ETV Bharat / state

ମୃତ ବାପାର ଋଣ ସୁଝିବାକୁ 2 ନାବାଳକ ଶିଶୁଙ୍କୁ ନୋଟିସ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି - Bank notice to minor boys

author img

By ETV Bharat Odisha Team

Published : Mar 24, 2024, 7:25 AM IST

Bank notice to minor boys: ମୃତ ବାପାଙ୍କ କରିଥିବା ଋଣ ସୁଝିବାକୁ 2 ନାବାଳକଙ୍କୁ କୋର୍ଟ ନୋଟିସ ପଠାଇଲା ବ୍ୟାଙ୍କ । ଏତେ ପରିମାଣର ଟଙ୍କା ସୁଝିବାକୁ ପିଲା ଦୁଇଟି ଅକ୍ଷମ ହୋଇଥିବା ବେଳେ ଏହାକୁ ନେଇ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଲେ ୨ ନାବାଳକ । ଅଧିକ ପଢନ୍ତୁ

Bank notice to minor boys
Bank notice to minor boys
Bank notice to minor boys

ସମ୍ବଲପୁର: ମୃତ ବାପାଙ୍କ ଋଣ ସୁଝିବାକୁ ନାବାଳକଙ୍କ ପାଖକୁ ପହଞ୍ଚିଲା କୋର୍ଟ ନୋଟିସ l ବାପା ମାଆ ଛେଉଣ୍ଡ 2 ନାବାଳକ ପୁଅଙ୍କୁ 4 ଲକ୍ଷ 99 ହଜାର 570 ଟଙ୍କାର ଋଣ ଫେରସ୍ତ କରିବାକୁ ନୋଟିସ୍ ହୋଇଛି । ପିଲା ଦୁଇଟି ଏବେ ଅଜାଙ୍କ ଘରେ ରହି ପାଠ ପଢୁଥିବା ବେଳେ ଏତେ ପରିମାଣର ଟଙ୍କା ଫେରାଇବା ପିଲାମାନଙ୍କ ପକ୍ଷରେ ଅସମ୍ଭବ ହୋଇଥିବା ବେଳେ ଏହାକୁ ନେଇ ରାଷ୍ଟ୍ରପତି ଓ ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଛନ୍ତି ୨ ଶିଶୁ ।

ସୂଚନା ଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ତୁଷୁରା ପଲସାପଦର ଗାଁରେ 2 ନାବାଳକ ବାପା-ମାଆଙ୍କ ସହ ରହୁଥିଲେ l ତେବେ 2020ରେ କୋଭିଡ ସମୟରେ ଜଣକର ବୟସ ୮ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ବର୍ଷେ ଭିତରେ ମାଆଙ୍କ ମଧ୍ୟ କୋଭିଡରେ ମୃତ୍ୟୁ ହୋଇଗଲା । ପରେ ଜେଜେ ବାପାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା l ଆଉ ଜେଜେମାଙ୍କ ମୃତ୍ୟୁ ବହୁ ପୂର୍ବରୁ ହୋଇ ସାରିଥିଲା l ଆଉ ଦୁନିଆକୁ ଜାଣିବା ପୂର୍ବରୁ ପୂରା ପରିବାରକୁ ହରାଇ ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲେ 2 ନାବାଳକ । ଏହି ସମୟରେ ମାଆଙ୍କ ବୃଦ୍ଧ ବାପା ତଥା ପିଲାମାନଙ୍କ ଅଜା ତାଙ୍କୁ ଆଶ୍ରୟ ଦେଇଥିଲେ । ତାଙ୍କୁ ସମ୍ବଲପୁର ଲଇଡ଼ା ନିକଟସ୍ଥ କେନାଢିପା ଗାଁକୁ ଆଣି ଆଶ୍ରୟ ଦେବା ସହ ଗାଁ ବିଦ୍ୟାଳୟରେ ପାଠ ମଧ୍ୟ ପଢ଼ାଇଲେ ।

