ETV Bharat / state

ଦାଦାବଟି ନଦେବାରୁ ଦୁଇ ଭାଇ ଉପରେ ଢାଳିଦେଲେ ଗରମ ତେଲ

Attack For Extortion: ବଟି ନଦେବାରୁ ହୋଟେଲ ମାଲିକ ଉପରେ ଗରମ ତେଲ ଢାଳି ଦେଲେ ଯୁବକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 21, 2024, 2:00 PM IST

ଦାଦାବଟି
ଦାଦାବଟି
ଦାଦାବଟି

ଢେଙ୍କାନାଳ: ଦାଦାବଟି ପାଇଁ ଆତଙ୍କରାଜ । ଭଲରେ ଭଲରେ ବଟି ନଦେଲେ ପରିସ୍ଥିତି ହୋଇଯାଉଛି ଭୟାନକ । ଦାଦାଗିରି ଦେଖାଇ ଦୁର୍ବୃତ୍ତ କରୁଛନ୍ତି ଦେହ ଥରିଗଲା ପରି ଉନ୍ମତ୍ତକାଣ୍ଡ । ବଟି ନଦେବାରୁ ହୋଟେଲ ମାଲିକ ଉପରେ ଢାଳିଦେଲେ ଗରମ ତେଲ । ତେଲରେ ପୋଡିହୋଇ ହୋଟେଲ ମାଲିକ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି ।ଏଭଳି ଏକ ଗୁଣ୍ଡାରାଜ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ସହରରେ । ଯାହାକୁ ନେଇ ସାରା ସହରରେ ଭୟର ବାତାବରଣ ଖେଳିଯାଇଛି । ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ( ମଙ୍ଗଳବାର) ବିଳମ୍ବିତ ରାତିରେ ଢେଙ୍କାନାଳ ସହର ବାଜିଚୌକ ଅଞ୍ଚଳର ଜଣେ ଯୁବକ ରାମେଶ୍ୱରପୁର ଅଞ୍ଚଳରେ ଥିବା ଖୁସି ନାମକ ଏକ ଢାବାରେ ପଶି ଢ଼ାବା ମାଲିକଙ୍କୁ ଦାଦାବଟି ମାଗିଥିଲେ । ସେହି ସମୟରେ ଢାବା ମାଲିକ ତେଲ କଢ଼ାଇରେ କୌଣସି ଖାଦ୍ୟ ଛାଣୁ ଥିଲେ l ଢ଼ାବା ମାଲିକ ଜଣକ ଦାଦାବଟି ଦେବାକୁ ମନା କରିଦେଇଥିଲେ l ମାଲିକ ବଟି ନଦେବାରୁ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ କାଡେଇରେ ଫୁଟୁଥିବା ଗରମ ତେଲକୁ ନେଇ ହୋଟେଲ ମାଲିକ ଦୁଇ ଭାଇଙ୍କ ଉପରକୁ ଢାଳି ଦେଇଥିଲା । ଫଳରେ ଗରମ ତେଲରେ ପୋଡିହୋଇ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଭାଇଙ୍କ ଶରୀରର ବିଭିନ୍ନ ଅଂଶ ଗରମ ତେଲରେ ପୋଡି ହୋଇଯାଇଛି l

ଏହା ମଧ୍ୟ ପଢ଼ନ୍ତୁ....ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ, ପ୍ରତିବାଦରେ ୬ ଘଣ୍ଟିଆ ବଜାର ବନ୍ଦ

ତେବେ ଗୁରୁତର ଦୁଇ ଭାଇ ଲାଲା ଅଶ୍ୱିନୀ ସିଂ ଓ ଲାଲା ସୁନୀଲ ସିଂ ବୋଲି ଜଣାପଡିଛି । ସେପଟେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନନ୍ତର କରାଯାଇଛି । କଟକ ଏସସିବିରେ ଦୁଇ ଭାଇଙ୍କ ଚିକିତ୍ସା ଚାଲିଛି l ଏପରି ଉନ୍ମତ୍ତ କାଣ୍ଡ ଘଟାଇ ଅଭିଯୁକ୍ତ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏ ସମ୍ପର୍କରେ ଆହତଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍‌ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.