ETV Bharat / state

ରାଜ୍ୟସଭାରେ ପଡିଲା ବିଜେଡି ୱିକେଟ: ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହନ୍ତ, ବିଜେପିକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ପ୍ରମିଳା - RAJYA SABHA BJD MP MAMATA RESIGNS

author img

By ETV Bharat Odisha Team

Published : Jul 31, 2024, 6:06 PM IST

Updated : Jul 31, 2024, 9:30 PM IST

MP Mamata Mohanta Resigns: ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଜେଡି ସାଂସଦ ମମତା ମହନ୍ତଙ୍କ କାହିଁକି ଇସ୍ତଫା ଦେଲେ ତାହାକୁ ନେଇ ବଢ଼ୁଛି ଚର୍ଚ୍ଚା । ଏପଟେ ଜାତୀୟ ଦଳକୁ ଅଙ୍ଗୁଳି ଉଠାଇଲେ ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ

MP Mamata Mohanta Resigns
MP Mamata Mohanta Resigns (ETV Bharat Odisha)

ଭୁବନେଶ୍ବର: ବିଜୁ ଜନତା ଦଳକୁ ଶକ୍ତ ଝଟକା । ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ । କାର୍ଯ୍ୟକାଳ ଶେଷ ପୂର୍ବରୁ ଇସ୍ତଫା ଦେଇଛନ୍ତି ମମତା । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ପଠାଇଛନ୍ତି । ସେପଟେ ମମତାଙ୍କ ଇସ୍ତଫା ପରେ ପରୋକ୍ଷରେ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ଜାତୀୟ ଦଳ ଚକ୍ରାନ୍ତରେ ମମତା ଇସ୍ତଫା ଦେଇଥିବା କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

Pramila Mallik (ETV Bharat Odisha)

ଚର୍ଚ୍ଚାରେ ମମତା ମହନ୍ତଙ୍କ ଇସ୍ତଫା:

ଏପ୍ରିଲ ୨୦୨୦ରେ ରାଜ୍ୟସଭା ଯାଇଥିଲେ ମମତା । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ମମତା ଇସ୍ତାଫା ଦେଇଛନ୍ତି । କୁଡୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା । ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା । ସେପଟେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଏଭଳି ଅଚାନକ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ? ତାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ତାକୁ ନେଇ ଏବେ ଉତ୍କଣ୍ଠା ବଢିବାରେ ଲାଗିଛି । ସେପଟେ ଇସ୍ତଫା ଦେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ମମତା ।

ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର:

ମମତା ମହନ୍ତ ସୋସିଆଲ ମିଡ଼ିଆ 'ଏକ୍ସ'ରେ ଲେଖିଛନ୍ତି,"ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି । ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଇସ୍ତଫା ପତ୍ର ପଠାଇ ଦେଇଛି । ମୋତେ ଜିଲ୍ଲା ପରିଷଦର ସଦସ୍ୟ ଓ ରାଜ୍ୟସଭାର ସଦସ୍ୟ ଭାବେ ସେ ମନୋନୀତ କରି ମୋର ଜିଲ୍ଲା ମୟୂରଭଞ୍ଜ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ଦେଇଥିଲେ ।"

MP Mamata Mohanta Resigns
MP Mamata Mohanta Resigns (@MamataMohanta5)

ମମତା ଏହା ମଧ୍ୟ ଲେଖିଛନ୍ତି, "ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି ।"

ରାଜ୍ୟସଭାରେ ଖସିଲା ବିଜେଡି ସଂଖ୍ୟା:

ମମତାଙ୍କ ଇସ୍ତଫା ପୂର୍ବରୁ ରାଜ୍ୟସଭାରେ ବିଜେଡିର ସଂଖ୍ୟା 9 ଥିଲା । ଏବେ ଏହା 8ରେ ପହଁଚିଛି । ମମତା ମହନ୍ତ 2020ରେ ରାଜ୍ୟସଭା ଯାଇଥିଲେ । ତାଙ୍କ କାର୍ଯ୍ୟକାଳ 2026ରେ ଶେଷ ହେବାକୁ ଥିଲା । ମମତାଙ୍କ ଇସ୍ତଫା ରାଜନୈତିକ ଦୃଷ୍ଟି କୋଣରୁ ବହୁ ଗୁରୁତ୍ୱ ବହନ କରୁଛି । ଏହା ସହ ଏହି ଇସ୍ତଫା ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଛି । ମମତାଙ୍କ ଇସ୍ତଫା ପଛରେ କାରଣ କ'ଣ ସେ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟସଭାରେ ବିଜେଡିକୁ ଭାଙ୍ଗିବା ଲାଗି ବିରୋଧୀଙ୍କ ଯୋଜନା ବୋଲି ଆକଳନ କରାଯାଉଛି । କାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ନେତା ଭିକେ ପାଣ୍ଡିଆନ ବିଜେଡିକୁ ବିଜେପି ଭାଙ୍ଗିବା ଲାଗି ଯୋଜନା କରୁଥିବା ଅଭିଯୋଗ ଆଣିଥିଲେ । ଯଦି ପାଣ୍ଡିଆନଙ୍କ ଏହି ପୂର୍ବାନୁମାନ ସତ ହୋଇଥାଏ, ତେବେ ଆଗାମୀ ଦିନରେ ବିଜେଡି ଲାଗି ବଡ଼ ଚ୍ୟାଲେଞ୍ଜ ଆସିବାକୁ ଯାଉଛି ।

