ETV Bharat / state

ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ, 2 ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Mar 16, 2024, 12:44 PM IST

Bomb hurled to business man Vehicle: ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ । ଅଧିକ ପଢନ୍ତୁ

bomb attack case
bomb attack case
bomb attack case

ଢେଙ୍କାନାଳ: ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ଘଟଣା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ସହରର ଗୁପ୍ତିନଗର ସାହିର ଅନିଲ କୁମାର ନାୟକ ଏବଂ ଅନନ୍ତପୁର ସାହିର ସୌମ୍ୟରଞ୍ଜନ ନାୟକ। ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସାଇବିହାର ସାରଙ୍ଗଧର ଷ୍ଟାଡିୟମ୍ ପଛପଟେ ଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କୁ ଦାଦା ବଟି ମାଗିଥିଲେ ଦୁର୍ବୃତ୍ତ । ଦାଦା ବଟି ନ ଦେବାରୁ ଗତ ୧୩ ତାରିଖରେ ସରୋଜଙ୍କ ଫରଚ୍ୟୁନର କାର ଏବଂ ପିକଅପ ଭ୍ୟାନ ଉପରେ ବୋମା ମାଡ଼ କରିଥିଲେ । ବୋମାମାଡରେ ପିକଅପ ଭ୍ୟାନ ଗାଡିଟି ଜଳି ଯାଇଥିଲା । ଏହାସହ ନିକଟରେ ଥିବା ତାଙ୍କ ଫରଚ୍ୟୁନର କାରର ଡାହାଣପଟ କାଚ ଭାଙ୍ଗି ଯାଇଥିଲା । ଦୁର୍ବୃତ୍ତମାନେ ୭ରୁ ଅଧିକ ବୋମାମାଡ କରିଥିବା CCTVରୁ ଜଣାପଡିଥିଲା । ଫଳରେ ଗାଡି ଜଳିଯିବା ସହିତ ୮୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରଥିଲେ ମଧ୍ୟ ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜଳିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ

ଏହା ମଧ୍ୟ ପଢନ୍ତୁ- ସାମାନ୍ୟ ବଚସାକୁ ନେଇ ଖୋର୍ଦ୍ଧାରେ ବୋମାମାଡ଼, ୨ ଆହତ

ତେବେ ଏହି ଘଟଣାକୁ ନେଇ ବ୍ୟବସାୟୀ ଜଣକ ଥାନାରେ ଏତଲା ଦେବା ପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଆଧାରରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ବୟଙ୍କୁ ଧରିଥିଲେ । ଏଥିସହ ଅଭିଯୁକ୍ତଙ୍କ ଠାରୁ ୫ ଟି ଅଫୁଟା ବୋମା ସହ ଅପରାଧରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏନେଇ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ସ୍ନେହାଶିଷ ସାହୁ । ତେବେ ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ । ଆଉ ବୋମା ପଡିବାର ଶବ୍ଦ ଶୁଣି ସମସ୍ତେ ଆସି ବାହାରକୁ ଦେଖିବାରୁ ଜାଣିବାକୁ ପାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.