ବାପା ବରଗଡ଼ ଶାଖାର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ରଣ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ଏବେ ତାଙ୍କ 2 ନାବାଳକ ପୁଅଙ୍କୁ ସେହି ଋଣ ପରିଶୋଧ କରିବାକୁ କୋର୍ଟ ନୋଟିସ ପଠାଇଛି ନିର୍ଦ୍ଧିଷ୍ଟ ବ୍ୟାଙ୍କ । 4 ଲକ୍ଷ 99 ହଜାର 570 ଟଙ୍କାର ଋଣ ଫେରସ୍ତ କରିବାକୁ 2 ନାବାଳକଙ୍କ ନାଁରେ ନୋଟିସ୍ ହୋଇଛି ।

ବାପା, ମାଆଙ୍କୁ ହରାଇ ଏବେ 72 ବର୍ଷୀୟ ବୃଦ୍ଧ ଅଜାଙ୍କ ସହ 2 ନାବାଳକ ରହୁଥିବା ବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଏମାନେ । ତଥାପି କୋର୍ଟ ନୋଟିସ୍ ଥିବାରୁ ପ୍ରାୟ ଶହେ କିଲୋମିଟର ଦୂର ବରଗଡ଼ ଯାଇ କୋର୍ଟରେ ହାଜର ହୋଇଥିଲେ 2 ନାବାଳକ ଶିଶୁ । ଅନ୍ୟପଟେ ଏନେଇ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ଲେଖି ଏ ବାବଦରେ ଜଣାଇଛନ୍ତି ନାବାଳକ ଶିଶୁ । ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ଜାତୀୟ ମାନବାଧିକାର କମିଶନରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି 2 ଶିଶୁ l

ଏହାମଧ୍ୟ ପଢନ୍ତୁ.. ଚାଷଜମିରେ ବିଏସଏଫ କ୍ୟାମ୍ପ ! ୧୭ ବର୍ଷ ବିତିଥିଲେ ବି କ୍ଷତିପୂରଣ ମିଳିନଥିବା ଅଭିଯୋଗ - Land Dispute In Malkangiri

ନିଜ ବାପାଙ୍କ ଋଣ ପରିଶୋଧ ପାଇଁ 2 ନାବାଳକଙ୍କୁ ବ୍ୟାଙ୍କ କୋର୍ଟ ପକ୍ଷରୁ ସମନ କରିବା ସମସ୍ତଙ୍କୁ ଚକିତ କରିଛି l ଏମିତିକି ଅଜାଙ୍କ ସହ ସେମାନେ ଯେତେବେଳେ କୋର୍ଟରେ ହାଜର ହୋଇଥିଲେ, ସେଠାରେ ଥିବା ଅଧିକାରୀ ଓ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନଙ୍କୁ ଚକଲୋଟ୍ ଦେଇ କେବେ କୋର୍ଟକୁ ନ ଆସିବାକୁ ପରାମର୍ଶ ଦେଇଥିଲେ ବୋଲି ସୂଚନା ରହିଛି । ହେଲେ କୋର୍ଟଙ୍କ ନୋଟିସ୍ ଥିବାରୁ ବାଧ୍ୟ ହୋଇ ଆସିଥିବାର କହିଛନ୍ତି ତାଙ୍କ ଅଜା l

ତେବେ ବ୍ୟାଙ୍କର ଏଭଳି ସମନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯେଉଁଠି ବଡ଼ ବଡ଼ ବ୍ୟବସାୟୀ ବ୍ୟାଙ୍କରୁ ହଜାର ହଜାର କୋଟି ନେଇ ଦେଶ ବାହାରକୁ ଫେରାର ମାରୁଛନ୍ତି, ସେହି ସ୍ଥାନରେ 5 ଲକ୍ଷ ଟଙ୍କା ପାଇଁ 2 ନାବାଳକଙ୍କୁ ନୋଟିସକୁ ନିନ୍ଦା କରାଯାଇଛି l ନୋଟିସ୍ ପୂର୍ବରୁ ବ୍ୟାଙ୍କ ଶାଖା ପରିଚାଳକ କିଭଳି ଜାଣି ପାରିଲେ ନାହିଁ ବୋଲି ଚର୍ଚ୍ଚା ହେଉଛି l ତେଣୁ ସବୁ ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ 2 ନାବାଳକଙ୍କ ଅଧିକାର କ୍ଷୁଣ୍ଣ କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.