ETV Bharat / state

ଶୀତକାଳୀନ ହାତୀ ଗଣନା: ବଢ଼ିଛି ହାତୀ ସଂଖ୍ୟା, ୧୩ ଡିଭିଜନରେ ଶୂନ - ODISHA ELEPHANT CENSUS 2024

ଓଡ଼ିଶାର ଶୀତକାଳୀନ ହାତୀ ଗଣନା ୨୦୨୪ ରିପୋର୍ଟ । ଓଡ଼ିଶାରେ ବଢ଼ିଛନ୍ତି ୫ଟି ହାତୀ ।

Elephant Census 2024
Elephant Census 2024 (Wildlife Odisha)
author img

By ETV Bharat Odisha Team

Published : Nov 28, 2024, 9:27 PM IST

Updated : Nov 29, 2024, 9:10 AM IST

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ୨୦୨୪ ଶୀତକାଳୀନ ହାତୀ ଗଣନା ରିପୋର୍ଟ । ରାଜ୍ୟରେ ୬ ମାସ ମଧ୍ୟରେ ହାତୀ ସଂଖ୍ୟା ମାତ୍ର ୫ଟି ବୃଦ୍ଧି ପାଇଛି । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ଏପଟେ ରାଜ୍ୟରେ ୧୩ଟି ଡିଭିଜନରେ ହାତୀ ଶୂନ୍ୟ ଥିବା ନେଇ ରିପୋର୍ଟ ଆସିଛି । ନଭେମ୍ବର ୧୪ରୁ ୧୬ ପର୍ଯ୍ୟନ୍ତ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ଜଙ୍ଗଲ ବିଭାଗରେ ୩ ଦିନିଆ ଜନଗଣନା କରାଯାଇଥିଲା ।

ବଢିଛନ୍ତି ମାତ୍ର ୫ ହାତୀ:

Elephant Census 2024 (ETV Bharat Odisha)
ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ହାତୀ ୨୦୨୪ ଶୀତ କାଳୀନ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୬ ମାସରେ ମାତ୍ର ୫ଟି ହାତୀ ବଢିଛନ୍ତି । ରାଜ୍ୟରେ ଥିବା ୩୮ଟି ଡିଭିଜନରେ ୨୧୦୩ ହାତୀ ଦେଖିବାକୁ ମିଳିଛି । ରାଜ୍ୟରେ ମୋଟ୍ ୩୩୪ଟି ବଡ଼ ଦନ୍ତା ହାତୀ, ୧୨ଟି ବଡ଼ ମାଖନା ହାତୀ, ୬୭୮ଟି ମାଈ ହାତୀ ଓ ୪୦୩ଟି ହାତୀ ଛୁଆ ଅଛନ୍ତି ।"

୧୩ ଡିଭିଜନରେ ହାତୀ ଶୂନ:

Elephant Census 2024 Winter
Elephant Census 2024 Winter (Wildlife Odisha)
ଶୀତକାଳୀନ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୮ଟି ସର୍କଲର ୧୩ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି । ସେହି ଡିଭିଜନ ଗୁଡ଼ିକ ହେଉଛି, ବ୍ରହ୍ମପୁର ସର୍କଲର ଘୁମସୁର ସାଉଥ ଡିଭିଜନ, ଭାବନୀପାଟଣା ସର୍କଲର ଖଡ଼ିଆର ଡିଭିଜନ ଏବଂ ସୁନାବେଢା ଡିଭିଜନ । ଭୁବନେଶ୍ବର ସର୍କଲର ଚିଲିକା ଡିଭିଜନ, ସିଟି ଫରେଷ୍ଟ ଡିଭିଜନ, ପୁରୀ ବନଖଣ୍ଡ ଡିଭିଜନ ଏବଂ ରାଜନଗର ଡିଭିଜନ । କୋରାପୁଟ ସର୍କଲର ମାଲକାନଗିରି ଡିଭିଜନ, କୋରାପୁଟ ଡିଭିଜନ, ଜୟପୁର ଡିଭିଜନ ଏବଂ ନବରଙ୍ଗପୁର ଡିଭିଜନରେ ହାତୀ ସଂଖ୍ୟା ଶୂନ । ସେହିପରି ସମ୍ବଲପୁର ସର୍କଲର ହୀରାକୁଦ ଡିଭିଜନରେ ହାତୀ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ୨୦୨୪ ମେ'ରେ ହୋଇଥିଲା ହାତୀ ଗଣନା:

