ETV Bharat / state

JOB: 'ଜଙ୍ଗଲ ବିଭାଗରେ ୨ ହଜାର ଚାକିରୀ, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି' - Forest Department Review

author img

By ETV Bharat Odisha Team

Published : Sep 6, 2024, 10:54 AM IST

Forest Department Job: ମଣିଷ ଓ ପ୍ରାଣୀ ସଂଘର୍ଷକୁ ରୋକିବାକୁ ଗୁରୁତ୍ଵ । ଜଙ୍ଗଲ ପାରିପାର୍ଶିକ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ଭାବରେ ମିଳିବ ନିଯୁକ୍ତି । ବିଭାଗର ଖାଲିଥିବା ପ୍ରାୟ ୨୦୦୦ ପଦବୀ ଡିସେମ୍ବର ୨୦୨୪ ସୁଦ୍ଧା ପୂରଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ରାଜ୍ୟ ଜଙ୍ଗଲ ବିଭାଗରେ ଖାଲିଥିବା ପ୍ରାୟ ୨୦୦୦ ପଦବୀ ପୂରଣ ହେବ । ଜଙ୍ଗଲ ପାରିପାର୍ଶିକ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ଭାବରେ ମିଳିବ ନିଯୁକ୍ତି । ମଣିଷ ଓ ପ୍ରାଣୀ ମଧ୍ୟରେ ସଂଘର୍ଷକୁ ରୋକିବା ଉପରେ ଗୁରୁତ୍ଵ ଦେଇ ଏପରି ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର ୨୦୨୪ ସୁଦ୍ଧା ୨୦୦୦ ପଦବୀ ପୂରଣ ହେବ। ବାକି ସମସ୍ତ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି (ଗୁରୁବାର) ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ପରାମର୍ଶ ଦେଇଥିଲେ ।

ମଣିଷ ବନ୍ୟଜନ୍ତୁ ଲଢେଇ:-

୨୦୧୯- ୨୦୨୦ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କାରଣ ଯୋଗୁଁ ୪୪୪ଟି ହାତୀ ପ୍ରାଣ ହରାଇଛନ୍ତି । ଏହି ସମୟ ମଧ୍ୟରେ ୭୨୯ ଜଣ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ଜୀବନ ଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରି ମଣିଷ-ପ୍ରାଣୀ ସଂଘର୍ଷ କମାଇବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଏମ୍‌ ।

2 thousand posts of state forest department to be filled soon says chief minister mohan charan majhi
2 thousand posts of state forest department to be filled soon says chief minister mohan charan majhi (ETV BHARAT ODISHA)
ଏହା ମଧ୍ୟ ପଢନ୍ତୁ-Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forest

ବନ କର୍ମଚାରୀଙ୍କ ମନୋବଳ ବଢାଇବ ପ୍ରୋତ୍ସାହନ ରାଶି:-
ନିଜ ଜୀବନ ପ୍ରତି ଥିବା ଭୟକୁ ଭୃକ୍ଷେପ ନକରି ଜଙ୍ଗଲ ଓ ବନଖଣ୍ଡର ସୁରକ୍ଷା କାମରେ ନିୟୋଜିତ ବନ କର୍ମଚାରୀମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ବନୀକରଣ କାର୍ଯ୍ୟକ୍ରମରେ ଗଛ ଗୁଡିକ ଯେପରି ବଞ୍ଚି ରହିବ, ସେଥିପାଇଁ ନିୟମିତ ଭାବରେ ନିରୀକ୍ଷଣ ଜାରି ରଖିବାକୁ" ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପୁରାଣ ହେବ ଖାଲି ଥିବା ପଦବୀ:- ଜଙ୍ଗଲ ବିଭାଗରେ ଖାଲି ଥିବା ପଦବୀ ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ୧୬୭୭ଟି ବନରକ୍ଷୀ ଓ ୩୧୬ଟି ବନପାଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ କରାଯିବ। ବାକିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟ ପଢନ୍ତୁ-Odisha Job Mela: Plus Two ପାସ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ? 8 ଜିଲ୍ଲାରେ ବାହାରିଲା ନିଯୁକ୍ତି, କ୍ଲିକ୍ କରି ଜାଣନ୍ତୁ କିପରି କରିବେ ଆବେଦନ - Zilla Parishad Recruitment 2024

ଏହା ମଧ୍ୟ ପଢନ୍ତୁ-ମୟୂର ପ୍ରେମରେ ରେଞ୍ଜର ସାହେବ, ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଲା ସତ - PEACOCK SPOTTED IN FARMHOUSE

ବର୍ଷ ଶେଷ ସୁଦ୍ଧା ସାଢେ଼ ୪ କୋଟି ଚାରା ଲଗାଯିବ:-
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଏକ ପେଡ୍‌ ମାଆ କେ ନାମ୍’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା “ମେରି ଲାଇଫ ପୋର୍ଟାଲ”ରେ ପଞ୍ଜିକୃତ ହୋଇଥିବା ଚାରା ସଂଖ୍ୟା ୩ କୋଟି ୧୩ ଲକ୍ଷରେ ପହଞ୍ଚିଛି । ଏ ବର୍ଷ ଶେଷ ସୁଦ୍ଧା ସାଢେ ଚାରି କୋଟି ଚାରା ଲଗାଯାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ" ବୋଲି ବୈଠକରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭାବେ "ଚଳିତ ବର୍ଷ ବଜ୍ରପାତକୁ ରୋକିବା ପାଇଁ ୧୯ ଲକ୍ଷ ତାଳ ଗଛ ଜଙ୍ଗଲ ପରିସୀମା ଅଞ୍ଚଳରେ ରୋପଣ କରାଯାଉଛି" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ମଧ୍ୟ ପଢନ୍ତୁ-Ration card: ବିଧାନସଭାରେ ମୋହନ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ - New Ration card By September

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.