ETV Bharat / state

ହୋକ୍ସ କଲକୁ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର, ପ୍ରସ୍ତୁତ ରହିଛି ବମ ଥ୍ରେଟ୍ କଣ୍ଟିଜେନସି ପ୍ଲାନ

ହୋକ୍ସ କଲକୁ ନେଇ ପ୍ରସ୍ତୁତ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ବମ ଥ୍ରେଟ କଣ୍ଟିଜେନସି ପ୍ଲାନ ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

author img

By ETV Bharat Odisha Team

Published : 2 hours ago

Hoax Call
Hoax Call (Biju Patnaik Airport)

ଭୁବନେଶ୍ବର: ହୋକ୍ସ କଲକୁ ନେଇ ପ୍ରସ୍ତୁତ ବିଜୁ ପଟ୍ଟନାୟକ ବିମାନ ବନ୍ଦର । ବମ ଥ୍ରେଟ କଣ୍ଟିଜେନସି ପ୍ଲାନ ସହ ପ୍ରସ୍ତୁତ କର୍ତ୍ତୃପକ୍ଷ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ। କେଉଁ କେଉଁ ବିମାନ ବନ୍ଦର ପାଇଁ ହୋକ୍ସ କଲ୍ ଆସିଛି ଓ ସୁରକ୍ଷା ବ୍ୟବସ୍ଥା କିପରି କରାଯାଇଛି, ଜାଣନ୍ତୁ ।

ପଞ୍ଜିକୃତ ବିମାନ ବନ୍ଦରରେ ରହିଛି ବମ ଥ୍ରେଟ କଣ୍ଟିଜେନସି ପ୍ଲାନ:
ବିମାନ ବନ୍ଦର ଗୁଡ଼ିକୁ ଆସିଥିବା ହୋକ୍ସ କଲ ପ୍ରସଙ୍ଗକୁ ନେଇ ପତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ। ସେ କହିଛନ୍ତି, "ଦିଲ୍ଲୀରେ ହୋଇଥିବା ହୋକ୍ସ କଲ ନେଇ ଭୁବନେଶ୍ୱରରେ କୌଣସି ବିମାନ ପ୍ରଭାବିତ ହୋଇନାହିଁ । ଯିବା କି ଆସିବାରେ କୌଣସି ବିମାନ ବିଳମ୍ବ ହୋଇନାହିଁ । ହେଲେ ଏପରି ହୋକ୍ସ କଲ ବା ବମ ଥ୍ରେଟ୍ କଲ ପାଇଁ ପଞ୍ଜିକୃତ ବିମାନ ବନ୍ଦର ଗୁଡିକରେ ଏକ ବମ ଥ୍ରେଟ୍ କଣ୍ଟିଜେନସି ପ୍ଲାନ ରହିଛି। ଏହା BCA ବା Bureau of Civil Aviation ଅନୁମୋଦନ ଦେଇଥାଏ। ସେ ହିସାବରେ ବିମାନ ବନ୍ଦର ସମସ୍ତ ଅଂଶୀଦାର ଯେପରି ସୁରକ୍ଷା ଏଜେନ୍ସି, ବିମାନ ସେବା ଦାୟିତ୍ୱ ନିର୍ବାହ କରନ୍ତି।"

Hoax Call (ETV Bharat Odisha)

ଯାତ୍ରୀ ବିମାନର ସୁରକ୍ଷା ବଢିଥାଏ:
"ଏହାଦ୍ଵାରା ଯାତ୍ରୀ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅସୁବିଧା ହୁଏ। କାରଣ Bomb Threat Assessment Committee କୁ ଜଣାଯାଏ ଓ ମେସେଜର ସମୀକ୍ଷା କରାଯାଏ। ଯାହାଦ୍ୱାରା କଲର ସତ୍ୟତା ପରଖାଯାଇଥାଏ। ଯଦି ସତ ହୁଏ, ସବୁ ବିମାନ ସ୍କାନ ହୁଏ। ସବୁ ବ୍ୟାଗ ସ୍କାନ ସହ ବିମାନ ବନ୍ଦରରେ ସୁରକ୍ଷା ବଢାଯାଏ। ତେଣୁ ବିମାନ ସେବା ବିଳମ୍ବ ହୋଇଥାଏ, ଯାହାଦ୍ବାରା ଯାତ୍ରୀ ହଇରାଣ ହୁଅନ୍ତି। ହୋକ୍ସ କଲକୁ ଆଇନ ଏନ୍ଫୋର୍ସମେଣ୍ଟ ଏଜେନ୍ସି ବୁଝିଥାଏ । କଲର ସତ୍ୟତା ଥାଉ କି ନଥାଉ, କଲ ଆସିଲେ ଆମେ ସତର୍କତା ଅଵଲମ୍ବନ କରୁଛୁ" ବୋଲି କହିଛନ୍ତି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Hoax Call
Hoax Call (Biju Patnaik Airport)