ରାଜ୍ୟରେ ଶେଷ ଥର ପାଇଁ ହାତୀ ଗଣନା ୨୦୨୪ ମେ' ମାସରେ କରାଯାଇଥିଲା । ଯେଉଁଠାରେ ୨୦୯୮ ହାତୀ ଦେଖିବାକୁ ମିଳିଥିଲା । ସେଥିରେ ୩୧୩ଟି ବୟସ୍କ ଟସ୍କର, ୧୩ ବୟସ୍କ ମଖନା, ୭୪୮ ବୟସ୍କ ମାଇହାତୀ, ୧୪୨ଟି ସବ-ଆଡଲ୍ଟ ଟସ୍କର, ୬ଟି ସବ-ଆଡଲ୍ଟ ମଖନା, ୨୮୨ଟି ସବ-ଆଡଲ୍ଟ ମାଇହାତୀ, ୨୦୯ଟି ଜୁଭେନାଇଲ ଏବଂ ୩୮୫ଟି ଛୁଆ ହାତୀ ଥିଲେ ।

କେଉଁ ସର୍କଲରେ କେତେ ହାତୀ

  • ଅନୁଗୋଳ: ୬୮୦
  • ବାରିପଦା: ୩୮୪
  • ବ୍ରହ୍ମପୁର: ୧୭୨
  • ଭବାନୀପାଟଣା: ୧୪୦
  • ଭୁବନେଶ୍ବର: ୧୨୦
  • ରାଉରକେଲା: ୪୬୧
  • କୋରାପୁଟ:୧
  • ସମ୍ବଲପୁର:୧୪୪

୫ଟି ଡିଭିଜନରେ ସର୍ବାଧିକ ହାତୀ ସଂଖ୍ୟା ରେକର୍ଡ:

Elephant Census 2024
Elephant Census 2024 (Wildlife Odisha)
  • ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୨୯୧ଟି ହାତୀ
  • କେନ୍ଦୁଝର ଡିଭିଜନରେ ୧୬୦ଟି ହାତୀ
  • ଆଠଗଡ଼ ଡିଭିଜନରେ ୧୨୪ଟି ହାତୀ
  • ଦେଓଗଡ଼ ଡିଭିଜନରେ ୧୨୩ଟି ହାତୀ
  • ଅନୁଗୋଳ ଡିଭିଜନରେ ୧୧୭ଟି ହାତୀ

୬ ମାସରେ ୪୮ଟି ହାତୀର ମୃତ୍ୟୁ:

ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "୬ ମାସ ଭିତରେ ଓଡ଼ିଶାରେ ମୃତ୍ୟୁବରଣ କରିଛନ୍ତି ୪୮ଟି ହାତୀ । ଶିକାରୀ ଗୁଳି, ଟ୍ରେନ୍‌ଲାଇନ୍, ବିଦ୍ୟୁତ୍ ଆଘାତ ଆଦିରେ ୪୮ଟି ହାତୀଙ୍କର ମୃତ୍ୟୁ ହୋଇଛି । ଶୀତ ଦିନିଆ ହାତୀ ଗଣନା ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଏହି ୬ ମାସ ମଧ୍ୟରେ ରାଜ୍ୟରେ ମାତ୍ର ୫ଟି ହାତୀ ସଂଖ୍ୟା ବୃଦ୍ଧି ପାଇଛି ।"

୩ ଦିନିଆ ଶୀତକାଳୀନ ହାତୀ ଗଣନା:

୧୪ ନଭେମ୍ବରରୁ ଏହି ଗଣନା ଆରମ୍ଭ ହୋଇ ୧୬ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ୨୮ଟି ଜିଲ୍ଲାର ୪୮ଟି ବିଭାଗରେ ହାତୀ ଗଣନା କରାଯାଇଥିଲା । ହାତୀ ଗଣନାରେ ୬ ହଜାରରୁ ଅଧିକ ଫିଲ୍ଡ କର୍ମଚାରୀ, ଜୀବବିଜ୍ଞାନୀ, ହାତୀ ସ୍କ୍ବାର୍ଡ ବ୍ୟକ୍ତି ନିୟୋଜିତ ହୋଇଥିଲେ । ଏହା ବ୍ୟତୀତ ନିୟମିତ କ୍ଷେତ୍ର କର୍ମଚାରୀ, ବନ୍ୟଜନ୍ତୁ ଉତ୍ସାହୀ, ଏନଜିଓ, ଏକାଡେମିକ୍ ଇତ୍ୟାଦି ମଧ୍ୟ ଏହି ଜନଗଣନାରେ ଅଂଶଗ୍ରହଣ କରିଥିଲେ । ଏହି କ୍ଷେତ୍ର ଗଣନା ପାଇଁ ୫୦ରୁ ଅଧିକ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯାଇଥିଲା ।

ଏହାମଧ୍ୟ ପଢ଼ନ୍ତୁ...ହାତୀ ମୃତ୍ୟୁ ନେଇ ସାଙ୍ଘାତିକ ତଥ୍ୟ; 5 ମାସରେ ମଲେଣି 40 ହାତୀ, ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ

ଏହାମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ହାତୀ ଉପଦ୍ରବ, ଟେନସନରେ ଶାସକ ଓ ପ୍ରଶାସକ

ହାତୀଙ୍କ ରାଜ୍ୟ ମଧ୍ୟରେ ରହିଛି ଚଳପ୍ରଚଳ:

ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ଓଡ଼ିଶାକୁ ରାଜ୍ୟ ବାହାରୁ ମଧ୍ୟ ଅନେକ ହାତୀଙ୍କର ଯିବାଆସିବା ଲାଗି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ୮୦ଟି ହାତୀ ଆସିଥିବା ବେଳେ ଝାଡଖଣ୍ଡରୁ ୧୨୦ଟି, ଆନ୍ଧ୍ରରୁ ୪ଟି ହାତୀ ଓଡ଼ିଶା ଆସିଛନ୍ତି । ହାତୀ ଜନଗଣନାର ଉଦ୍ଦେଶ୍ୟ ଥିଲା ଶୀତ ଋତୁରେ ରାଜ୍ୟରେ ହାତୀ ସଂଖ୍ୟା ବିଷୟରେ ସୂଚନା ପାଇବା ଏବଂ ଆନ୍ତଃ ରାଜ୍ୟ ତଥା ଆନ୍ତଃ ବିଭାଗୀୟ ହାତୀ ଗତିବିଧିକୁ ଆକଳନ କରିବା ।"

ଏହାମଧ୍ଯ ପଢ଼ନ୍ତୁ...4 ବର୍ଷରେ ବିଦ୍ୟୁତ ତାର ନେଲାଣି ୮୫ ହାତୀଙ୍କ ଜୀବନ: ୧୦ ଦିନରେ ଆକ୍ସନ ପ୍ଲାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହାମଧ୍ୟ ପଢ଼ନ୍ତୁ...ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ

୭ ବର୍ଷରେ ୬୩୪ ହାତୀ ମୃତ୍ୟୁ:

  • ୨୦୧୭-୧୮: ୭୮ ହାତୀ ମୃତ
  • ୨୦୧୮-୧୯: ୯୩ ହାତୀ ମୃତ
  • ୨୦୧୯-୨୦: ୮୨ ହାତୀ ମୃତ
  • ୨୦୨୦-୨୧: ୭୭ ହାତୀ ମୃତ
  • ୨୦୨୧-୨୨: ୮୬ ହାତୀ ମୃତ
  • ୨୦୨୨-୨୩: ୯୨ ହାତୀ ମୃତ
  • ୨୦୨୩-୨୪: ୬୬ ହାତୀ ମୃତ
  • ୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ହାତୀ ମୃତ

    ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2024, 9:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.