ETV Bharat / state

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ 163ତମ ଜୟନ୍ତୀ: ଅଧ୍ୟବସାୟ ବଳରେ ହାରି ମାନିଥିଲା ଦାରିଦ୍ର୍ୟତା, ଓଡ଼ିଆ ସାହିତ୍ୟରେ ଛାଡି ଯାଇଛନ୍ତି ଅମ୍ଲାନ ଛାପ - Birth Anniversary Gangadhar meher - BIRTH ANNIVERSARY GANGADHAR MEHER

Story Of Gangadhar Meher: ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ । ସେହି ମହାନ ବରପୁତ୍ର ସ୍ବଭାବ କବି ଗଙ୍ଗାଧର ମେହେରଙ୍କୁ ଝୁରିଛି ଓଡ଼ିଶା । ଓଡିଆ ସାହିତ୍ୟକୁ ତାଙ୍କ ଅବଦାନ ଚିରସ୍ମରଣୀୟ । ଆଜି 163ତମ ଜୟନ୍ତୀରେ ସ୍ବଭାବ କବିଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା ।

ସ୍ବଭାବ କବି ଗଙ୍ଗାଧର ମେହେର
ସ୍ବଭାବ କବି ଗଙ୍ଗାଧର ମେହେର (ETV Bharat Odisha)
author img

By ETV Bharat Odisha Team

Published : Aug 19, 2024, 6:06 PM IST

Updated : Aug 19, 2024, 6:14 PM IST

ବରଗଡ: ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ । ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଯେଉଁ କେତେକ ଆଗଧାଡିର ସାହିତ୍ୟକ ଥିଲେ ସେମାନଙ୍କ ମଧ୍ୟରେ ଆଗରେ ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର । ଆଜି ସେହି ମହାନ ବ୍ୟକ୍ତିତ୍ବ ଓଡିଶାର ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ତାଙ୍କ ଲେଖନୀ ମୁନରୁ ଝରି ପଡୁଥିବା ଅକ୍ଷର ସବୁ ଓଡିଶା ସାହିତ୍ୟର ଅମ୍ଲାନ କୀର୍ତ୍ତି ହୋଇରହିଛି । ସେ ତାଙ୍କ କାବ୍ୟ କବିତା ପାଇଁ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଥିବାବେଳେ ଏବେ ମଧ୍ୟ ମଧ୍ୟ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ ଚଳିତ ବର୍ଷ ତାଙ୍କର 163ତମ ଜୟନ୍ତୀ ପାଇଁ ଓଡ଼ିଶା ସାରା ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଏଥିପାଇଁ କବିଙ୍କ ଜନ୍ମ ପୀଠ ବରପାଲି ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି ।

ସ୍ବଭାବ କବି ଗଙ୍ଗାଧର ମେହେର (ETV Bharat Odisha)

ବରପାଲିର ବରପୁତ୍ର:

୦୯.୦୮.୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଗଙ୍ଗାଧର ମେହେରଙ୍କ ଜନ୍ମ । ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରପାଲି ଗ୍ରାମର ଏକ ଗରିବ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ଯେ କେବେ କବି ହୋଇ ପୂଜା ପାଇବେ ତାହା କେହିବି ଭାବି ନଥିଲେ । କାରଣ ଗଙ୍ଗାଧରଙ୍କ ପିତା ଚୈତନ୍ୟ ମେହେର ଓ ମାଆ ସେବତୀ ଦେବୀ ଗରିବ ଥିବାରୁ ଗଙ୍ଗାଧର ଉଚ୍ଚ ଶିକ୍ଷା ଗ୍ରହଣ କରିପାରି ନଥିଲେ । ତଥାପି ସ୍ବଳ୍ପ ଶିକ୍ଷା ଲାଭ କରିଥିବା ଗଙ୍ଗାଧର ନିଜସ୍ବ ଅଧ୍ୟବସାୟ ବଳରେ ଓଡିଆ ଓ ସଂସ୍କୃତ ଭାଷାରେ ହାସଲ କରିପାରିଥିଲେ ବିଚକ୍ଷଣ ପ୍ରତିଭା ।

