ETV Bharat / state

ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ - FREE CHOCING FOR COMPETITIVE EXAM

author img

By ETV Bharat Odisha Team

Published : Sep 10, 2024, 9:46 PM IST

କମ୍ପିଟେଟିଭ ପରୀକ୍ଷା ପାଇଁ ମାଗଣା କୋଚିଂ ନେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କଲେଜରେ ଦିଆଯିବ ଅନଲାଇନ କୋଚିଂ ।ଗଣିତ ଓ ଇଂରାଜୀରେ ହେବେ ଦକ୍ଷ । ଅଧିକ ପଢନ୍ତୁ

ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ
ସହଜ ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଯୁକ୍ତ ଦୁଇ ପିଲା ନେବେ ମାଗଣା କୋଚିଂ (ETV Bharat Odisha)

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ଅନ-ଲାଇନ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ଦିଆଯିବ । ଏନେଇ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଏକାଡେମିକ ସପୋର୍ଟ ପ୍ରୋଗ୍ରାମ’ । ଠିକ୍ ଯେପରି ମାଗଣା ନିଟ୍‌ ଓ ଜେଇଇ ମେନ କୋଚିଂ ଦିଆଯାଉଥିଲା ସେହିଭଳି ଏହି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇ ପିଲାଙ୍କୁ ଅନ-ଲାଇନ ମାଧ୍ୟମରେ କୋଚିଂ ଦିଆଯିବ ।

କେଉଁମାନେ ନେଇପାରିବେ ମାଗଣା କୋଚିଂ
:-

ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦେଶକ ରଘୁରାମ ଆୟର କହିଛନ୍ତି, ‘ନିଟ-ୟୁଜି’ ଏବଂ ‘ଜେଇଇ’ ମାଗଣା କୋଚିଂ କାର୍ଯ୍ୟକ୍ରମ ପରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହା ହେଉଛି ଦ୍ବିତୀୟ ପଦକ୍ଷେପ । ନିଟ-ୟୁଜି, ଜେଇଇ କୋଚିଂ କେବଳ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏହି କାର୍ଯ୍ୟକ୍ରମ କିନ୍ତୁ ସମ୍ପୂର୍ଣ୍ଣ ସମସ୍ତ ବିଭାଗର ପିଲାଙ୍କ ପାଇଁ କରାଯାଇଛି । ଏହି ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ପାଇଁ ବିଶେଷ ଭାବରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ସମେତ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଏକ୍ସପର୍ଟ ଫ୍ୟାକଲ୍ଟି ପଢ଼ାଇବେ । କେବଳ ଏତିକି ନୁହେଁ, ପ୍ରତି ସପ୍ତାହରେ କିମ୍ବା ମାସକୁ ଥରେ ଲେଖାଏଁ ପରୀକ୍ଷା ମଧ୍ୟ କରାଯିବ । ପ୍ରତ୍ୟେକ ଶୁକ୍ରବାରରେ ହିଁ ପରୀକ୍ଷା କରାଯିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏହାକୁ ଲାଗୁ କରାଯିବ ।

କେଉଁଠାରେ କରିବେ ଅନଲାଇନ କ୍ଲାସ:-

"ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ମାନେ ନିଜର ସ୍ମାର୍ଟ କ୍ଲାସରୁମକୁ ପ୍ରସ୍ତୁତ କରିବେ। ଯେଉଁଠାରେ ସ୍ମାର୍ଟ କ୍ଲାସ ରୁମ୍ ନାହିଁ ସେମାନେ ମୋବାଇଲ ମାଧ୍ୟମରେ ଅନଲାଇନ କ୍ଲାସ କରିପାରିବେ। ଏହା ଛଡ଼ା ୱେବ୍ ପୋର୍ଟାଲ ରେ ମଧ୍ୟ କ୍ଲାସ ର ଭିଡିଓ ଯୋଗାଇ ଦିଆଯାଉଛି" ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦେଶକ ରଘୁରାମ ଆୟର ।

ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲା ହେବେ ଦକ୍ଷ:-
"ମାଗଣା କୋଚିଂ ନେଇ ପିଲାମାନେ ନିଯୁକ୍ତି ଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା ହେଉ କିମ୍ବା ଉଚ୍ଚ ଶିକ୍ଷା ପାଇଁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ କୋଚିଂ ନେବେ । ଯାହା ଫଳରେ ପିଲାଙ୍କର ବୌଦ୍ଧିକ ବିକାଶ ହେବ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଦକ୍ଷ ହୋଇପାରିବେ" ବୋଲି କହିଛନ୍ତି ନିର୍ଦେଶକ ।

କେବେ ଠାରୁ ଆରମ୍ଭ ହେବ ମାଗଣା କୋଚିଂ:-

ବିଶେଷ ଭାବରେ ଏହି କୋଚିଂ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶୋଳୟ ପକ୍ଷରୁ ଏକ୍ସପର୍ଟ ଚୟନ ଶେଷ ହୋଇଛି । ଆସନ୍ତା ୧୨ ତାରିଖରୁ ଏହାର ଦିଗଦର୍ଶନ କ୍ଲାସ ଆରମ୍ଭ ହେବ। ଏଥିରେ ପିଲାଙ୍କୁ ଏହି କୋଚିଂର ଆଭିମୁଖ୍ୟ, ପାଠ୍ୟକ୍ରମ ଆଦି ବିଷୟରେ ଅବଗତ କରାଯିବ। ତେବେ ଆସନ୍ତା ୧୭ ତାରିଖ ଠାରୁ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ ହେବ। ପ୍ରତି ସପ୍ତାହରେ ୪ ଦିନ ଏହି କୋଚିଂ ପ୍ରଦାନ କରାଯିବ। ଅପରାହ୍ନ ୨ ଟାରୁ ସାଢ଼େ ୩ ଟା ଯାଏ ଅନଲାଇନ କ୍ଲାସ କରାଯିବ। ବିଶେଷ ଭାବରେ ଇଂରାଜୀ, ପରିମାଣିକ ଦକ୍ଷତା, ସାଧାରଣ ଜ୍ଞାନ, ରିଜିଓନିଂ ଆଦି ବିଷୟ ଗୁଡ଼ିକ ପଢ଼ାଯିବ ।

ପିଲାମାନେ କିଭଳି ପାଇବେ ମାଗଣା କୋଚିଂର ସୁଯୋଗ:-

ନିର୍ଦ୍ଦେଶକ ରଘୁରାମ ଆୟର ଆହୁରି ମଧ୍ୟ କହିଛନ୍ତି,"ଜଣେ ଏକ୍ସପର୍ଟ ସ୍ଥିରୀକୃତ ସ୍ଥାନରେ ଭର୍ଚୁଆଲ ମାଧ୍ୟମରେ ପାଠ ପଢ଼ାଇବେ । କଲେଜରେ ପିଲାମାନେ ସ୍ମାର୍ଟ କ୍ଲାସ ରୁମରେ ଲାଗିଥିବା ଡିଜିଟାଲ ସ୍କିନରେ ପାଠପଢ଼ିବେ। ତେବେ କ୍ଲାସ ଆରମ୍ଭ ଆଗରୁ ଏକ ଭର୍ଚୁଆଲ ମିଟିଂର ଲିଙ୍କ ଆସିବ। ଏହି ଲିଙ୍କରେ କଲେଜର ଜଣେ ଅଧ୍ୟାପକ ଲଗଇନି କରିବେ। ଏହାପରେ କ୍ଲାସ ଆରମ୍ଭ ହେବ। ଏହି କ୍ଲାସକୁ ଉକ୍ତ ଅଧ୍ୟାପକ ଜଣକ ପରିଚାଳନା କରିବେ। ପ୍ରତିଦିନ କ୍ଲାସ ଭଳି ପିଲାମାନଙ୍କର ମଧ୍ୟ ଉପସ୍ଥାନ ନିଆଯିବ। ଏପରିକି ପିଲାଙ୍କର ଥିବା ଛୋଟ ଦ୍ବନ୍ଦକୁ ଦୂର କରିବେ। ଯଦି କୌଣସି ପିଲାର ଥିବା ଦ୍ବନ୍ଦ ବଡ଼ ହୋଇଥାଏ ତେବେ ଏହାକୁ ନୋଟ କରି ଏକ୍ସପର୍ଟ ଟିମ ପାଖକୁ ପଠାଇବେ। ଏହି ଦ୍ବନ୍ଦକୁ ଏକ ସ୍ବତନ୍ତ୍ର ଡାଉଟ କ୍ଲିୟର କ୍ଲାସରେ ଦୂର କରାଯିବ" ।

