ETV Bharat / state

ମୁଖ୍ୟମନ୍ତ୍ରୀ ହେବା ପରେ ରାଇକଳାରେ ମୋହନ ମାଝୀଙ୍କ ପ୍ରଥମ ଦୀପାବଳି, ଆଜି ଗୋବର୍ଦ୍ଧନ ପୂଜା ପରେ କାଳୀ ମଣ୍ଡପ ପରିଦର୍ଶନ - CM CELEBRATE DIWALI AT VILLAGE

ଦଶହରା ପରେ ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମାତୃଭୂମିରେ ଗୋବର୍ଦ୍ଧନ ପୂଜା ପରେ କେନ୍ଦୁଝରରେ କାଳିପୂଜା ବୁଲି ଦେଖିବେ ।

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନଙ୍କ ପ୍ରଥମ ଦୀପାବଳି, ପୈତୃକଗ୍ରାମରେ ସାନ୍ତାଳୀ ପରମ୍ପରାରେ କଲେ ପାଳନ
ମୁଖ୍ୟମନ୍ତ୍ରୀ ହେବା ପରେ ମୋହନଙ୍କ ପ୍ରଥମ ଦୀପାବଳି, ପୈତୃକଗ୍ରାମରେ ସାନ୍ତାଳୀ ପରମ୍ପରାରେ କଲେ ପାଳନ (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 10:24 AM IST

କେନ୍ଦୁଝର: ରାଜଧାନୀ ରାଜରାସ୍ତାର ଫୁଟପାଥରୁ ଦୀପ ଓ ତେଲ କିଣିଲେ । ସାଙ୍ଗରେ ଥିଲେ ଧର୍ମପତ୍ନୀ । ସେଠାରୁ ସିଧା ପହଞ୍ଚିଲେ ଜନ୍ମମାଟି କେନ୍ଦୁଝର ଜିଲ୍ଲାର ପୈତୃକ ଗ୍ରାମ ରାଇକଳା । ନିଜ ପଡୋଶୀ, ଗ୍ରାମ ତଥା ଅଞ୍ଚଳବାସୀଙ୍କ ସହିତ ପାରମ୍ପରିକ ଆଦିବାସୀ ସମାଜ ଶୈଳୀରେ ପାଳିଲେ ଦୀପାବଳି । ମିଠା ଖାଇଲେ, ବାଣ ଫୁଟାଇଲେ, ପାରମ୍ପରିକ ମାଦଳ ବଜାଇଲେ ଓ ଗ୍ରାମ ତଥା ଅଞ୍ଚଳବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ । ମୁଖ୍ୟମନ୍ତ୍ରୀ ହେବା ପରେ କିଛି ଏପରି ଢଙ୍ଗରେ ପ୍ରଥମଥର ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛନ୍ତି ମୋହନ ଚରଣ ମାଝୀ ।

  • ସାନ୍ତାଳୀ ପରମ୍ପରାରେ ବନ୍ଦଣା ପର୍ବ ଓ ଗୋଠାଣ ପୂଜା

ଗତକାଲି (ଗୁରୁବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଗସ୍ତରେ କେନ୍ଦୁଝରେ ପହଞ୍ଚିଥିଲେ । ସେଠାରୁ ସେ ସିଧା ପୈତୃକ ଗ୍ରାମ ରାଇକଳା ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିବା ଗାଁର ପୁଅକୁ ଦୀପାବଳି ଅବସରରେ ସ୍ବାଗତ କରିବା ପାଇଁ ପୂରା ଗ୍ରାମବାସୀ ଉତ୍ସାହିତ ଥିଲେ । ଏକାଠି ହୋଇଥିଲେ ପଡୋଶୀ, ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ମୁରବୀଙ୍କ ସମେତ ବହୁ ଶୁଭେଚ୍ଛୁ ଓ ପ୍ରଶଂସକ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ସାନ୍ତାଳୀ ସମ୍ପ୍ରଦାୟର ପରମ୍ପରା ଅନୁସାରେ ସ୍ବାଗତ କରାଯାଇଥିଲା । ପ୍ରଥମେ ପାଦ ଧୋଇ ଦେଇଥିଲେ ଗ୍ରାମର ମହିଳାମାନେ ଓ ଏହା ପରେ ଆରମ୍ଭ ହୋଇଥିଲା ବନ୍ଦଣା ପର୍ବ (ବନ୍ଦାଣ ବିଧି) ।

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ (ETV Bharat Odisha)
  • ମାଦଳ ବଜାଇଲେ, ଶୁଭେଚ୍ଛା ଜଣାଇଲେ

ଗ୍ରାମବାସୀଙ୍କ ସହ ମିଠା ଖାଇ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଗ୍ରାମବାସୀଙ୍କ ଗହଣରେ ବାଣ ଫୁଟାଇଥିଲେ । ପରେ ପାରମ୍ପରିକ ଭାବେ ମୃଦଙ୍ଗ (ମାଦଳ) ବଜାଇଥିଲେ ମୁଖ୍ୟମନ୍ତ୍ରୀ । ଗ୍ରାମବାସୀଙ୍କ ସହ ମିଶି କାନ୍ଧରେ ମୃଦଙ୍ଗ ପକାଇ ମୁଖ୍ୟମନ୍ତ୍ରୀ ବେଶ କିଛି ସମୟ ବଜାଉଥିବା ଦେଖିବାକୁ ମିଳିଥିଲା । ସାନ୍ତାଳୀ ସଂସ୍କୃତିରେ କୌଣସି ପାର୍ବଣ ସମୟରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ନାଚ ଗୀତର ପରମ୍ପରା ରହିଛି । ଏହାକୁ ସ୍ଥାନୀୟ ଭାଷାରେ ‘ଧିଙ୍ଗ୍‌ୱାନି ନାଚ’ ବୋଲି କୁହାଯାଏ ।

