ETV Bharat / state

ଆଦିବାସୀ ଭବନ ନିର୍ମାଣ ପାଇଁ 100 କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଆଦିବାସୀ ସଂଘର ଧନ୍ୟବାଦ

author img

By ETV Bharat Odisha Team

Published : Mar 8, 2024, 10:32 AM IST

Balangir Tribal Welfare Association Thankful to CM: ଆଦିବାସୀ ଭବନ ନିର୍ମାଣ ପାଇଁ 100 କୋଟି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡ଼ିଶା ଆଦିବାସୀ ସଂଘ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ଆଦିବାସୀ ସଂଘର ଧନ୍ୟବାଦ

ବଲାଙ୍ଗୀର: ଆଦିବାସୀଙ୍କ ବହୁ ଦିନର ଦାବି ପୂରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବଲାଙ୍ଗୀର ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଆଦିବାସୀ ଭବନ ନିର୍ମାଣ ପାଇଁ 100 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରେ ଖୁବଶୀଘ୍ର ନିର୍ମାଣ ହେବ ଆଦିବାସୀ ଭବନ । ଏହି ଆଦିବାସୀ ଭବନ ଦ୍ୱାରା ରାଜ୍ୟର 62 ଗୋଟି ଆଦିବାସୀ ସମ୍ପ୍ରଦାୟ ଉପକୃତ ହେବେ ।

ବଲାଙ୍ଗୀରରେ ଆଜି ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଦିବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଥିବାରୁ ଏହାର ସଦସ୍ୟ ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଆଦିବାସୀ ଏଥିରେ ଉପକୃତ ହେବେ ବୋଲି କହିଛନ୍ତି । ବଲାଙ୍ଗୀରରେ ଆଜି ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପୂରଣ ହେଲା ଦୀର୍ଘ ଦିନର ଦାବି, ୱାଗନ୍ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ତେବେ ଆଦିବାସୀ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନେକ ଦିନରୁ ଦାବି ହୋଇ ଆସୁଥିଲା । ଏନେଇ 100 କୋଟି ଟଙ୍କା ମଞ୍ଜୁର କରିବା ସହ କାମ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି, "ଭୁବନେଶ୍ୱରରେ ଏକ ଆଦିବାସୀ ଭବନ ନିର୍ମାଣ କରିବା ରାଜ୍ୟର ଏକ କୋଟି ଆଦିବାସୀଙ୍କ ଦାବି ଥିଲା । ରାଜ୍ୟ ସରକାର ଭାରତରେ ପ୍ରଥମ କରି ଆଦିବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭୁବନେଶ୍ୱର ଠାରେ ଏକ ବିଶାଳ ଆଦିବାସୀ ଭବନ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟରେ ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଆଦିବାସୀ ଭବନ ଦ୍ୱାରା ରାଜ୍ୟର 62 ଗୋଟି ଆଦିବାସୀ ସମ୍ପ୍ରଦାୟ ଉପକୃତ ହେବେ । ସେହିପରି ବିଭିନ୍ନ କାମରେ ଆଦିବାସୀ ରାଜଧାନୀ ଭୁବନେଶ୍ୱର ଯାଉଥିବା ବେଳେ ସେଠାରେ ଆଦିବାସୀ ଭବନରେ ସୁବିଧାରେ ରହିପାରିବେ । ଏହାଛଡା ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ ଏହାଦ୍ୱାରା ଉପକୃତ ହେବେ । ତେଣୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ପାଇଁ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ଆଦିବାସୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜଣାଉଛୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.