ସ୍ବଭାବ କବି ଗଙ୍ଗାଧର ମେହେର
ସ୍ବଭାବ କବି ଗଙ୍ଗାଧର ମେହେର (ETV Bharat Odisha)

ଯୁଗ ଯୁଗ ପାଇଁ ମନେ ରହିବ ଗଙ୍ଗାଧର ମେହେରଙ୍କ ଅମ୍ଲାନ ଲେଖନୀ:

ଆଧୁନିକ ଶ୍ରେଣୀରେ ସେ ନିଜ ଲେଖନୀ ମୁନରୁ ଇନ୍ଦୁମତି କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟରେ ନିଜକୁ ପ୍ରତିଷ୍ଠା କରିବା ପରେ ଅଯୋଧ୍ୟା ଦୃଶ୍ୟ, ତପସ୍ବନୀ, ପ୍ରଣୟ ବଲ୍ଲରୀ ଭଲି କାବ୍ୟ ରଚନା କରି ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲେ । ଏଥି ମଧ୍ୟରୁ ‘ତପସ୍ୱିନୀ’ କାବ୍ୟ ପାଇଁ ସର୍ବାଧିକ ଲୋକପ୍ରିୟ ହୋଇପାରି ଥିବାବେଳେ ‘ଅର୍ଘ୍ୟଥାଳି’ ହେଉଛି ତାଙ୍କର ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ । କବିଙ୍କ ଲେଖାରେ ପ୍ରକୃତିର ବାହ୍ୟରୂପକୁ ଯେମିତି କଳାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି ଅନ୍ତରୂପକୁ ମଧ୍ୟ ଅଧିକ ବର୍ଣ୍ଣନା କରିଛନ୍ତି । ସେଥିପାଇଁ ତ ସେ ସ୍ବଭାବ କବିର ମାନ୍ୟତା ପଇଥିବା ବେଳେ ଆଜି ମଧ୍ୟ ସେ କବିତା ମଧ୍ୟରେ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ କବିଙ୍କ ଲେଖନୀରେ କେବଳ ଆଦର୍ଶ ଯେ ଉଚ୍ଚସ୍ଥାନ ପାଇଛି ତା ନୁହେଁ । ସେ ମାନବିକତା ର ମଧ୍ୟ ଜୟଗାନ କରିଛନ୍ତି ।

ନିଜ ମାତୃଭୂମି କବିତାରେ ସେ ଲେଖିଥିଲେ , “ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ” ତେବେ ସ୍ବଭାବ କବିଙ୍କ କବିତା ଯେତିକି ସୁନ୍ଦ, ତାଙ୍କ ଜୀବନ ଶୈଳି ବି ଥିଲା ବେଶ ଉଚ୍ଚକୋଟିର । ତାଙ୍କର ଚାଲିଚଳଣି, କଥାବାର୍ତ୍ତା, ଆଚାର ବ୍ୟବହାର ଥିଲା ସମସ୍ତଙ୍କ ପାଇଁ ଆଦରଣୀୟ ଏବଂ ଗ୍ରହଣୀୟ । ସେଥିପାଇଁ ସେ କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ବନ୍ଦନୀୟ ।

ଆର୍ଥିକ ଅନାଟନରେ କଟିଥିଲା ଜୀବନ:

ସ୍ବଭାବ କବି ଗଙ୍ଗାଧରଙ୍କ ଜୀବନ କଟିଥିଲା ବହୁତ ଅଭାବ ଅନାଟନ ମଧ୍ୟରେ । ତା ସତ୍ତ୍ବେ ମଧ୍ୟ ସାମାଜିକ ଜୀବନରେ ସେ ଥିଲେ ବେଶ ଅଗ୍ରଣୀ । ନିଜର ଜୀବନ କାଳରେ ସେ ଅମିନ ଭାବେ କାର୍ଯ୍ୟ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ପଦ୍ମପୁର, ବିଜେପୁର ରେ ବହୁଦିନ ବସବାସ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ସେ ପରିବାରର ସମସ୍ତଙ୍କୁ ବାନ୍ଧି ରଖିଥିଲେ ସ୍ନେହ ପ୍ରେମ ପରିବେଶରେ । ଯାହା ଏବେ ବି ତାଙ୍କ ପରିବାରରେ ପରିଲକ୍ଷିତ ହୋଇ ରହିଥିବା ବେଳେ କବିପୁତ୍ର ଭଗବାନ ମେହେରଙ୍କ ଠାରୁ ଆରମ୍ଭ କରି ମଣିନ୍ଦ୍ର ମେହେର ଓ ତପସ୍ବିନୀ ମେହେର ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ପ୍ରତି ରହିଛି ସମସ୍ତଙ୍କର କିଛି ନା କିଛି ଅବଦାନ । ବର୍ତ୍ତମାନ ଗଙ୍ଗାଧର ନାହାନ୍ତି ସତ କିନ୍ତୁ ଏବେ ମଧ୍ୟ କବିଙ୍କ ବ୍ୟବହୃତ ଲୁଗାବୁଣା ମଙ୍ଗା, କଠଉ, ଧୋତି, କୁର୍ତ୍ତା , କୋର୍ଟ, ଲେଖନି ଦୁଆତ ଏବଂ ବିଭିନ୍ନ କବିଙ୍କ ଚିଠିପତ୍ର ସହ କବିଙ୍କ ଲିଖିତ କବିତା ଗୁଡିକ ସଂଗ୍ରହିତ କରି ରଖିଛନ୍ତି ପରିବାର ବର୍ଗ ବରପାଲି ସ୍ଥିତ ଗଙ୍ଗାଧର ସ୍ମୃତି ଭବନ ଠାରେ ।

ବାସଭବନ ପାଲଟିଛି ସଂଗ୍ରହାଳୟ:

୧୯୬୯ ମସିହାରୁ କବିଙ୍କ ଜନ୍ମସ୍ଥାନ ବରପାଲି ସ୍ଥିତ ବାସଭବନକୁ ଓଡ଼ିଶା ସରକାର ନିଜ ଅଧିନରେ ନେଇ ଏକ ସଂଗ୍ରହାଳୟ ରେ ପରିଣତ କରିଥିବାବେଳେ ତାର ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି । ସେଠାକୁ ପ୍ରତିଦିନ ବହୁ ସାହିତ୍ୟିକ, ପର୍ଯ୍ୟଟକ ଓ ଗବେଷକ ମାନେ ଆସି ସ୍ବଭାବ କବିଙ୍କ ଜୀବନଧାରଣା ଉପରେ ଜାଣିପାରୁ ଥିବା ବେଳେ ସ୍ବଭାବ କବିଙ୍କ କବିତା ପାଠକରିବାର ସୌଭାଗ୍ୟ ଲାଭ କରୁଛନ୍ତି । ସେହିପରି ବରପାଲି - ବଲାଙ୍ଗୀର ରାସ୍ତାରେ ରହିଛି କବିଙ୍କ ସମାଧି ପୀଠ ଏବଂ ରାସ୍ତାକଡରେ ଦଣ୍ଡାୟମାନ ହୋଇ ରହିଛି ସ୍ବଭାବ କବିଙ୍କ ବିରାଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା କବିଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ପୀଠ ଗୁଡିକ ଉତ୍ସବ ମୁଖରିତ ହୋଇ ଉଠିଥାଏ ।

ଜନ୍ମଜୟନ୍ତୀ ପାଇଁ ଉତ୍ସବ ମୁଖର ଜନ୍ମମାଟି:

ଚଳିତ ବର୍ଷ ମଧ୍ୟ ଗଙ୍ଗାଧରଙ୍କ ୧୬୩ ତମ ଜନ୍ମଦିବସ ପାଇଁ ବରଗଡ ଜିଲ୍ଲା ବରପାଲି ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ଏହାକୁ ନେଇ ପରିବାର ଲୋକଙ୍କ ସହ କବି ସାହିତ୍ୟିକ ଓ ବରପାଲି ବାସୀ ବେଶ ଉତ୍ସାହିତ ଅଛନ୍ତି । ସେଥିପାଇଁ ତ ବହୁ ସାହିତ୍ୟିକ, ଗବେଷକ ଓ କବିଙ୍କ ସୁଅ ଛୁଟିଛି ବରପାଲି ସ୍ଥିତ କବି ଭବନକୁ । ଅନ୍ୟପଟେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଭୋରରୁ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ମୁଁ ତ ଅମୃତ ସାଗର ବିନ୍ଦୁ...

ଅଧ୍ୟାପକ ସୁଶାନ୍ତ ମିଶ୍ର କୁହନ୍ତି, ଗଙ୍ଗାଧର ଜୀବନ ବ୍ୟାପି ନିର୍ଜାପନା ସହି ମଧ୍ୟ ନିର୍ବିକାର ଅଟନ୍ତି । ସେ ମାଟିରେ ଥାଇ ମଧ୍ୟ ଆକାଶକୁ ଦେଖି ପାରିଛନ୍ତି । ସେ ବିଶ୍ବକୁ ମଧୁ ବୋଲି କହିଛନ୍ତି । ସେ ପ୍ରତ୍ୟେକ କବିତାରେ ମଧୁମୟର ବାର୍ତ୍ତା ଦେଇଛନ୍ତି । ଗର୍ବ ଅହଂଙ୍କାରକୁ ପ୍ରତ୍ୟାକ୍ଷାନ କରିଛନ୍ତି । କବି ଲେଖିଥିଲେ ମୁଁ ତ ଅମୃତ ସାଗରର ବିନ୍ଦୁ... ନଭେ ଉଠିଥିଲି ତେଜି ସିନ୍ଧୁ । ଏଠି ଗଙ୍ଗାଧର ମେହେର ମୁଁ କଥା କହିଛନ୍ତି । କିନ୍ତୁ ଆମେ ସାଧାରଣତଃ ମୁଁ କଥା କହିଲେ ଅହଂକାର ବୁଝିଥାଉ । ମୋ ମୋଟି, ମୋ ସ୍ବାଭିବାନ, ମୁଁ ତ ଅମୃତସାଗର ବିନ୍ଦୁ । ଏସବୁ କଥା ଗଙ୍ଗାଧର କାବ୍ୟ କବିତାରେ ପ୍ରତିଫଳିତ ହୋଇଛି ।

ସେହିପରି ଅଭିମନ୍ୟୁ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଅଶୋକ ପୂଝାରି କହିଛନ୍ତି, ‘ଗଙ୍ଗାଧର ମେହେରଙ୍କ ଜୀବନ ଆଦର୍ଶ ଏବଂ ସାହିତ୍ୟ ଆଦର୍ଶ ଯେଉଁସ୍ତରକୁ ପହଞ୍ଚିଛି କବି ଅମୃତମୟ କାବ୍ୟ ସୃଷ୍ଟି କରିଛି । ଏହା ସାରା ବିଶ୍ବ ଲାଗି ଏକ ବିସ୍ମୟକର କଥା ।’

ଏହା ମଧ୍ୟ ପଢନ୍ତୁ: ସ୍ବଭାବ କବିଙ୍କୁ ଭୁଲିଗଲା ପ୍ରଶାସନ, ଶୁଖିଲା ଫୁଲମାଳରେ ରହିଗଲେ ଗଙ୍ଗାଧର ମେହେର

ଇଟିଭି ଭାରତ, ବରଗଡ

Last Updated : Aug 19, 2024, 6:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.