ETV Bharat / state

Step-Son Murder Case: ଔରସରୁ ନୁହେଁ ବୋଲି ମାରିଦେଲା ବାପା, ୫ ବର୍ଷ ପୁଅ ହତ୍ୟାକାଣ୍ଡରେ ସାବତ ବାପାକୁ ସଜ୍ଜା - Mancheswar Step son murder case - MANCHESWAR STEP SON MURDER CASE

Mancheswar Murder Case Verdict: ନିଜ ପୁଅ ନୁହେଁ ବୋଲି ନିର୍ମମ ଭାବେ ହତ୍ୟା କରିଥିଲା ସାବତ ବାପା । 5 ବର୍ଷ ପରେ ମାମଲାର ଶୁଣାଣି କରି ଅଭିଯୁକ୍ତ ସାବତ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୋରାଜଜ କୋର୍ଟ । ପଢନ୍ତୁ କଣ ଥିଲା ଘଟଣା ।

Step Son Murder Case
Step Son Murder Case (ETV Bharat Odisha)
author img

By ETV Bharat Odisha Team

Published : Sep 2, 2024, 10:33 PM IST

ଭୁବନେଶ୍ବର: 5 ବର୍ଷ ତଳେ ମଞ୍ଚେଶ୍ବର ଥାନା ମୁଣ୍ଡା ସାହିରେ 5 ବର୍ଷର ଶିଶୁ ହତ୍ୟା ଘଟଣାର ଆସିଛି ରାୟ । ଖୋର୍ଦ୍ଧା ଜିଲ୍ଲା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସାବତ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସାବତ ପୁଅ ବୋଲି ସହିପାରୁନଥିଲା ଅଭିଯୁକ୍ତ ଦାଶରଥୀ ଟୁଡୁ । ମା’ ଆଗରେ ନେଇଥିଲା କୁନି ପୁଅର ଜୀବନ । ଆଜି ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜାଣନ୍ତୁ କଣ ଥିଲା ପୁରା ମାମଲା ।

Step Son Murder Case (ETV Bharat Odisha)

5 ବର୍ଷ ତଳେ ଘଟିଥିଲା ହତ୍ୟାକାଣ୍ଡ:

ଗତ ୨୦୧୯ ମସିହା ମଞ୍ଚେଶ୍ବର ଥାନା ମୁଣ୍ଡା ସାହିର ପାଞ୍ଚବର୍ଷର ନିରିହ ଶିଶୁ ସନ୍ତୋଷ ସିଂ ହତ୍ୟା କରିଥିଲା ସାବତ ବାପା ଦାଶରଥୀ ଟୁଡୁ । ଆଜି ଅତିରିକ୍ତ ଜିଲ୍ଲା ଦୋରାଜଜ ବନ୍ଦନା କର ୭ ଜଣ ସାକ୍ଷୀ ଓ ୧୭ଟି ଦସ୍ତାବିଜକୁ ଆଧାର କରି ଦୋଷୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ

ନିଜ ଔରସରୁ ନୁହେଁ ବୋଲି ହତ୍ୟା କରିଥିଲା:

ପ୍ରଥମ ସ୍ବାମୀଙ୍କ ସହ ଝଗଡା ଲାଗି ରହୁଥିବାରୁ ତାଙ୍କ ଠାରୁ ଅଲଗା ହୋଇ ପରେ ଲକ୍ଷ୍ମୀ ଟୁଡୁ ଦାଶରଥିଙ୍କୁ ଦ୍ବିତୀୟ ବିବାହ କରିଥିଲେ । ସେତେବେଳେ ମୃତ ଶିଶୁ ପୁତ୍ର ସନ୍ତୋଷଙ୍କୁ 3 ବର୍ଷ ହୋଇଥିଲା । ଲକ୍ଷ୍ମୀଙ୍କ ପ୍ରଥମ ସ୍ବାମୀର ପୁଅକୁ ଗ୍ରହଣ କରିପାରୁନଥିଲା ଅଭିଯୁକ୍ତ । ବାରମ୍ବାର ସେ ବିରକ୍ତି ହେଉଥିଲା । ଶେଷରେ ରାଗର ବଶବର୍ତ୍ତୀ ହୋଇ ଦାଶରଥୀ ୨୦୧୯ ମସିହ ମାର୍ଚ୍ଚ 11ରେ କୁନି ପୁଅ ସନ୍ତୋଷକୁ ପିଟି ପିଟି ହତ୍ୟା କରିଥିଲା । ହତ୍ୟାକୁ ଲୁଚାଇବା ପାଇଁ ସେ ସନ୍ତୋଷକୁ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ହେଲେ ଯେତେବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ସେତେବେଳେ ଜଣାପଡ଼ିଲା ଏହା ହତ୍ୟା ଘଟଣା । ପରେ ମଞ୍ଚେଶ୍ବର ଥାନା ପୋଲିସ ଏହାକୁ ହତ୍ୟା ମାମଲା ରୁଜୁ କରି ପରେ ଅଭିଯୁକ୍ତ ସାବତ ବାପାକୁ ହତ୍ୟା ମାମଲାରେ ଗିରଫ କରିଥିଲା ।

Mancheswar Step son murder case
Mancheswar Step son murder case (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ

ହତ୍ୟାର ସାକ୍ଷୀ ଦେଲେ ମାଆ:

ଏହି ଛାତିଥରା ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ତାର ମା’ ଲକ୍ଷ୍ମୀ ଟୁଡୁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଲକ୍ଷ୍ମୀ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ । ଆଉ ଯେତେବେଳେ ହତ୍ୟା ଘଟଣାର କୋର୍ଟରେ ସାକ୍ଷ୍ୟ ଗ୍ରହଣ ହେଲା ସେତେବେଳେ ମାଆ ଆସି କୋର୍ଟରେ ସାକ୍ଷ୍ୟ ଦେଇଥିଲେ । ସେତେବେଳେ ସେ କିଭଳି ତାଙ୍କର ଦ୍ବିତୀୟ ସ୍ବାମୀ ତାଙ୍କ ଆଖି ଆଗରେ ତାଙ୍କର ପ୍ରଥମ ସ୍ବାମୀର ପୁଅକୁ ହତ୍ୟା କରିଥିଲା । ପୁଅକୁ ହତ୍ୟା କଲା ବେଳେ ଗର୍ଭବତୀ ଥିଲେ ଲକ୍ଷ୍ମୀ । ଶେଷରେ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ଦାଶରଥୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: ସୁବୁନି ହତ୍ୟାକାଣ୍ଡର ଆସିଲା ରାୟ: ଅଭିଯୁକ୍ତ ସୁନିଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.