ETV Bharat / state

ଆରଟିଇରେ ୪୩ ହଜାର ପିଲାଙ୍କୁ ମାଗଣା ପାଠପଢା ସୁଯୋଗ, ଖର୍ଚ୍ଚ ହେଲାଣି 24 କୋଟିରୁ ଊର୍ଦ୍ଧ୍ୱ

author img

By ETV Bharat Odisha Team

Published : Feb 27, 2024, 10:46 AM IST

Right to Education: ଆର୍‌ଟିଇରେ ୪୩ ହଜାର ପିଲା ମାଗଣାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ୨୦୨୨-୨୩ରେ ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ହାରରେ ସର୍ବାଧିକ ୨୨ ହଜାର ୨୩୯ ଟଙ୍କାରେ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଆଦି ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

Right to Education
Right to Education

ଭୁବନେଶ୍ବର: ରାଜ୍ୟରେ ୨୦୧୦ ମସିହାରୁ ଶିକ୍ଷା ଅଧିକାର ଅଧିନିୟମ (ଆର୍‌ଟିଇ) କାର୍ଯ୍ୟକାରୀ କରାଯାଉଛି । ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଓଡ଼ିଆ/ଇଂରାଜୀ ମାଧ୍ୟମିକ ଘରୋଇ ବିଦ୍ୟାଳୟଗୁଡ଼ିକରେ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ମାଗଣା ନାମଲେଖା ବ୍ୟବସ୍ଥା କରାଯାଇଛି । ଏଥିଲାଗି ୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଥାଏ । ସେମାନଙ୍କୁ ପାଠପଢା କ୍ଷେତ୍ରରେ ମାଗଣାରେ ଶିକ୍ଷାଦାନ ଦିଆଯାଉଛି ।

ଉକ୍ତ ଘରୋଇ ବିଦ୍ୟାଳୟମାନଙ୍କୁ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିପୋଷଣ ଖର୍ଚ୍ଚ ଯୋଗାଇ ଦିଆଯାଉଛି । ତେବେ ବିଗତ ବର୍ଷ ସୁଦ୍ଧା ପ୍ରାୟତଃ ୪୩ ହଜାର ପିଲା ମାଗଣାରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ୨୦୨୨-୨୩ରେ ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ହାରରେ ସର୍ବାଧିକ ୨୨ ହଜାର ୨୩୯ ଟଙ୍କାରେ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଆଦି ଯୋଗାଇ ଦିଆଯାଉଛି । ଯାହାକି ଭାରତର ସର୍ବାଧିକ ପଇସା ପୈଠ କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ ଓଡ଼ିଶା ।

ଏହା ମଧ୍ୟ ପଢନ୍ତୁ- RTEରେ ମାଗଣା ପାଠପଢା ମାମଲା, ବୈଠକ କରି ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ମୁତାବକ, ୨୦୧୪-୧୫ ଠାରୁ ୨୦୨୨-୨୩ ମସିହା ପର୍ଯ୍ୟନ୍ତ ଆର୍‌ଟିଇ ପ୍ରାୟତଃ ୨୪ କୋଟି ୨୯ ଲକ୍ଷ ୪୫ ହଜାର ୨୦୪ ଟଙ୍କା ବେସରକାରୀ ବିଦ୍ୟାଳୟମାନଙ୍କୁ ପ୍ରଦାନ କରିଛି । ତେବେ ଚଳିତ ବର୍ଷ ଆର୍‌ଟିଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏ ପର୍ଯ୍ୟନ୍ତ ୩୪ ହଜାର ୪୪୬ଟି ସଂରକ୍ଷିତ ସ୍ଥାନ ପାଇଁ ୨ ହଜାର ୮୦୫ ବେସରକାରୀ ବିଦ୍ୟାଳୟ ପଞ୍ଜିକରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭ ହଜାର ୨୫୨ ପିଲା ଉକ୍ତ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି । ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ସ୍କୁଲ ଭେରିଫିକେସନ୍‌ ଓ ଛାତ୍ର ଆବେଦନ ପ୍ରକ୍ରିୟା ଜାରି ରହିଛି ।

ଏପଟେ ଅଭିଭାବକ ମହାସଂଘ କହିଛି ଯେ, ଚଳିତ ବର୍ଷ ଆରଟିଇରେ ୨୫ ପ୍ରତିଶତ ମାଗଣା ଶିକ୍ଷାରୁ ବଞ୍ଚିତ ହେବେ ୩୫ ହଜାର ପିଲା । ଏହି ନିଷ୍କ୍ରିୟତା ପାଇଁ ଶିକ୍ଷା ଅଧିକାର ଆଇନ ଯାହାକି ଗରିବ, ଦଳିତ ଓ ଆଦିବାସୀ ଶ୍ରେଣୀର ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ତାହା ଏ ବର୍ଷ ସମ୍ପୂର୍ଣ୍ଣ ଫେଲ୍ ମାରିବାକୁ ଯାଉଛି । ଗତବର୍ଷ ଓଡ଼ିଶା ଅଭିଭାବକ ମହାସଂଘର ଜୋରଦାର ପ୍ରୟାସରେ ୪୨୬୪ ବେସରକାରୀ ସ୍କୁଲ୍ ପଞ୍ଜିକରଣ କରିଥିଲେ । ଏହାର ସିଟ୍ ସଂଖ୍ୟା ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ବ ଥିଲା । ଯାହାଫଳରେ ୧୮ ହଜାରରୁ ଊର୍ଦ୍ଧ୍ବ ପାଖାପାଖି ପିଲା ପଞ୍ଜିକରଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.