ETV Bharat / state

'ଓଡ଼ିଶା ଲୋକଙ୍କୁ ମାରିଦେବୁ, ଜାଳିଦେବୁ', ପୂରା ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା - Odia people return from Bengal

author img

By ETV Bharat Odisha Team

Published : Aug 14, 2024, 3:41 PM IST

Updated : Aug 14, 2024, 4:04 PM IST

Hundreds of Odia return after being detained in Bengal: ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ୧୫୫ରୁ ଅଧିକ ଓଡ଼ିଆ । କବିରାଜ ଚିକିତ୍ସା ପାଇଁ ପଶ୍ଚିମବଙ୍ଗ ଯାଇଥିବାବେଳେ ସେଠାରେ ସେମାନଙ୍କୁ ଅଟକ ରଖାଯିବା ସହ ଆକ୍ରମଣ କରାଯାଇଥିଲା । ଅଧିକ ପଢନ୍ତୁ

'ଓଡ଼ିଶା ଲୋକଙ୍କୁ ମାରିଦେବୁ ଜାଳିଦେବୁ...', ଓଡ଼ିଶାରେ ପହଞ୍ଚି ପୁରା ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା
'ଓଡ଼ିଶା ଲୋକଙ୍କୁ ମାରିଦେବୁ ଜାଳିଦେବୁ...', ଓଡ଼ିଶାରେ ପହଞ୍ଚି ପୁରା ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା (ETV Bharat Odisha)

ବାଲେଶ୍ବର: ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ଓଡ଼ିଆ । ୧୫୫ରୁ ଅଧିକ ଓଡ଼ିଆ ଲୋକେ ସୁରକ୍ଷିତ ଉଦ୍ଧାର ହୋଇ ଓଡ଼ିଶାରେ ପହଞ୍ଚିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଲୋକମାନେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ପଞ୍ଚୁଖଡିକା ଅଞ୍ଚଳର ଜଣେ କବିରାଜଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ କିଛି ଲୋକେ ଓଡ଼ିଆ ଲୋକମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଏନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ କେଶପୁର ପୋଲିସ ସମସ୍ତ ଅଟକ ଥିବା ଓଡ଼ିଆଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ହେଲେ ଆକ୍ରମଣକାରୀମାନେ ଥାନାରେ ପହଞ୍ଚି ଗଣ୍ଡଗୋଳ କରିବାରୁ ସେନା ସହାୟତାରେ ଅଟକମାନଙ୍କୁ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଥିଲା ।

ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା (ETV Bharat Odisha)

ବିଳମ୍ବିତ ରାତିରେ ଓଡ଼ିଶା ସୀମାରେ ପହଞ୍ଚିଲେ:

ଏହାପରେ କେଶପୁର ପୋଲିସ ଓଡ଼ିଆମାନଙ୍କୁ ଉଦ୍ଧାର କରି ରାତି ପ୍ରାୟ ଗୋଟାଏ ସମୟରେ ଓଡ଼ିଶା ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଆଣି ପହଞ୍ଚାଇଥିଲା । ସେଠାରେ ଜଳେଶ୍ବର ପୋଲିସ ସେମାନଙ୍କୁ ଖାଦ୍ୟ, ପାନୀୟ ଜଳ ଦେବା ସହ ଜଳେଶ୍ବର ପୋଲିସ ସୁରକ୍ଷା ଭିତରେ ଓଡ଼ିଶାରେ ଆଣି ଛାଡିଛନ୍ତି । ଯାହା ସୂଚନା ମିଳିଛି, ଦୁଇଟି ବସ୍, ତିନୋଟି ବୋଲେରୋ ଓ ଗୋଟିଏ କାରରେ ନୀଳଗିରି, ମିତ୍ରପୁର, କଲ୍ୟାଣି ଏବଂ ମୟୂରଭଞ୍ଜ ବିଷୋଇ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ପଶ୍ଚିମବଙ୍ଗ ମେଦିନୀପୁରକୁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ବାଂଲାଦେଶୀ କହି ବଙ୍ଗ ନାଗରିକଙ୍କୁ ଆକ୍ରମଣ ! ନିନ୍ଦନୀୟ କହିଲେ ବିରୋଧୀ - Opposition On Bangladeshis Attack

ଏହି ଘଟଣା ନେଇ ଜଳେଶ୍ବର ଏସଡିପିଓ ଦିଲ୍ଲୀପ ସାହୁ କହିଛନ୍ତି, "ଆମର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା । ଅଟକ ଓଡିଆମାନେ ଆସି ଲକ୍ଷ୍ମଣନାଥ ଟୋଲ୍ ଗେଟରେ ପହଞ୍ଚିଛନ୍ତି । ସେମାନେ ଯେଉଁ ଜାଗାରୁ ସବୁ ଆସିଛନ୍ତି ସେମାନଙ୍କୁ ପଠାଇବାର ବନ୍ଦୋବସ୍ତ କରୁଛୁ । ସେମାନେ ସୁରୁଖୁରୁରେ କେମିତି ନିଜ ନିଜ ସ୍ଥାନରେ ପହଞ୍ଚିବେ ସବୁ ବ୍ୟବସ୍ଥା କରାଯାଇଛି ।"

