ETV Bharat / state

କାମ କରୁନାହାନ୍ତି ବନ ବିଭାଗ ସ୍କ୍ୱାର୍ଡ, ଗଲାଣି ୪୦ରୁ ଅଧିକ ହାତୀଙ୍କ ଜୀବନ - odisha forest department

author img

By ETV Bharat Odisha Team

Published : Aug 24, 2024, 8:43 PM IST

WILDLIFE PROTECTION SQUAD: ଚଳିତ ଆର୍ଥକ ବର୍ଷରେ ହାତୀ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କଲା ବନ ବିଭାଗ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍କ୍ୱାର୍ଡମାନଙ୍କ କାର୍ଯ୍ୟଧାରା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛି ପିସିସିଏଫ୍‌ । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ସମସ୍ତ ଆର୍‌ସିସିଏଫ୍ ଏବଂ ଡିଏଫଓମାନଙ୍କୁ କଡ଼ା ଚିଠି । ଅଧିକ ପଢନ୍ତୁ

ODISHA FOREST DEPARTMENT
ODISHA FOREST DEPARTMENT (ETV Bharat Odisha)

ଭୁବନେଶ୍ବର: ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ରାଜ୍ୟ ବନ ବିଭାଗରେ ୩୯୭ ଜଣ ସ୍କ୍ୱାର୍ଡ କାର୍ଯ୍ୟରତ ଅଛନ୍ତି । ଏତେ ସଂଖ୍ୟକ ସ୍କ୍ୱାର୍ଡ ଥିବା ସତ୍ତ୍ୱେ ଚଳିତ ଆର୍ଥକ ବର୍ଷରେ ୪୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇ ସାରିଲେଣି । ତେବେ ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ସମସ୍ତ ଆର୍‌ସିସିଏଫ୍ ଏବଂ ଡିଏଫଓମାନଙ୍କୁ ଏକ କଡ଼ା ଚିଠି କରାଯାଇଛି । ବିଭିନ୍ନ ଯୋଜନାରେ କାର୍ଯ୍ୟରତ ସ୍କ୍ୱାର୍ଡମାନଙ୍କ କାର୍ଯ୍ୟଧାରା ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

ଚିଠିରେ କ'ଣ ଉଲ୍ଲେଖ ରହିଛି:

ବନ ବିଭାଗର ସ୍କ୍ୱାର୍ଡ କର୍ମଚାରୀମାନେ ସ୍ଥାୟୀ ଚାକିରି ଭାବନାରେ ବୁଡ଼ି ରହିଛନ୍ତି । ଠିକ୍‌ରେ ପାଟ୍ରୋଲିଂ କରୁନାହାନ୍ତି, ବନ୍ୟପ୍ରାଣୀ ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉନାହିଁ । ତେଣୁ ଆର୍‌ସିସିଏଫ୍‌ମାନେ ନିଜ ଡିଭିଜନକୁ ଆବଣ୍ଟନ ହୋଇଥିବା ସ୍କ୍ୱାର୍ଡ ମାନଙ୍କୁ ଠିକ୍ ସ୍ଥାନରେ ମୁତୟନ କରାଯାଇ ପାଟ୍ରୋଲିଂ କାମ ଠିକ୍ ଭାବେ କରିବା ପାଇଁ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଉଟ୍ ସୋର୍ସିଂ ଜରିଆରେ କାମ କରୁଥିବା ସ୍କ୍ୱାର୍ଡମାନେ ଯେ ପର୍ଯ୍ୟନ୍ତରେ ଠିକ୍‌ କାମ କରୁଥିବେ, ସେମାନଙ୍କୁ କାର୍ଯ୍ୟରୁ ବିହିଷ୍କାର ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

କେଉଁ ସ୍କିମରେ କେତେ ଜଣ ସ୍କ୍ୱାର୍ଡ ?

୨୦୨୪-୨୫ ଆର୍ଥକ ବର୍ଷ ପାଇଁ ୩ଟି ସ୍କିମ୍ ଯଥା ଷ୍ଟେଟ ସେକ୍ଟର ସ୍କିମ, ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମ ଏବଂ କାମ୍ପା (ୱାଇଲ୍ଡ ଲାଇଫ) ଏନ୍‌ପିଭି ସ୍କିମ୍‌ରେ ମୋଟ ୩୯୭ ଜଣଙ୍କୁ ସ୍କ୍ୱାର୍ଡ ଭାବେ ବିଭିନ୍ନ ଡିଭିଜନ ଅଧୀନରେ କାର୍ଯ୍ୟ କରିବା ପାଇଁ ଆବଣ୍ଟନ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସ୍କିମ୍‌ରେ ୫ ଜଣିଆ ଏବଂ କାମ୍ପା ସ୍କିମ୍‌ରେ ୧୦ ଜଣିଆ ସ୍କ୍ୱାର୍ଡ ରହିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହାସହ ଷ୍ଟେଟ ସେକ୍ଟର ସ୍କିମରେ ୧୯୯ ଜଣ ସ୍କ୍ୱାର୍ଡ ରହିଥିବାବେଳେ ସେଣ୍ଟ୍ରାଲ ସ୍ପନସର୍ଡ ସ୍କିମରେ ୨୧ ଜଣ ଏବଂ କାମ୍ପା (ୱାଇଲ୍ଡ ଲାଇଫ) ଏନ୍‌ପିଭି ସ୍କିମ୍‌ରେ ୧୭୭ ଜଣ ସ୍କ୍ୱାର୍ଡ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ମାଡ଼ି ବସିଲା ଟ୍ରାପ୍ କ୍ୟାମେରା; ଶିମିଳିପାଳରେ ପୁଣି ଧରାପଡିଲେ ୩ ଶିକାରୀ - Poachers Arrested from Similipal

କେଉଁଠି କେତେ ସ୍କ୍ୱାର୍ଡ ରହିଛନ୍ତି ?

ଏପଟେ ସର୍ବାଧିକ ୭୭ ଜଣ ସ୍କ୍ୱାର୍ଡ ରହିଛନ୍ତି ଅନୁଗୁଳ ଡିଭିଜନରେ । ଏହାତଳକୁ ରହିଛନ୍ତି ଭୁବନେଶ୍ବରରେ ଡିଭିଜନରେ ରହିଛନ୍ତି ୬୭ ସ୍କ୍ୱାର୍ଡ ଏବଂ ବାରିପଦା ଡିଭିଜନରେ ୬୪ ସ୍କ୍ୱାର୍ଡ ରହିଛନ୍ତି । ଏହାସହ ସମ୍ବଲପୁରରେ ୫୩ ସ୍କ୍ୱାର୍ଡ, ବ୍ରହ୍ମପୁର ଡିଭିଜନରେ ୪୮ ସ୍କ୍ୱାର୍ଡ ରହିଛନ୍ତି । ସେହିପରି ଭାବରେ ରାଉରକେଲାରେ ୩୬ ସ୍କ୍ୱାର୍ଡ, କୋରାପୁଟରେ ୧୬ ସ୍କ୍ୱାର୍ଡ, ଭବାନୀପାଟଣାରେ ୩୫ ସ୍କ୍ୱାର୍ଡ ଏବଂ ଅନୁଗୁଳ ଡିଭିଜନରେ ୧୦ ଜଣ ସ୍କ୍ୱାର୍ଡ ରହିଥିବା ଚିଠିରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.