ଏହା ବି ପଢନ୍ତୁ..ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ
ଏହା ମଧ୍ୟ ପଢନ୍ତୁ :- ଟଳିଲା ବଡ଼ ବିପଦ, ମଝି ଆକାଶରେ 2 ଘଣ୍ଟା ଚକ୍କର କାଟିବା ପରେ ବିମାନର ସୁରକ୍ଷିତ ଅବତରଣ

ଏହା ମଧ୍ୟ ପଢନ୍ତୁ:- ରାଜସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ଦିଲ୍ଲୀ ଆସୁଥିବା ଫ୍ଲାଇଟ୍, ପୁଣି ବିମାନ ଉଡାଣ ପଇଁ ମନାକଲେ ପାଇଲଟ !

ଏହା ବି ପଢନ୍ତୁ...West Bengal: କାହିଁକି ଏମରଜେନ୍ସି ଲ୍ୟାଣ୍ଡିଂ କଲା ମମତାଙ୍କ ହେଲିକପ୍ଟର ?

କିଭଳି ଥାଏ ବିମାନ ବନ୍ଦରକୁ ସୁରକ୍ଷା:
ବିମାନ ବନ୍ଦରକୁ ପ୍ରବେଶ କରିବା ପୂର୍ବରୁ ବିଶେଷ ଭାବରେ ଯାତ୍ରୀଙ୍କ ବ୍ୟାଗ ଲଗେଜ ଆଦିକୁ କଡାକଡି ଯାଞ୍ଚ କରାଯାଇଥାଏ। ସେମାନଙ୍କର ଡକ୍ୟୁମେଣ୍ଟ ଆଦି ମଧ୍ୟ ଭଲ ଭାବରେ ଯାଞ୍ଚ କରାଯାଇଥାଏ। ଏହାସହ ଯାତ୍ରୀଙ୍କ ଉପରେ ସନ୍ଦେହ ହେଉଥିଲେ ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ କରାଯାଇଥାଏ। ବିମାନରେ ବୋମା ଗୁଜବକୁ ନେଇ ମଧ୍ୟ ବିମାନକୁ ଅଟକାଇ ଯାଞ୍ଚ କରାଯାଇଏ।

ଦେଶର ୭ ଟି ବିମାନକୁ ମିଳିଥିଲା ବୋମା ଧମକ:
ଦେଶର ୭ଟି ବିମାନକୁ ବୋମା ଧମକ ମିଳିଥିଲା। ଯାହାକୁ ନେଇ ହାଇଆଲର୍ଟରେ ଥିଲା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିମାନ ବନ୍ଦର। ଏଭଳି ନକଲି ବୋମା ଧମକ କଲ୍ ଓ ଇମେଲ୍ ମିଳିବା ପରେ ୭ଟି ମଧ୍ୟରୁ ୨ଟି ବିମାନକୁ ଜରୁରୀକାଳିନ ଅବତରଣ କରାଯାଇଥିଲା। ନୂଆଦିଲ୍ଲୀରୁ ସିକା‌ଗୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ପ୍ରଥମେ ବୋମା ଧମକ ମିଳିବା ପରେ ଏହାକୁ ତୁରନ୍ତ କାନାଡ଼ାର ଏକ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଏହା ସହିତ ଜୟପୁର ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ବିମାନ, ସ୍ପାଇସ ଜେଟ୍ ବିମାନ, ଆକାଶ ଏୟାର ବିମାନ, ଆଲାଏନ୍ସ ଏୟାର ଅମୃତସର ଡେରାଡୁନ ଦିଲ୍ଲୀ ବିମାନ ଏବଂ ମଦୁରାଇରୁ ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବୋମା ଧମକ ମିଳିଥିଲା। ଧମକ ମିଳିଥିବା ବିମାନ ଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରରେ ଅବତରଣ କରାଯିବା ସହ କଡାକଡି ଯାଞ୍ଚ କରାଯାଇଥିଲା। ଧମକ ଦେଇଥିବା ବ୍ୟକ୍ତି ଏବଂ ଏହାର ଉତ୍ସକୁ ଖୋଜିବା ପାଇଁ ସୁରକ୍ଷା ଏଜେନ୍ସି ନେଇଥିଲା ପଦକ୍ଷେପ। ପରବର୍ତ୍ତ ସମୟରେ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.