ETV Bharat / state

ଆଠମଲ୍ଲିକ ବିଜେଡ଼ିରେ ଫାଟ ! ନଳିନୀଙ୍କ ପରେ ବିଧାୟକଙ୍କ ପାୱାର ଶୋ'

author img

By ETV Bharat Odisha Team

Published : Feb 29, 2024, 7:05 AM IST

Bjd Power Show: ରୋଚକ ମୋଡ଼ରେ ଆଠମଲ୍ଲିକର ରାଜନୀତି । ପଦାରେ ପଡ଼ିଲା ଦଳୀୟ କନ୍ଦଳ । ଗତ ୨୫ ତାରଖରେ ନଳିନୀ ସଂଗଠନ ସଂପାଦକଙ୍କ ପ୍ରଣବ ପ୍ରକାଶ ଆଗରେ ନିଜର ପତିଆରା ଜାହିର କରିଥିବା ବେଳେ ଗତକାଲି ବିଧାୟକ ରମେଶ ସାଏ କଲେ କାଉଣ୍ଟର । ଅଧିକ ପଢନ୍ତୁ

ଆଠମଲ୍ଲିକ ବିଜେଡ଼ିରେ ଫାଟ, ନଳିନଙ୍କ ପରେ ବିଧାୟକଙ୍କ ପାୱାର ଶୋ'

ଅନୁଗୋଳ: ରୋଚକ ମୋଡ଼ରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ରାଜନୀତି । ପ୍ରଥମେ ନଳିନୀଙ୍କ ପାୱାର ଶୋ' ପରେ ଗତକାଲି(ବୁଧବାର) ଦିନ ବିଧାୟକ ଦେଇଛନ୍ତି ରଣହୁଙ୍କାର । ନିଜର ହଜାର ହଜାର ସମର୍ଥକଙ୍କୁ ନେଇ କରିଛନ୍ତି କର୍ମୀ ସମ୍ମିଳନୀ । ନିଜ ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତର ଲୋକଙ୍କୁ ନେଇ ଦଳ ପାଇଁ ବଳ ଗୋଟାଇଛନ୍ତି । ନାଁ ନନେଇ କିଭଳି ଜଣେ ବ୍ୟକ୍ତି ତାଙ୍କ ପାୱାରକୁ ଅପବ୍ୟବହାର କରିଛନ୍ତି ,ତା' ର ଲୋକେ ଜବାବ ଦେବେ ବୋଲି କହିଛନ୍ତି ବିଧାୟକ ରମେଶ ସାଏ ।

ଆଠମଲ୍ଲିକ ବିଜେଡ଼ି ରାଜନୀତି ଦିନକୁ ଦିନ ରୋଚକ ମୋଡ଼ ନେଉଛି । ଦଳ ଦୁଇ ଗୋଷ୍ଠୀ ଏବେ ପୃଥକ ପୃଥକ ଭାବେ କରିଛନ୍ତି କର୍ମୀ ସମ୍ମିଳନୀ । ଗତ ୨୫ ତାରଖରେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶଙ୍କୁ ଡାକି ବିଜେଡି ନେତା କର୍ମୀ ସମ୍ମିଳନୀ କରିଥିବା ବେଳେ ଆଜି କର୍ମୀ ସମ୍ମିଳନୀ କରି ଦଳ ପାଇଁ ଭୋଟ୍ ମାଗିଛନ୍ତି ସ୍ଥାନୀୟ ବିଧାୟକ ରମେଶ ସାଏ । ନଳିନୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀର ଆୟୋଜନ କରିଥିବା ବେଳେ ରମେଶ କେବଳ ତାଙ୍କ ନିର୍ବାଚନ ମଣ୍ଡଳୀର ୧ନଂ ଜୋନ ଜିଲ୍ଲା ପରିଷଦ ଅଧିନରେ ଥିବା ୯ଟି ପଞ୍ଚାୟତର ଜନପ୍ରତିନିଧି, ଭୋଟର ଓ ଦଳୀୟ କର୍ମୀଙ୍କୁ ନେଇ କରିଥିଲେ ସମ୍ମିଳନୀ । ଯେଉଁଥିରେ ପ୍ରାୟ 3ରୁ 4ହଜାର ଲୋକ ସାମିଲ ହୋଇଥିଲେ ।

ତେବେ ନଳିନୀ ବିଜେଡ଼ି ସଂଗଠନ ସଂପାଦକଙ୍କ ପ୍ରଣବ ପ୍ରକାଶ ଆଗରେ ନିଜର ପତିଆରା ଜାହିର କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏଭଳି ସ୍ଥିତିରେ ବିଧାୟକ ରମେଶ ସାଏ ଦେଖାଛନ୍ତି ନିଜର ପତିଆରା । ତାଙ୍କୁ କୁଆଡେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦୀର୍ଘ ବର୍ଷ ହେବ ହଇରାଣ କରୁଥିବା ସେ ଲୋକଙ୍କ ନିକଟରେ ପ୍ରକାଶ କରିଛନ୍ତି । ତେବେ ସେ ନାଁ ନନେଇ ନଳିନୀଙ୍କୁ ଟାର୍ଗେଟ କରିଛନ୍ତି । ସେ କିଭଳି ସବୁ ଉନ୍ନୟନ କାମରେ ବାଧକ ସାଜିଛନ୍ତି, ତାହା ଭୋଟରଙ୍କୁ ଜଣାଇଥିଲେ । ଯାହାକୁ ନେଇ ଏବେ ବିଗିଡିଛି ଆଠମଲ୍ଲିକ ବିଜେଡି ରାଜନୀତି । ତେବେ ନଳିନୀ କରିଥିବା ସମ୍ମିଳନୀରେ ବିଧାୟକଙ୍କୁ ଡାକିବା ନ ଯିବା ଓ ତାର ୩ଦିନ ପରେ ବିଧାୟକ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନେଇ ରାଜନୀତି ଭିନ୍ନ ମୋଡ଼ ନେଇଛି ।

ଏହା ମଧ୍ୟ ପଢନ୍ତୁ .....ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, SHG ଗ୍ରୁପକୁ ଋଣ ପ୍ରଦାନରେ ପାତରଆନ୍ତର ଅଭିଯୋଗ

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.