ETV Bharat / state

ଭରତପୁର ଥାନା ମାମଲା; କ୍ରାଇମ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ, ନିଲମ୍ବିତ IICଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ - Suspended IIC Polygraph Test - SUSPENDED IIC POLYGRAPH TEST

Bharatpur-police-station case: ଭରତପୁରଥାନା ହାଜତ ନିର୍ଯାତନା ଘଟଣାରେ ତନାଘନା । ଭରତପୁର ଥାନାରେ ପୀଡିତା ଓ ମେଜରଙ୍କୁ ନେଇ କ୍ରାଇମ୍ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ କୋର୍ଟରେ ହାଜର ହୋଇଥିଲେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର । ଅଧିକ ପଢନ୍ତୁ

Crime Scene recreation
Crime Scene recreation (ETV Bharat Odisha)
author img

By ETV Bharat Odisha Team

Published : Sep 25, 2024, 4:10 PM IST

Updated : Sep 25, 2024, 7:27 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ହାଜତ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଭରତପୁର ଥାନାରେ ଘଟିଥିବା ହାଜତ ନିର୍ଯାତନାର କ୍ରାଇମ୍ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ । ଏନେଇ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ପୀଡିତା ଓ ମେଜର ପହଞ୍ଚି ଘଟଣାର ରୂପାନ୍ତର କରିଛନ୍ତି । କେମିତି ଥାନାକୁ ଆସିଥିଲେ 15 ତାରିଖ ରାତିରେ । କିଭଳି ପୋଲିସ ତାଙ୍କୁ ବ୍ୟବହାର କରିଥିଲା ? କିଭଳି ପୀଡିତା ପୋଲିସ ସହ କଥା ହୋଇଥିଲେ । କେଉଁ ପୋଲିସ ଅଧିକାରୀ ଥିଲେ । ସମସ୍ତ ଘଟଣା କ୍ରମ ବୟାନ ରେକର୍ଡ କରିଛନ୍ତି ପୀଡିତା ଓ ମେଜର । ଏପଟେ ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏନେଇ କୋର୍ଟଙ୍କ ଅନୁମତି ମାଗିଲା କ୍ରାଇମବ୍ରାଞ୍ଚ ।

ସିନ୍‌ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ:

ଏନେଇ କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଘଟଣା ବଳିକୁ ଗୋଟିଏ ଗୋଟିଏ କରି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସାମ୍ନାରେ କହିଛନ୍ତି ପୀଡିତା । ତେବେ ଏନେଇ ସେତେବେଳେ ଥାନାରେ କିଭଳି ପୋଲିସ ଅଧିକାରୀ ଥିଲେ । ପରେ କେଉଁ କେଉଁ ଅଫିସର ତାଙ୍କ ସଂସ୍ପର୍ଶରେ‌ ଆସିଥିଲେ । କେଉଁ ଲେଡି ଅଫିସର ତାଙ୍କ ସହ କଣ ବାର୍ତ୍ତାଳାପ କରିଥିଲେ । ସେ ସମସ୍ତ ଘଟଣାକୁ ବୟାନ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀ କ୍ୟାମେରାରେ ରେକର୍ଡ କରିଛନ୍ତି । ସେହିପରି ପଥରଗାଡିଆରେ ଯେଉଁଠି ତାଙ୍କ ସହ କିଛି ଛାତ୍ରଙ୍କ ମଧ୍ୟରେ ରାସ୍ତାରେ ଧସ୍ତାଧସ୍ତି ହୋଇଥିଲା । ସେ ଘଟଣାସ୍ଥଳକୁ ଯାଇ ମଧ୍ୟ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀ ।

କ୍ରାଇମ ସିନ ରିକ୍ରିସନ କଲା କ୍ରାଇମବ୍ରାଞ୍ଚ (ETV Bharat Odisha)

