ETV Bharat / state

ବିଜେଡି ଜନସଂପର୍କ ପଦଯାତ୍ରା; ମିଛ କହି ବିଜେପି କ୍ଷମତାକୁ ଆସିଛି କହିଲେ ନବୀନ, କଡା ଜବାବ ରଖିଲା ଶାସକଦଳ - BJD Public Relation Padayatra

author img

By ETV Bharat Odisha Team

Published : 2 hours ago

Updated : 2 hours ago

BJD Public Relation Padayatra: ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭରେ ବିଜେପି ଉପରେ ବର୍ଷିଲେ ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ । କହିଲେ, ମିଛ କହି ନିର୍ବାଚନ ଜିତି ହୁଏ ହୃଦୟ ନୁହେଁ । ୩୦୦ ୟୁନିଟ୍‌ ମାଗଣା ବିଜୁଳି ଓ ୫୦ହଜାର ଟଙ୍କା କେତେଜଣ ପାଇଲେଣି ବୋଲି କଲେ ପ୍ରଶ୍ନ । ଏପଟେ କଡ଼ା ଜବାବ ରଖିଲା ବିଜେପି । ନବୀନଙ୍କ ଅଭିଯୋଗକୁ ନେଇ ବିଜେପିର କଡ଼ା ଜବାବ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ରଖିଲେ କଡ଼ା ଜବାବ । ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି ।

BJD PUBLIC RELATION PADAYATRA
BJD PUBLIC RELATION PADAYATRA (ETV Bharat Odisha)

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ବରଗଡ଼ ବ୍ରିଟରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦଯାତ୍ରାରେ ଶାସକ ଦଳ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି ନବୀନ । ମିଛ ପ୍ରତିଶ୍ରୁତି ଓ କାହାଣୀ କହି ବିଜେପି ଶାସନକୁ ଆସିଥିବା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ବିଜେପିର ଏହି ମିଥ୍ୟା ପ୍ରତିଶ୍ରୁତି ବାବଦରେ ଲୋକଙ୍କୁ ଅବଗତ କରାଇବାକୁ ଦଳୀୟ କର୍ମୀଙ୍କୁ ନବୀନ ଆହ୍ୱାନ ଦେଇଛନ୍ତି ।

ଲୋକଙ୍କ ସହ ଯୋଡିବାର ଶକ୍ତିଶାଳୀ ମାଧ୍ୟମ ପଦଯାତ୍ରା:-

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ଗାନ୍ଧୀ ଓ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଜେଡି ଆଜିଠୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ରହି ଆସିଛି । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜେଡି କାମରେ ବିଶ୍ୱାସ କରେ । ଗତ 24 ବର୍ଷ ଭିତରେ ବିଜେଡି ଓଡିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ, ବିଭିନ୍ନ ବର୍ଗର କଲ୍ୟାଣ, ମହିଳା, ଯୁବକ, ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ଆସିଛି ।

ନାଁ ଓ ରଙ୍ଗ ପରିବର୍ତ୍ତନ କରିହେବ, କିନ୍ତୁ ଇତିହାସ ନୁହେଁ:

ନବୀନ ଆହୁରି ମଧ୍ୟ କହିଛନ୍ତି, "ଅର୍ଥନୈତିକ ସ୍ଥିରତା ଆସିଛି । ଓଡିଶାର ଗରିବୀ 2000 ମସିହାରେ 70 ପ୍ରତିଶତ ଥିବାବେଳେ ଏବେ ଏହା 10 ପ୍ରତିଶତ । ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି । ଅନେକ ଡବଲ ଇଞ୍ଜିନ ରାଜ୍ୟଠୁ ମଧ୍ୟ ଓଡିଶା ଆଗରେ ଅଛି । ବିକାଶର ସବୁ କ୍ଷେତ୍ରରେ ଆଜି ଓଡିଶା ଭଲ ସ୍ଥିତିରେ ରହିଛି । ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ ପରିବର୍ତ୍ତନ କରି ଦେଇଛନ୍ତି । ନାଁ ଓ ରଙ୍ଗ ପରିବର୍ତ୍ତନ କରିହେବ, କିନ୍ତୁ ଇତିହାସ ନୁହେଁ । ଲୋକ ସବୁ ଜାଣନ୍ତି ।"

BJP on BJD PUBLIC RELATION PADAYATRA (ETV Bharat Odisha)
ମିଛ କହି ନିର୍ବାଚନ ଜିତି ହେବ, ଲୋକଙ୍କ ହୃଦୟ ନୁହେଁ:

ନବୀନ ଏହା ମଧ୍ୟ କହିଛନ୍ତି, "ମିଛ ପ୍ରତିଶ୍ରୁତି ଓ କାହାଣୀ କହି ବିଜେପି ଶାସନକୁ ଆସିଛି । 300 ୟୁନିଟ ମାଗଣା ବିଜୁଳି, 3000 ଟଙ୍କା ଭତ୍ତା, ସୁଭଦ୍ରାଙ୍କ 50 ହଜାର ଟଙ୍କା କୁଆଡେ ଗଲା ? ନିର୍ବାଚନ ବେଳେ ହାତୀ ଦେବୁ, ଘୋଡା ଦେବୁ କହି ଭୋଟ ନେଲେ । ଏବେ ବିଜେପିର ମିଛ ଧରା ପଡି ଯାଇଛି । ଦରଦାମ ବଢି ଚାଲିଛି । ମା' ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି । ବିଜେପି ସରକାର ଉପରେ ଲୋକ ଭରସା କରି ପାରୁନାହନ୍ତି । ମିଛ କହି ନିର୍ବାଚନ ଜିତି ପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ ।"

କ୍ଷମତାରେ ଥାଏ ବା ନ ଥାଏ, ସେବା କରିବି:-

ସେ ଆହୁରି କହିଛନ୍ତି, "ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କ ସେବା ମୁଁ ସବୁବେଳେ କରି ଆସିଛି । ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶାବାସୀଙ୍କ ସେବା କରିବି । ଲୋକଙ୍କ ବିଶ୍ୱାସ ଓ ଭଲ ପାଇବା ବିଜେଡିର ବଡ଼ ପୁଞ୍ଜି । ବିଜେପି ସରକାର ଗଢିଥାଇପାରେ କିନ୍ତୁ ବିଜେଡି ଅଧିକ ଭୋଟ ପାଇଛି । ଲୋକଙ୍କ ସେବା ଜାରୀ ରହିବ । ଦଳର ଲକ୍ଷ ଲକ୍ଷ କର୍ମକର୍ତ୍ତା ଏହି ବାର୍ତ୍ତା ଲୋକଙ୍କ ପାଖକୁ ନେଇଯିବେ । ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିବାଦରେ ଲୋକଙ୍କୁ ଅବଗତ କରିବେ । ବିଜେଡି ଲୋକଙ୍କ ହୃଦୟରେ ଅଛି । ସବୁବେଳେ ରହିଥିବ ।"

ବିଜେଡି ଜନସମ୍ପର୍କ ପଦଯାତ୍ରା

  • ଜନ ସଂପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ
  • ‘ହାତୀ ଦେବୁ ଘୋଡା ଦେବୁ କହି ବିଜେପି ଠକିଛି’
  • ତୁମେ ରଙ୍ଗ ବଦଳାଇପାର, ନାଁ ବଦଳାଇପାର କିନ୍ତୁ ଇତିହାସ ବଦଳାଇପାରିବନି କହିଲେ ନବୀନ ପଟ୍ଟନାୟକ
  • ପଦଯାତ୍ରାରେ ବିଜେପି ସରକାରକୁ ନିଶାନା କଲେ ନବୀନ ପଟ୍ଟନାୟକ
  • ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି କହିଲେ ନବୀନ ପଟ୍ଟନାୟକ
  • ସେମାନେ ବିଏସକେୱାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି କହିଲେ ନବୀନ ପଟ୍ଟନାୟକ

ନବୀନଙ୍କୁ କାଉଣ୍ଟର କଲେ BJP ମୁଖପାତ୍ର ମନୋଜ ମହାପାତ୍ର

  • ‘ଦୁଃଖର କଥା ନବୀନ ବାବୁ ମିଛର ସାହାରା ନେଉଛନ୍ତି’
  • ‘୨୪ ବର୍ଷକୁ ଭୁଲି ଯାଉଛନ୍ତି, ୧୦୦ ଦିନର ସରକାରକୁ କହୁଛନ୍ତି’
  • ‘BJD ମହିଳାଙ୍କୁ ୫ଟଙ୍କା ଦେଇନି, ଆମେ ୫୦ ହଜାର ଦେବୁ’

ବିଜେପି ଆହୁରି କହିଛି, ‘ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି । ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ । 100 ଦିନର ସରକାରକୁ କହୁଛନ୍ତି 24 ବର୍ଷ କଥାକୁ ଭୁଲି ଯାଉଛନ୍ତି । ନୂଆ ସରକାରଙ୍କ ଭିଜିବୁଲ ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁତା ହୁଅନ୍ତୁ ନାହିଁ ।’

ନବୀନଙ୍କ ଟାର୍ଗେଟରେ ବିଜେପି:

ବିଜେପି ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ‘୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି । ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଆଦିବାସୀଙ୍କ ବିକାଶ ହୋଇଛି । ୨୦୦୦ରେ ଓଡ଼ିଶାରେ ଗରୀବି ୭୦% ଥିଲା ଏବେ ଏହା ମାତ୍ର ୧୦% । ମୁଣ୍ଡ ପିଛା ଆୟ ବଢିଛି । ଡବଲ ଇଞ୍ଜିନ ରାଜ୍ୟ ଠାରୁ ଓଡିଶା ଆଗରେ । ଏବେ ନୂଆ ସରକାର BSKY କାର୍ଡରେ ନାଁ ବଦଳାଇ ଦେଇଛନ୍ତି । ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଲୋକ ହୃଦୟ ବଦଳାଇ ପାରିବେ ନାହିଁ । ଲୋକମାନେ ସବୁ ଜାଣିଛନ୍ତି ।’

ଜବାବ ରଖିଲା ବିଜେପି:

ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରିଛନ୍ତି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି, ‘ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି । ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ। 100 ଦିନର ସରକାରକୁ କହୁଛନ୍ତି 24 ବର୍ଷ କଥାକୁ ଭୁଲି ଯାଉଛନ୍ତି । ନୂଆ ସରକାରଙ୍କ ଭିଜିବୁଲ ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁତା ହୁଅନ୍ତୁ ନାହିଁ । ଗରିବ କମିଲା ବୋଲି କହୁଛନ୍ତି ହେଲେ 25 ବର୍ଷରେ ଓଡିଶାକୁ ଲୁଟିଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ । ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସଡ଼ର ସାଜି ଓଡିଶା ବାସୀଙ୍କୁ ଲୁଟୁଛନ୍ତି । ଖଣି ମାଫିଆଙ୍କ ସୁରକ୍ଷାଦାତା । ସ୍ୱାସ୍ଥ୍ୟରେ ବିକାଶ କଥା କହୁଛନ୍ତି ହେଲେ ଗ୍ରାଉଣ୍ଡରେ ଡାକ୍ତର ନାହାନ୍ତି, ଆମେ ଆୟୁଷ୍ମାନ ଭାରତ ଲାଗୁ କରି ଗୋପବନ୍ଧୁଙ୍କ ନାମରେ ଯୋଜନା ଆରମ୍ଭ କଲୁ, ତେଣୁ ବାପାଙ୍କ ନାମ କଟିଲା ବୋଲି ବିଳି ବିଳାଉଛନ୍ତି ନବୀନ ବାବୁ ।’

ଏହା ମଧ୍ୟ ପଢନ୍ତୁ:

ଖୋଲିବ କି ସ୍ମିତାରାଣୀ ଫାଇଲ ? ବିଜେଡିକୁ ମୋହନ ମାଝୀଙ୍କ ଟାର୍ଗେଟ, ଦଳ କହିଲା ତଥ୍ୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ମୋହନଙ୍କୁ ନବୀନଙ୍କ ଟାର୍ଗେଟ, 'ସରକାରଙ୍କ ବିଫଳତା ଓ ବିଜେପିର ମିଛକୁ ନେଇ ସଚେତନ କରିବ ବିଜେଡି

ଶଙ୍ଖଭବନରେ ପଶିଲା ବିଜେଡି କଳି, ନବୀନଙ୍କ ସାମ୍ନାରେ ଭଦ୍ରକ ନେତା ମୁହାଁମୁହିଁ

‘ସେହିପରି ଶିକ୍ଷା କ୍ଷେତ୍ରରେ 10 ହଜାର ସ୍କୁଲ ବନ୍ଦ କରିବା ଆଉ ଶିକ୍ଷକ ଅଭାବ ନବୀନଙ୍କ ଅବଦାନ ଥିଲା । ବିଜେପି ଯାହା କହିଥିଲା ତାକୁ 100 ଦିନରେ ପୂରଣ କରିଛି । ସେମାନେ ମହିଳାଙ୍କୁ 5 ଟଙ୍କା ଦେଇନଥିଲେ ଆମେ କୋଟିଏରୁ ଅଧିକ ମହିଳାଙ୍କୁ 50 ହଜାର ଦେବୁ। ବିଜେଡି ପଦଯାତ୍ରାରେ ଏହି ସବୁ କଥା କୁହନ୍ତୁ । ଆମ ସରକାର 100 ଦିନରେ ରିପୋର୍ଟ କାର୍ଡ ଲୋକମାନଙ୍କ ଆଗରେ ରଖିଛୁ । ବିଜେପି ସରକାର ଆସିବା ମାତ୍ରେ ସଙ୍ଗେ ସଙ୍ଗେ ଶ୍ରୀମନ୍ଦିରର ଚାରିଦ୍ଵାର ଫିଟା କଥା କୁହନ୍ତୁ । ରତ୍ନଭଣ୍ଡାର ଖୋଲିବା କଥା କହୁ ବିଜେଡି।’

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.