ଇଂରାଜୀ ଏବଂ ଗଣିତରେ ପିଲା ଦୁର୍ବଳ:-
"ହାତଗଣତି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ଗଣିତ ଓ ଇଂରାଜୀରେ ଭଲ ପ୍ରଦର୍ଶନ କରୁଛନ୍ତି। ମାତ୍ର ଅନ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ଦୁର୍ବଳ ଅଛନ୍ତି। ଏପରି କିଛି ପିଲାଙ୍କର ପାଖରେ ଜ୍ଞାନ ତଥା ବୁଦ୍ଧି ରହି ମାତ୍ର ସେମାନଙ୍କୁ ସଠିକ ଭାବରେ କୋଚିଂ କିମ୍ବା ଶୈକ୍ଷିକ ସହାୟତା ମିଳୁନଥିବାରୁ ସେମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି। ଯାହା ଫଳରେ ପିଲାମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତ ହେବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।’’

ସହରୀ ପିଲା ମାଗଣା କୋଚିଂ ପାଇଁ ଅମଙ୍ଗ :-
ଯୁକ୍ତ ଦୁଇରେ ପିଲାଙ୍କୁ ଦିଆଯାଉଛି ମାଗଣା କୋଚିଂ । ଯାହା ଫଳରେ ନିଟ୍ ଏବଂ ଜେଇଇ ପରୀକ୍ଷା ସହ ପ୍ରତ୍ୟେକଟି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ । ସେନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ସ୍ଵତନ୍ତ୍ର ପଦକ୍ଷେପ । କିନ୍ତୁ ଦେଖାଯାଉଛି ଯେ, ସହରର ପିଲାମାନେ ମାଗଣା କୋଚିଂରେ ଭଲ ଉପସ୍ଥାନ ନାହିଁ । ଯାହା ଫଳରେ ୧୦୦ ରୁ ୨୦ ପ୍ରତିଶତ ପିଲାମାନେ ମାଗଣା କୋଚିଂ ଅନଲାଇନ କ୍ଲାସ କରୁଛନ୍ତି ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ରଞ୍ଜନ ବଳ । ସେ ଆହୁରି କହିଛନ୍ତି ଯେ, ଯଦି ସରକାର କଲେଜରେ ଅନଲାଇନ କ୍ଲାସ ପରିବର୍ତ୍ତେ ଅଫ-ଲାଇନ କ୍ଲାସ କରନ୍ତେ, ତେବେ ଭଲ ପଦର୍ଶନ ହେବ । ଗାଁ ଅଞ୍ଚଳରେ ପିଲାମାନେ ଭଲ କୋଚିଂ ନଥିବା ବେଳେ ବାଧ୍ୟହୋଇ ସେମାନେ ସରକାରଙ୍କ ମାଗଣା କୋଚିଂ ଉପରେ ନିର୍ଭର କରନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

କେଉଁମାନେ ନେଇପାରିବେ ମାଗଣା କୋଚିଂ:-

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.