ETV Bharat / state

ଫେବୃଆରୀ ୨ରୁ ରାଜ୍ୟ କବାଡି ଚମ୍ପିୟାନସିପ୍‌, ଭାଗ ନେବେ 800 ପ୍ରତିଯୋଗୀ - 71ତମ କବାଡି ଚମ୍ପିୟାନସିପ

Senior State Kabaddi Championship: ଓଡ଼ିଶା କବାଡ଼ି ଆସୋସିଏସନ୍‌ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୭୧ତମ ବରିଷ୍ଠ ରାଜ୍ୟ କବାଡ଼ି ଚମ୍ପିଆନସିପ୍ । ଉଭୟ ପୁରୁଷ ଓ ମହିଳା ବିଭାଗରେ 28ଟି ଜିଲ୍ଲା ଓ 6ଟି ୟୁନିଟ ସହ ପ୍ରାୟ 800 ପ୍ରତିଯୋଗୀ ଭାଗ ନେବେ । ଅଧିକ ପଢ଼ନ୍ତୁ

ରାଜ୍ୟ କବାଡ଼ି ଚମ୍ପିଆନସିପ୍
ରାଜ୍ୟ କବାଡ଼ି ଚମ୍ପିଆନସିପ୍
author img

By ETV Bharat Odisha Team

Published : Jan 28, 2024, 5:38 PM IST

ରାଜ୍ୟ କବାଡ଼ି ଚମ୍ପିଆନସିପ୍

କଟକ: ଓଡ଼ିଶା କବାଡ଼ି ଆସୋସିଏସନ୍‌ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୭୧ତମ ବରିଷ୍ଠ ରାଜ୍ୟ କବାଡ଼ି ଚମ୍ପିଆନସିପ୍ (ପୁରୁଷ ଓ ମହିଳା) । ଏହା ଆସନ୍ତା ଫେବୃୟାରୀ ୨ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ । ଏଥିରେ ଉଭୟ ପୁରୁଷ ଓ ମହିଳା ବିଭାଗରେ 28ଟି ଜିଲ୍ଲା ଓ 6ଟି ୟୁନିଟ ସହ ପ୍ରାୟ 8 ଶହ ପ୍ରତିଯୋଗୀ ଭାଗ ନେବେ ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, କଟକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଓ ବାରବାଟୀ କବାଡ଼ି କ୍ଲବ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି 71ତମ ବରିଷ୍ଠ ରାଜ୍ୟ କବାଡ଼ି ଚମ୍ପିଆନସିପ୍ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବିଭିନ୍ନ ଅଫିସିଆଲ୍ କ୍ରୀଡ଼ା ସଂଘରୁ ଓଡ଼ିଶା ପୋଲିସ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର, ସୋଆ ବିଶ୍ୱବିଦ୍ୟାଳୟ, ହାଇଟେକ୍ ଗ୍ରୁପ୍ ଶିକ୍ଷାନୁଷ୍ଠାନ, କିଟ୍ ବିଶ୍ଵବିଦ୍ୟାଳୟ ଓ ପୂର୍ବତଟ ରେଳବାଇର ୮୦୦ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିବେ । ଏହି ରାଜ୍ୟ ଚମ୍ପିଆନସିପ୍‌ରେ ୧୨୦ ଜଣ ପ୍ରଶିକ୍ଷକ, ୮୦ ଜଣ ଅଫିସିଆଲ ଓ ବୈଷୟିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ କବାଡ଼ି ଖେଳାଳୀ ଓ ବିଭିନ୍ନ ଜିଲ୍ଲାର ଦକ୍ଷ ପ୍ରଶିକ୍ଷକମାନେ ମଧ୍ୟ ଯୋଗଦେବେ ।

ଏହା ମଧ୍ୟ ପଢ଼ନ୍ତୁ.....ଫେବୃଆରୀ 4ରୁ 73ତମ ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା

ସେପଟେ ରାଜ୍ୟ କବାଡ଼ି ଖେଳରେ ଉତ୍ତମ ପ୍ରଶିକ୍ଷଣ ଦେଇ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି କରିଥିବା ଜଣେ ଶ୍ରେଷ୍ଠ ଓ ଦକ୍ଷ ପ୍ରଶିକ୍ଷକଙ୍କୁ ‘ଓଡ଼ିଶା କବାଡ଼ି ରତ୍ନ’ ସମ୍ମାନରେ ସମ୍ମାନିତ କରାଯିବ ଏବଂ ଜିଲ୍ଲା ଓ କ୍ରୀଡ଼ା ସଂଘ ଦଳ ମଧ୍ୟରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଜଣେ ଲେଖାଏ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ‘ଓଡ଼ିଶା କବାଡ଼ି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି ଓଡ଼ିଶା କବାଡ଼ି ଆସୋସିଏସନର ସଭାପତି ।

ତେବେ ଓଡ଼ିଶା କବାଡ଼ି ଆସୋସିଏସନ୍ ପକ୍ଷରୁ ଓସିଏ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଂପାଦକ ଅଜୟ କୁମାର ବେହେରା କହିଛନ୍ତି ଯେ, ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳାଳୀ ଚୟନ ପାଇଁ ରାଜ୍ୟ କବାଡ଼ି ଆସୋସିଏସନ ପକ୍ଷରୁ ଏକ ବିଚାରକମଣ୍ଡଳୀ ଗଠନ କରାଯାଇଛି । ଏହି ପ୍ରତିଯୋଗିତାରୁ ଓଡ଼ିଶା ବରିଷ୍ଠ ପୁରୁଷ ଓ ବରିଷ୍ଠ ମହିଳାବର୍ଗରୁ ଦକ୍ଷ ଖେଳାଳିମାନଙ୍କୁ ଚୟନ କରାଯିବ । ସେମାନଙ୍କୁ ସ୍ଵତନ୍ତ୍ର ତାଲିମ ପ୍ରଦାନ କରାଯିବା ପରେ ସେମାନେ ଆଗାମୀ ଜାତୀୟ ଚମ୍ପିଆନସିପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଆଗାମୀ ଦିନରେ ପ୍ରସ୍ତାବିତ ଓଡ଼ିଶା ପ୍ରୋ-କବାଡ଼ି ଲିଗ୍ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା କରାଯିବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.