ETV Bharat / sports

ମହିଳା ପ୍ରିମିୟର ଲିଗ ଫାଇନାଲ ଫାଇଟ, ଟ୍ରଫି ହାତେଇବା ଲକ୍ଷ୍ୟରେ RCB-DC

author img

By ETV Bharat Odisha Team

Published : Mar 17, 2024, 12:37 PM IST

WPL Final: ଆଜି ଡବ୍ଲୁପିଏଲର ଫାଇନାଲ ମୁକାବିଲା । ଟ୍ରଫି ପାଇଁ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

WPL 2024
WPL 2024

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ ଦ୍ବିତୀୟ ସଂସ୍କରଣର ଆଜି ଫାଇନାଲ ଫାଇଟ । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ । ଟ୍ରଫି ହାତେଇବାକୁ ସ୍ମୃତି ମନ୍ଧାନା ଓ ମେଗ ଲ୍ୟାନିଂଙ୍କ ଦଳ ମଧ୍ୟରେ ହେବ ଜୋରଦାର ଲଢେଇ । ଫାଇନାଲ ଫାଇଟରେ କିଏ ମାରିବ ବାଜି, କାହା ହାତକୁ ଯିବ ଟ୍ରଫି ସେନେଇ ଫ୍ୟାନ୍ସଙ୍କ ମନରେ ଭରି ରହିଛି ଉତ୍ସାହ । ଲିଗ ମ୍ୟାଚ ଓ ପ୍ଲେ ଅଫକୁ ମିଶାଇ ମୋଟ 21ଟି ମ୍ୟାଚ୍‌ ଖେଳାଯାଇଛି । ଆଜି 22ତମ ମୁକାବିଲା ତଥା ଫାଇନାଲ ମ୍ୟାଚ ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

କାହାର ପଲ୍ଲା ରହିବ ଭାରି: ଉଭୟ ଦଳ 8 ଲେଖାଏଁ ଲିଗ ମ୍ୟାଚ ଖେଳି ଫାଇନାଲରେ ପହଞ୍ଚିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ 8ଟି ମ୍ୟାଚରୁ 6ଟିରେ ବିଜୟୀ ହୋଇ 12 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ଆରସିବି 8ଟି ମ୍ୟାଚରୁ 4ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ମ୍ୟାଚ ହିସାବରେ ଯଦି ଦେଖାଯାଏ ତେବେ ଦିଲ୍ଲୀ କ୍ୟାପିଟାଲ୍ସର ପଲ୍ଲା ଆଜି ଭାରି ରହିବ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଫାଇନାଲରେ RCB, 5 ରନରେ ହାରିଲା ମୁମ୍ବାଇ

ଅଧୁରା ସ୍ବପ୍ନକୁ ପୂରଣ ଲକ୍ଷ୍ୟରେ DC: ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବିତୀୟ ଥର ପାଇଁ ମହିଳା ପ୍ରିମିୟର ଲିଗର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସଂସ୍କରଣରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ମୁମ୍ବାଇ ଠାରୁ ପରାଜିତ ହୋଇଥିଲା । ଫଳରେ ଟ୍ରଫି ହାତେଇବାର ସ୍ବପ୍ନ ମଉଳି ଯାଇଥିଲା । ସେହି ଅଧୁରା ସ୍ବପ୍ନକୁ ପୁରା କରିବାକୁ ଆଜି ମେଗ ଲ୍ୟାନିଂ ଦଳ ଜୋରଦାର ପ୍ରୟାସ କରିବ । ଆଜିର ମ୍ୟାଚ ପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି । ଲ୍ୟାନିଂ, ଜେମିମା ରେଡ୍ରିକ୍ସ ଓ ଏଲିସା ପେରୀଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା କରାଯାଉଛି ।

ପ୍ରଥମ ଟାଇଟଲ ଲକ୍ଷ୍ୟରେ RCB: ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗରେ ଫାଇନାଲକୁ ପ୍ରବେଶ କରିଛି ଆରସିବି । ତେଣୁ ଏହାର ଫାଇଦା ଉଠାଇବାକୁ ଦଳ ଜୋରଦାର ପ୍ରସ୍ତୁତି କରିଛି । ପ୍ରଥମ ଥର ଫାଇନାଲରେ ପ୍ରବେଶ ସହ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ବାଙ୍ଗାଲୋର ଦଳ । ସ୍ମୃତି ମନ୍ଧାନାଙ୍କ ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ରହିଛି । ଗତ ଥରର ଚମ୍ପିଆନକୁ ଏଲିମିନେଟରରେ ପରାସ୍ତ କରିଥିବାରୁ ଆଜିର ମ୍ୟାଚ ପାଇଁ ଦଳର ମନୋବଳ ଦୃଢ ରହିଛି । ଦଳର ବ୍ୟାଟିଂ ଭାର ସ୍ମତି ମନ୍ଧାନା, ଏଲିସା ପେରୀ ଓ ରିଚା ଘୋଷଙ୍କ ଉପରେ ନିର୍ଭଶୀଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.