ETV Bharat / state

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହେଲା ଦେଶଫାଲ ଲୋକ ମହୋତ୍ସବ - Deshfaal mahotsav - DESHFAAL MAHOTSAV

Deshfaal Mahotsav: ସୁବର୍ଣ୍ଣପୁରରେ ପଞ୍ଚମ ଦେଶଫାଲ ମହୋତ୍ସବ-୨୦୨୪ ଉଦଘାଟିତ ହୋଇ ଯାଇଛି । 3 ଦିନ ଧରି ଚାଲିବ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ ।

Deshfaal Mahotsav
Deshfaal Mahotsav
author img

By ETV Bharat Odisha Team

Published : Mar 24, 2024, 11:50 AM IST

Deshfaal Mahotsav

ସୁବର୍ଣ୍ଣପୁର: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପଞ୍ଚମ ଦେଶଫାଲ ମହୋତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି । ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ତିନିଦିନ ଧରି ଆୟୋଜିତ ହେବ ଏହି ମହୋତ୍ସବ । ପ୍ରଥମ ଦିନ ଦର୍ଶକମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ରହି ଦର୍ଶକମାନେ ନୃତ୍ୟ ଓ ଗୀତ ଉପଭୋଗ କରିଥିଲେ ।

ଦେଶଫାଲ ମହୋତ୍ସବର ଉଦଘାଟନ ପୂର୍ବରୁ ଶନିବାର ସକାଳୁ ମା’ କଳାପାଟଙ୍କ ମନ୍ଦିର ପରିସରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ମହୋତ୍ସବର ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ମଶାଲ ଶୋଭାଯାତ୍ରା କଳା ମଣ୍ଡପ ଠାରେ ପହଞ୍ଚିବା ପରେ ପାରମ୍ପାରିକ ରୀତିନୀତିରେ ମଞ୍ଚ ପୂଜାର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରେ ଦେଶଫାଲ୍ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା ।

ଏହି ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନବାଧିକାର କମିଶନ ଓଡିଶା ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାରୀ ଯୋଗ ଦେଇ ଏହାର ଶୁଭ ଉଦଘାଟନୀ କରିଥିଲେ । ଗଡଜାତ ଶାସନ ଅମଳରେ ଏହି ଅଞ୍ଚଳର ଲୋକ ସଂସ୍କୃତି ଓ ଲୋକ କଳା ତାର ଉତ୍କର୍ଷ ଛୁଇଁଥିବା ବେଳେ ଏହାକୁ ବଞ୍ଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ଦିଗରେ ସଭିଏଁ ଯତ୍ନବାନ ହେବାକୁ ସେ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ଭିତରେ ଜିଲ୍ଲାପାଳ ଅନ୍ୟା ଦାସ, ବୀରମହରାଜପୁର ଉପ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇ ଦେଶଫାଲିଆଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ନବରଙ୍ଗପୁରରେ ଜନଜାତି କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲେ ସବ୍ୟସାଚୀ-ଅର୍ଚ୍ଚିତା

ଉଦଘାଟନୀ ଉତ୍ସବ ଶେଷ ହେବା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଗୁଡିକରୁ ଆସିଥିବା ସାଂସ୍କୃତିକ ଦଳସବୁ ଭଳିକି ଭଳି ଲୋକନୃତ୍ୟ ପରିବେଷଣ କରିଥିଲେ । ପଶ୍ଚିମ ଓଡିଶାର ଲୋକବାଦ୍ୟରେ ବଜାଶାଲ ନୃତ୍ୟରେ ଦୁଲୁକି ଉଠିଥିଲା ମହୋତ୍ସବ ପଡିଆ । ଢୋଲ, ନିଶାନ, ତାସା, ମହୁରୀର ଗୁରୁଗମ୍ଭୀର ଧ୍ବନୀ ସାଙ୍ଗକୁ ନୃତ୍ୟଙ୍ଗନାମାନଙ୍କ ବିଭିନ୍ନ ପ୍ରକାରର ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ବିମୋହିତ ହୋଇଥିଲେ ଦର୍ଶକମାନେ । ପାରମ୍ପାରିକ ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା ସହିକ କରମା ଓ ରୁମକୁ ଝୁମାନା ଆଦି ଲୋକନୃତ୍ୟ ପରିବେଷଣ ହୋଇଥିଲା ।

ଏହି ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉପସ୍ଥିତ ଦର୍ଶକମାନେ ବେଶ ମନୋରଂଜନ କରିଥିଲେ । ମହୋତ୍ସବରେ ସାମିଲ ହୋଇଥିବା କଳାକାରମାନେ ବି ବେଶ ଉତ୍ସାହିତ ହୋଇ ନିଜ ନିଜର ଲୋକନୃତ୍ୟ ପରିବେଶଣ କରିଥିବା ବେଳେ ବିଳମ୍ବିତ ରାତି ଯାଏଁ ଅନ୍ତିମ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଦର୍ଶକମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.