ଓଡ଼ିଶା ଫେରି ଘଟଣା ବଖାଣିଲେ ଅଟକ ଓଡିଆ:

ପଶ୍ଚିମବଙ୍ଗ ଫେରନ୍ତା ବରମିତ୍ରପୁର ଅଞ୍ଚଳର ପ୍ରଦୀପ ନାୟକ କହିଛନ୍ତି, "ଆମେ କବିରାଜ ଚିକିତ୍ସା ପାଇଁ ମେଦିନାପୁର ପଞ୍ଚୁଖଡିକା ଅଞ୍ଚଳକୁ ଯାଇଥିଲୁ । ସେଠାରେ ପୂର୍ବାହ୍ନ ୧ଟା ବେଳେ ଓହ୍ଲାଇବା ପରେ ୧୦ ଜଣ ଲୋକ ଆମ ଗାଡ଼ି ପାଖକୁ ଆସି ଅଟକ ରଖିଥିଲେ । 'ଓଡିଶା ଗାଡ଼ି ଆସିଛି ଏମାନେ ଓଡ଼ିଶା ଲୋକ' ଏମିତି କହି ଓଡ଼ିଶାରେ ଆମ ଲୋକଙ୍କୁ ସବୁ ମାରପିଟ୍ କରୁଛ, ଫେରିବାଲାଙ୍କୁ ହଇରାଣ କରୁଛ ବୋଲି କହିଥିଲେ । ଏହାପରେ ଆଉ ୨୦ରୁ ୩୦ ଜଣ ଲୋକ ଆସି ଆମ ଗାଡିରେ ନିଆଁ ଲଗାଇଦେବାକୁ କହି ପାଟିତୁଣ୍ଡ ଆରମ୍ଭ କଲେ । ପ୍ରାୟ ଘଣ୍ଟାଏ ପରେ ପୋଲିସ ଆସି ଆମମାନଙ୍କୁ ଉଦ୍ଧାର କରି କେଶପୁର ଥାନାକୁ ନେଇଯାଇଥିଲା ।''

‘ହାଣିଦେବା କାଟିଦେବା ବୋଲି ଧମକାଇ ଥିଲେ’

ସଂଜୀବ ପାଣିଗ୍ରାହୀ ନାମକ ଆଉ ଜଣେ ଫେରନ୍ତା କହିଛନ୍ତି, "ମେଦିନିପୁର ଖଡ଼ିକା ଅଞ୍ଚଳର ଜଣେ ବାବା ହାତରେ ନଟା ବାନ୍ଧିଦେଲେ ଲୋକଙ୍କ ରୋଗ ଭଲ ହୋଇଯାଏ । ସେଥିପାଇଁ ଆମେ ସେଠିକୁ ଅନେକ ଥର ଯାଇଛୁ । ହେଲେ ଏଥର ଯାଇକି ସେଠି ପହଞ୍ଚିବା ପରେ କିଛି ଲୋକେ ଆମକୁ ଅଟକାଇଥିଲେ । ଆମେ ଓଡ଼ିଶା ଗାଡି ଛାଡିବୁନି ବୋଲି କହିବା ସହ ହାଣିଦେବା, କାଟିଦେବା ଓ ଗାଡି ଜାଳିଦେବା ପାଇଁ ଧମକାଇ ଥିଲେ । ସେମାନେ ଆମର ଦୁଇ ଜଣ ବସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବସ୍ କାଚ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ଏମିତି ଆକ୍ରମଣ କରିବାର କାରଣ ସେମାନେ କହିବା କଥା ତାଙ୍କ ଲୋକଙ୍କୁ ଓଡ଼ିଶାରେ ବାଂଲାଦେଶୀ ବୋଲି କହି ଅତ୍ୟାଚାର କରାଯାଉଛି ।''

ଏହି ଘଟଣା ନେଇ ଅଟକ ଓଡ଼ିଆମାନେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ କଥା ହେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସମସ୍ତଙ୍କୁ ଉଦ୍ଧାର କରିବା ବେଳେ ପାଖାପାଖି ୧୦୦୦ ଲୋକେ ସେମାନଙ୍କୁ ଘେରି ରହିଥିଲେ । ଓଡ଼ିଆମାନଙ୍କୁ ଥାନାକୁ ନିଆଯିବା ପରେ ସେଠାରେ ମଧ୍ୟ କିଛି ସ୍ଥାନୀୟ ଲୋକେ ଥାନା ଘେରାଉ କରିଦେଲେ । ଏହାପରେ ସେଣ୍ଟ୍ରାଲ ଫୋର୍ସ ଆସି ପୁଣି ସମସ୍ତଙ୍କୁ ଉଦ୍ଧାର କରିଥିଲା ବୋଲି ଅଟକ ଓଡିଆ ବ୍ୟକ୍ତି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 14, 2024, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.