ETV Bharat / state

ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ: ହଟିଲେ ବିଜୟ, ଭକ୍ତ ଚରଣ ନୂଆ ପ୍ରଚାର କମିଟି ଅଧ୍ୟକ୍ଷ - OPCC Campaign Committee

author img

By ETV Bharat Odisha Team

Published : Mar 22, 2024, 9:25 AM IST

Updated : Mar 22, 2024, 3:05 PM IST

PCC Campaign committee Chairman Bhakta Das: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ମିଳିଲା ଗୁରୁଦାୟିତ୍ୱ । ଓଡ଼ିଶା କଂଗ୍ରେସ ପ୍ରଦେଶର ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ଭକ୍ତ ଚରଣ ଦାସ । ଅଧିକ ପଢନ୍ତୁ

Etv Bharat
Etv Bharat

PCC Campaign committee Chairman Bhakta Das

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏହାପୂର୍ବରୁ ବିଜୟ ପଟ୍ଟନାୟକ ଏହି ଦାୟିତ୍ୱରେ ରହିଥିବା ବେଳେ ତାଙ୍କୁ ବର୍ତ୍ତମାନ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ବିଜୟ ପଟ୍ଟନାୟକ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ସାଙ୍ଗଠନିକ କ୍ଷେତ୍ରକୁ ଗୁରୁତ୍ୱ ଦେଉଛି । ନିର୍ବାଚନ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଅଭିଜ୍ଞ ନେତାଙ୍କ ଉପରେ ଦାୟିତ୍ୱ ଦେଇଛି ଦଳ । କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ । ପୂର୍ବରୁ ବିଜୟ ପଟ୍ଟନାୟକ ଏହି ଗୁରୁଦାୟିତ୍ୱ ବହନ କରୁଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ କଂଗ୍ରେସର ଫୋକସ, 'ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ' ବାର୍ତ୍ତା ଦେଲା ଦଳ - Congress Announces Guarantees

ତେବେ ଭକ୍ତ ଚରଣ ଦାସ କେବଳ ଓଡିଶା କଂଗ୍ରେସର ବରିଷ୍ଠ କିମ୍ବା ଅଭିଜ୍ଞ ନେତା ନୁହନ୍ତି ବରଂ ଜାତୀୟ ସ୍ତରରେ ବି ସେ ବେଶ ପରିଚିତ । AICCର ଜଣେ ପତିଆରା ସମ୍ପନ୍ନ ନେତା ହେଉଛି ଭକ୍ତ ଦାସ । ଜଣେ ଦଳିତ ନେତା ଭାବରେ ଓଡ଼ିଶାରେ ସେ ବେଶ ପରିଚିତ । କଳାହାଣ୍ଡିର ସାଂସଦ ଭାବେ ମଧ୍ୟ ତାଙ୍କର ଦୀର୍ଘ ବର୍ଷର ଅନୁଭୂତି ରହିଛି । AICCର ସାଧାରଣ ସମ୍ପାଦକ, ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବେ କାର୍ଯ୍ୟ କରି ଲମ୍ବା ଅନୁଭୂତି ସାଉଁଟିଛନ୍ତି ଭକ୍ତ ।

କଂଗ୍ରେସ ପକ୍ଷରୁ ଏନେଇ ପ୍ରେସ ରିଲିଜ ଜାରି କରାଯାଇଛି । ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେବା ପ୍ରସ୍ତାବରେ କଂଗ୍ରେସ ସଭାପତି ମୋହର ମାରିଥିବା ପ୍ରେସ ରିଲିଜରେ ଜାରି କରାଯାଇଛି । ଆଉ ମଧ୍ୟ ପୂର୍ବରୁ ଏହି ଦାୟିତ୍ୱ ବହନ କରୁଥିବା ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଆଉ ଏକ ଗୁରୁଦାୟିତ୍ୱ ଦେଇଛି କଂଗ୍ରେସ । ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବିଜୟ ପଟ୍ଟନାୟକ ।

ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା । ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ପକ୍ଷରୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ବିଜୟ ପଟ୍ଟନାୟକଙ୍କ ବଦଳରେ ଭକ୍ତ ଦାସଙ୍କୁ ଦିଆଯାଇଛି । ଅନ୍ୟପଟେ ବିଜୟ ପଟ୍ଟନାୟକ ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 22, 2024, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.