ମମତା ଇସ୍ତଫାକୁ ନେଇ ପ୍ରଶ୍ନ:

ଗତ 19 ତାରିଖରେ ବସିଥିଲା ବିଜେଡିର ସଂସଦୀୟ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇଥିଲେ ମମତା । ରାଜ୍ୟସଭାରେ ବିଜେଡି ମୁଖର ହେବ ବୋଲି ନବୀନଙ୍କ ଆହ୍ୱାନରେ ସହମତ ହୋଇଥିଲେ ମମତା । ତେବେ 13 ଦିନ ମଧ୍ୟରେ ଏମିତି କଣ ଘଟିଲା, ଯାହାକୁ ନେଇ ମମତା ଇସ୍ତଫା ଦେଲେ ବୋଲି ପ୍ରଶ୍ନ ଉଠୁଛି ।

ମମତାଙ୍କ ଇସ୍ତଫା, ବିଜେପିର ଚକ୍ରାନ୍ତ ! :

ସେପଟେ ମମତା ମହନ୍ତ ବିଜେଡି ଛାଡ଼ିବା ପରେ ପରୋକ୍ଷରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ଏନେଇ ପ୍ରମିଳା କହିଛନ୍ତି, "ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏକ ଜାତୀୟ ଦଳ ଚକ୍ରାନ୍ତ କରି ତାଙ୍କୁ ଇସ୍ତଫା କରାଇଛନ୍ତି । ରାଜ୍ୟସଭାରେ ସରକାରୀ ଦଳର ସାଂସଦ ସଂଖ୍ୟା ବଢ଼ିବ ବୋଲି ଏଭଳି କରାଯାଇଛି । ମହନ୍ତ ସଂପ୍ରଦାୟର ପ୍ରତିନିଧିତ୍ବ କରିବା ପାଇଁ ତାଙ୍କୁ ସଂସଦକୁ ପଠାଯାଇଥିଲା । ମୟୂରଭଞ୍ଜ ଓ ମହନ୍ତ ସଂପ୍ରଦାୟକୁ ସମ୍ମାନ ଦେଇ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ମମତା ମହନ୍ତ ସଂପ୍ରଦାୟ ସହ ମୟୂରଭଞ୍ଜ ଜିଲ୍ଲା ଓ ଓଡ଼ଶାବାସୀଙ୍କୁ ଧୋକା ଦେଇଛନ୍ତି । ଯେଉଁଭଳି ଭାବରେ ଜାତୀୟ ଦଳର ପ୍ରଭାବରେ ପ୍ରଭାବିତ ହୋଇ ଇସ୍ତଫା ଦେଇଛନ୍ତି ଓ ଜାତୀୟ ଦଳକୁ ସହାୟତା କରିବା ପାଇଁ ଯାଇଛନ୍ତି । ଜାତୀୟ ଦଳରୁ କେହି ଜଣେ ରାଜ୍ୟସଭା ଯିବା ପାଇଁ ଏଭଳି ଚକ୍ରାନ୍ତ କରାଯାଇଛି । ଜାତୀୟ ଦଳର ଚକ୍ରାନ୍ତ ହେଉଛି ଅନ୍ୟ ଦଳର ସଂଖ୍ୟା କମାଇ ନିଜ ଦଳର ସଂଖ୍ୟା ବଢାଇବା । ସାଧାରଣ ଲୋକଙ୍କ କାମ କରିବାର ନାହିଁ, କେବଳ ଦଳକୁ ମଜଭୁତ କରିବେ । ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ଲୋକଙ୍କ ମନରୁ ନବୀନଙ୍କ ନେତୃତ୍ବକୁ କେବେ ବି ଲିଭାଇ ପାରିବେନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଗୃହରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ: ଯୋଜନା ନାଁ ପରିବର୍ତ୍ତନ କଥା ଉଠାଇଲା ବିଜେଡି, ଅରୁଣ କହିଲେ ଲକ୍ଷ୍ମୀଛଡ଼ା ନହୁଅନ୍ତୁ - BJD ON SPECIAL CATEGORY STATUS

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 31, 2024, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.