ଦୀପ ପ୍ରଜ୍ଜଳନ କୁରଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ
ଦୀପ ପ୍ରଜ୍ଜଳନ କୁରଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ (ETV Bharat Odisha)
  • ପିଲାବେଳୁ ସାମିଲ ହୋଇଆସୁଛି: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଆମ ଗାଁ ରାଇକଳାରେ ପାଳନ କରାଯାଉଥିବା ଦୀପାବଳି ପର୍ବକୁ ‘ବନ୍ଦଣା ପର୍ବ’ କୁହାଯାଏ । ଏଥିରେ ‘ଗୋଠାଣ ପୂଜା’ କରାଯାଏ । ଆମ ସାହିରେ କରାଯାଉଥିବା ଏହି ପୂଜାପାଠରେ ଯୋଗ ଦେବାପାଇଁ ମୁଁ ସ୍ବତନ୍ତ୍ର ଭାବେ ଆସିଛି । ଯେହେତୁ ଛୋଟବେଳୁ ମୁଁ ଏହି ପୂଜାରେ ସବୁବେଳେ ସାମିଲ ହୁଏ, ଏ ପୂଜାକୁ ମୁଁ ଭୁଲିପାରିନାହିଁ । ତେଣୁ ଏଥିରେ ସାମିଲ ହେବାକୁ ଆସିଛି । ଆମ ଗାଁରେ ଲୋକମାନେ ମାଦଳ ବଜାଇଲେ, ଗୀତଗାଇ ନାଚିଲେ , ଘରକୁ ଘର ବୁଲିଲେ । ଏହାକୁ ଧିଙ୍ଗ୍‌ୱାନି ନାଚ କୁହାଯାଏ । ଏହି ନାଚ ଗୀତରେ ମୁଁ ମିଲ ହେଲି । ଏ ପର୍ବରେ ଓଡ଼ିଆ ଅସ୍ମିତାର କଥା ଅଛି ।’’

ମୁଖ୍ୟମନ୍ତ୍ରୀଙ୍କୁ ପାଦ ଧୋଇ ସ୍ବାଗତ କରୁଛନ୍ତି ରାଇକଳାର ଗ୍ରାମର ମହିଳା
ମୁଖ୍ୟମନ୍ତ୍ରୀଙ୍କୁ ପାଦ ଧୋଇ ସ୍ବାଗତ କରୁଛନ୍ତି ରାଇକଳାର ଗ୍ରାମର ମହିଳା (ETV Bharat Odisha)
  • ଆଜି କେନ୍ଦୁଝର କାଳୀପୂଜା ବୁଲିବେ ମୁଖ୍ୟମନ୍ତ୍ରୀ:-

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ସହରରେ ଧୁମଧାମରେ କାଳୀପୂଜା ହୁଏ । ମୁଁ ସେସବୁ ଯାଗାକୁ ଯାଇ ମା' କାଳୀଙ୍କୁ ଦର୍ଶନ କରିବି । ଆମ ଘରେ ଆସନ୍ତାକାଲି (ଆଜି, ଶୁକ୍ରବାର) ଗୋବର୍ଦ୍ଧନ ପୂଜା ହେବ । ଏହାକୁ ଗୁହାଳ ପୂଜା ମଧ୍ୟ କୁହାଯାଏ । ଆମେ ତାହା ପାଳନ କରିବୁ । କାଳୀ ପୂଜାକୁ ଆମ ସାନ୍ତାଳୀ ସମାଜରେ ‘ସହରାଇ ପରବ’ କୁହାଯାଏ । ଏହାକୁ ବି ପାଳନ କରିବୁ । "

ଗ୍ରାମବାସୀଙ୍କ ସହ ବାଣ ଫୁଟାଉଛନ୍ତି ମୋହନ
ଗ୍ରାମବାସୀଙ୍କ ସହ ବାଣ ଫୁଟାଉଛନ୍ତି ମୋହନ (ETV Bharat Odisha)
ଗ୍ରାମବାସୀଙ୍କ ମାଦଳ ଆସରରେ ମୁଖ୍ୟମନ୍ତ୍ରୀ ମୋହନ
ଗ୍ରାମବାସୀଙ୍କ ମାଦଳ ଆସରରେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ବାଣ ଫୁଟାଇଲେ,ବାଜା ବଜାଇଲେ

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ, ପୁରୁଣା ସ୍ମୃତିକୁ କଲେ ତାଜା

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ, ସକାଳୁ କେନ୍ଦୁଝର ଗସ୍ତ କରିବେ ମୋହନ

ଏହା ମଧ୍ୟ ପଢ଼ନ୍ତୁ...ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ

  • ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଶାରଦୀୟ ପାର୍ବଣ ଦୁର୍ଗାପୂଜାରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତ କରିଥିଲେ । ଏକାଧିକ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କଟକ ଓ ଭୁବନେଶ୍ବରରେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଗୃହଜିଲ୍ଲା କେନ୍ଦୁଝରରେ ମଧ୍ୟ ଦୁର୍ଗାପୂଜାର ମଜା ନେଇଥିଲେ । ଏବେ ଦୀପାବଳିରେ ମଧ୍ୟ ସେ ନିଜ ଗାଁକୁ ଯିବାକୁ ଭୁଲି ନାହାନ୍ତି ।

    ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.