କୋର୍ଟରେ ହାଜର ହେଲେ ଦୀନକୃଷ୍ଣ:
ସେପଟେ ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି ନିଲମ୍ବିତ ଆଇଆଇସି । ଭରତପୁର ଥାନାର ପୂର୍ବତନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ଆଣି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ପିଟିସନ ଦାଖଲ ଆଧାରରେ ହାଜର ହୋଇଥିଲା । ଯେ ପିଟିସନରେ ନିଲମ୍ବିତ ଆଇଆଇସିଙ୍କର ପଲିଗ୍ରାଫ, ନାର୍କୋ ଓ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକ୍ସନ ଆଦି ଟେଷ୍ଟ ପାଇଁ ଆଇଆଇସିଙ୍କୁ ଆଇନଗତ ଅନୁମତି ପାଇଁ ହାଜର କରାଯାଇଥିଲା । ତେବେ ଏସଡିଜେଏମ କୋର୍ଟରେ ହାଜର ହୋଇ ଏନେଇ କୋର୍ଟଙ୍କ ସମୁଖରେ ସମ୍ମତି ପ୍ରକାଶ କରିଥିଲେ ଦିନକୃଷ୍ଣ ମିଶ୍ର । ଏନେଇ କ୍ରାଇମବ୍ରାଞ୍ଚ ଯେଉଁ ଟେଷ୍ଟ ପାଇଁ ପିଟିସନ ଦାଖଲ ହୋଇଥିଲା । ସେନେଇ‌ ଆଇଆଇସିଙ୍କ ସମ୍ମତି ପରେ ଏନେଇ କୋର୍ଟ ପକ୍ଷରୁ ପରେ କ୍ରାଇମବ୍ରାଞ୍ଚକୁ ଏକ ଅନୁମତି ପତ୍ର ଇସ୍ୟୁ କରାଯିବ ବୋଲି ସୂଚନା ମିଳିଛି।

Bharatpur police station case
Bharatpur police station case (ETV Bharat Odisha)

SDJM କୋର୍ଟରେ ଦୀନକୃଷ୍ଣ ମିଶ୍ର ହାଜର

  • ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା
  • SDJM କୋର୍ଟରେ ହାଜର ହେଲେ ଭରତପୁର ଥାନାର ନିଲମ୍ବିତ ଆଇଆଇସି
  • ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ହାଜର
  • ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା
  • ସମସ୍ତ ଟେଷ୍ଟ ପାଇଁ ସହମତି ଦେଲେ ଦୀନକୃଷ୍ଣ

ସହମତି ଦେଲେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ର-

ଏସଡିଜେଏମ ସରକାରୀ ଓକିଲ ଏ ଚାନ୍ଦ କହିଛନ୍ତି, "କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ପିଟିସନ ଫାଇଲ କରିଥିଲେ । ପଲିଗ୍ରାଫ ଟେଷ୍ଟ, ନାର୍କୋଟିକସ ଟେଷ୍ଟ, ବ୍ରେନ୍ ମ୍ୟାପିଂ ପାଇଁ । ସେଥିପାଇଁ ସେ (ନିଲମ୍ବିତ ଆଇଆଇସି) କୋର୍ଟ ଆସିଥିଲେ । ଏନେଇ ସେ ତାଙ୍କର ସମ୍ମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କୌଣସି ଟେଷ୍ଟ କରନ୍ତୁ ତାଙ୍କର କୌଣସି ଆପତ୍ତି ନାହିଁ ।"

Bharatpur police station
Bharatpur police station (ETV Bharat Odisha)

ଏହା ବି ପଢନ୍ତୁ-ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case

ଏହା ବି ପଢନ୍ତୁ- ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ- କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ଏହା ବି ପଢନ୍ତୁ-ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି - Assault on Army Major fiancee case

‘ମୁଁ ନିରିହ ଓ ଲାଚାର’

