ETV Bharat / state

ରାଜ୍ୟରେ ବାଂଲାଦେଶୀଙ୍କୁ ନେଇ ଚିନ୍ତା, ପରିଚୟପତ୍ର ନଥିଲେ ତଡ଼ିବେ ସରକାର - Infiltration Of Bangladeshis

author img

By ETV Bharat Odisha Team

Published : Aug 11, 2024, 8:29 PM IST

Law Minister On Infiltration Of Bangladeshis: ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିପାରନ୍ତି ବାଂଲାଦେଶୀ । ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନିକଟରେ ପରିଚୟ ପତ୍ର ନଥିଲେ ସେମାନଙ୍କୁ ରାଜ୍ୟ ସରକାର ବିଦା କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Law Minister On Infiltration Of Bangladeshis
Law Minister On Infiltration Of Bangladeshis (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବାଂଲାଦେଶୀଙ୍କୁ ନେଇ ଚିନ୍ତା । ମନ୍ତ୍ରୀଙ୍କ ବୟାନ ପରେ ଅଡୁଆରେ ରୋହିଙ୍ଗ୍ୟା । ଓଡ଼ିଶାରେ ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳିଙ୍କ ଉପରେ ସରକାରଙ୍କ ଆଖି । ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ଖୁବଶୀଘ୍ର ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର । ପରିଚୟ ନଥିଲେ ପ୍ରତ୍ୟାବର୍ତ୍ତନ କରିବେ ସରକାର । ବାଂଲାଦେଶରେ ହିଂସାକାଣ୍ଡ ଉପୁଜିବା ପରେ କିଛି ନାଗରିକ ଓ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ଥିବା ଅନୁପ୍ରବେଶକାରୀ ଓଡ଼ିଶା ସୀମା ଦେଇ ପ୍ରବେଶ କରିବାର ସମ୍ଭାବନା ଭିତରେ ଆଇନ ମନ୍ତ୍ରୀ ଏପରି ପ୍ରତିକ୍ରିୟା ରଖିଛନ୍ତି ।

ରାଜ୍ୟରେ ବାଂଲାଦେଶୀଙ୍କୁ ନେଇ ଚିନ୍ତା, ପରିଚୟପତ୍ର ନଥିଲେ ତଡ଼ିବେ ସରକାର (ETV Bharat Odisha)

ଅନୁପ୍ରବେଶକାରୀ ଗୋଟିଏ ବଡ଼ ଚିନ୍ତା:-

ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଯେଉଁମାନେ ଶରଣାର୍ଥୀ ଭାବରେ ଆସିଛନ୍ତି ସେମାନେ CAA ଅନ୍ତର୍ଭୁକ୍ତ । କିନ୍ତୁ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ ଓ କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି । ବର୍ତ୍ତମାନ କୋଷ୍ଟଗାର୍ଡ, ସୀମା ସୁରକ୍ଷା ବାହିନୀ କଡ଼ାକଡ଼ି ନଜର ରଖିଛନ୍ତି ଏଣୁ ଏବେ ସେସବୁ ହେବ ନାହିଁ । କିନ୍ତୁ ପଶ୍ଚିମବଙ୍ଗ ଦେଇ ଯେଉଁମାନେ ଓଡ଼ିଶା ପ୍ରବେଶ କରିଛନ୍ତି ବିଭିନ୍ନ ସମୟ କାର୍ଯ୍ୟରେ ଲିପ୍ତ ଅଛନ୍ତି ଓଡ଼ିଶା ଭିତରେ କାର୍ଯ୍ୟ କରୁଛନ୍ତି । ସରକାର ଏନେଇ ସଜାଗ ଅଛନ୍ତି ଓ ସେମାନଙ୍କର ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା ଯାହା କରିବା କଥା ବହୁତ ଶୀଘ୍ର କରାଯିବ ।"

ପରିଚୟପତ୍ର ନଥିଲେ ବିଦା ହେବେ ବାଂଲାଦେଶୀ:-

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେଉଁମାନଙ୍କର ପରିଚୟ ନାହିଁ ଯେଉଁମାନେ ଭାରତର ନାଗରିକ ନୁହନ୍ତି ଏବଂ ଅନୁପ୍ରବେଶ କରି ଆସିଛନ୍ତି ଯେଉଁ ଦେଶ ହୁଅନ୍ତୁ ତାଙ୍କୁ ପ୍ରତ୍ୟାର୍ପଣ କରାଯିବ । ସରକାର ଏନେଇ ସଚେତନ ଅଛନ୍ତି, ବହୁତ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ।

ସମୁଦ୍ର ଦେଇ ପଶିଆସିପାରନ୍ତି ବାଂଲାଦେଶୀ:-

ହିଂସା ଏବଂ ରାଜନୈତିକ ସଙ୍କଟରେ ଜଳୁଛି ବାଂଲାଦେଶ । ଶେଖ୍ ହସିନା ସରକାରର ପତନ ପରେ ଜଳୁଛି ସାରା ଦେଶ । ବାଂଲାଦେଶରେ ବ୍ୟାପକ ଅରାଜକତା ବଢ଼ିଥିବା ବେଳେ ହିଂସାକାଣ୍ଡ ସହ ପୋଡାଜଳା ଜାରି ରହିଛି । ଭାରତ ବିରୋଧୀ କାର୍ଯ୍ୟକଳାପ ବଢ଼ିଚାଲିଥିବା ବେଳେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଏହି ଅପ୍ରୀତିକର ସ୍ଥିତି ସମୟରେ ଭାରତ-ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । କିଛି ଭାରତ ବିରୋଧୀ ସଂଗଠନର ବ୍ୟକ୍ତି ସମୁଦ୍ର ପଥରେ ଭାରତକୁ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି । ତେବେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- ଓଡ଼ିଶାରେ ବାଂଲାଦେଶୀ ଟେନସନ; ଅନୁପ୍ରବେଶକାରୀ ସନ୍ଦେହରେ ଆଇନ ହାତକୁ ନେଉଛନ୍ତି ଲୋକେ, କମିଶନରଙ୍କୁ ଭେଟିଲା ସଂଖ୍ୟାଲଘୁ ସଂଗଠନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.