋଦିଙ୍କ କ୍ରମାଗତ ଦ୍ବିତୀୟ ଗସ୍ତ ପୂର୍ବରୁ ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସୁଛନ୍ତି । ଏହାପରେ ଆସନ୍ତା ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା ଆସିବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତ କେତେ ପ୍ରଭାବ ପକାଉଛି, ତାହା ଜୁନ ୪ ତାରିଖରେ ଜଣାପଡିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.