ଏପରିକି କୋର୍ଟରେ ସହମ୍ମତି ଦେବା ସମୟରେ ଦୀନକୃଷ୍ଣ ମିଶ୍ର କହିଥିଲେ, "ମୁଁ ନିରିହ ଓ ଲାଚାର । ମୁଁ ବିରୋଧରେ ଆସିଥିବା ଅଭିଯୋଗରେ ମୋର କୌଣସି ସମ୍ପୃକ୍ତ ନାହିଁ । ମୋର ନାର୍କୋ, ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ କୌଣସି ଆପତ୍ତି ନାହିଁ । ମୁଁ ମୋର ହୋସ ଆବାଜରେ ନିଜସ୍ବ ଇଚ୍ଛାରେ ଏଥିପାଇଁ ସହମତି ପ୍ରକାଶ କରୁଛି ।"

ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଯେ କୌଣସି ବ୍ୟକ୍ତିର କୌଣସି ସହମତି ନେବା ପୂର୍ବରୁ ଏନେଇ କୋର୍ଟରେ ତାଙ୍କର ଉପସ୍ଥିତିରେ ତାଙ୍କର ସହମତି କୋର୍ଟରେ ପ୍ରକାଶ କରିବେ । ଯେହେତୁ ଏହି ଘଟଣାରେ କେସ ରେକର୍ଡ ଅନୁସାରେ ପୀଡିତା ଅଭିଯୋଗ ଆଣିଥିଲେ । ଗତ 15 ତାରିଖରେ ଭରତପୁର ଥାନା ଯାଇଥିବା ସମୟରେ ରାତି 2ଟା ସମୟରେ ଭରତପୁର ଥାନାର ଥାନା କର୍ମଚାରୀ ଓ ଆଇଆଇସି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଆଇଆଇସି ଦିନକୃଷ୍ଣ ମିଶ୍ର ତାଙ୍କୁ ଥାନାରେ ଉପସ୍ଥିତି ସମୟରେ ତାଙ୍କୁ ଅସଦାଚରଣ କରିଥିଲେ । ଏପରିକି ତାଙ୍କ ମଙ୍ଗେତର ମେଜରଙ୍କୁ ନିର୍ଯାତନା ଦେଇଥିଲେ ଥାନା ପରିସରରେ, ଯେହେତୁ ଘଟଣା କ୍ରମଟି ଥାନାର ଚାରିକାନ୍ଥ ଭିତରେ ଘଟିଛି । ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଓ ସାଇଣ୍ଟିଫିକାଲ ପ୍ରମାଣ ଏହି ଘଟଣାର ସଠିକ ଦିଗକୁ ନେବ ତଦନ୍ତକାରୀ ଟିମ ।

ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟ 12SCC460 2019 ‘ରାଜେନ୍ଦ୍ର ପହ୍ଲାରାଓ ଓ୍ବାସନିକ ବନାମ ମହାରାଷ୍ଟ‘ର ଜଜମେଣ୍ଟ ଆଧାରରେ ଇନଭେଷ୍ଟିଗେସନ ଏଜେନ୍ସି ଉନ୍ନତ ମାନର ସାଇଣ୍ଟିଫିକ ତଦନ୍ତର ସହାୟତା ନେଇପାରିବେ । ସେହି ଆଧାରରେ ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କ ନାର୍କୋ ,ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ SDJM କୋର୍ଟଙ୍କୁ ଆବେଦନ କରିଥିଲେ ସିବି ସିଆଇଡିର ତଦନ୍ତକାରୀ ଅଧିକାରୀ ।

ଗୁଜୁରାଟରେ ହେବ ଟେଷ୍ଟ:

ଯାହାର ଆଧାରରେ ଆଜି କୋର୍ଟରେ ହାଜର ହୋଇ ନିଜର ସହମତି ପ୍ରକାଶ କରିଛନ୍ତି ଆଇଆଇସି । ଏନେଇ କୋର୍ଟଙ୍କୁ ଅନୁମତି ପରେ ଷ୍ଟେଟ ଫରେନସିକ ଲ୍ୟାବ ଓ ଗୁଜୁରାଟ ଗାନ୍ଧୀ ନଗରରେ ଟେଷ୍ଟ କରାଯିବ ।

Last Updated : Sep 25, 2024, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.