ETV Bharat / sports

ପଦକ ନଜିତି ବି ଭିନେଶଙ୍କୁ ମିଳିଛି କୋଟି କୋଟି ଟଙ୍କା ପୁରସ୍କାର ! ବଡ଼ ଖୁଲାସା କଲେ ଭିନେଶଙ୍କ ସ୍ବାମୀ - Vinesh Phogat 16cr Prize Money

author img

By ETV Bharat Sports Team

Published : Aug 19, 2024, 1:39 PM IST

Vinesh Phogat 16cr Prize Money : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ପଦକ ବିଜେତାଙ୍କୁ ତ ମିଳିଛି ପୁରସ୍କାର । ହେଲେ ପଦକ ନଜିତି ବି 16 କୋଟି ଟଙ୍କା ପୁରସ୍କାର ପାଇଛନ୍ତି ଭିନେଶ ଫୋଗାଟ । ସୋସିଆଲ ମିଡିଆରେ ହେଉଥିବା ଦାବିକୁ ନେଇ ସତ କହିଲେ ଭିନେଶଙ୍କ ସ୍ବାମୀ । ଅଧିକ ପଢ଼ନ୍ତୁ

Vinesh Phogat 16cr Prize Money
Vinesh Phogat 16cr Prize Money (IANS Photo)

ନୂଆଦିଲ୍ଲୀ : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ 6ଟି ପଦକ ଜିତିଛି । ହେଲେ ପଦକ ବିଜେତା ମାନଙ୍କଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ପଦକ ନପାଇ ଫେରିଥିବା ଷ୍ଟାର ରେସଲର ଭିନେଶ ଫୋଗାଟ । ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ ଭିନେଶ । ହେଲେ କେବଳ 100 ଗ୍ରାମ ଅଧିକ ଓଜନ କାରଣରୁ ତାଙ୍କୁ ଫାଇନାଲରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେବେ ଭାରତ ଫେରିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଦିଲ୍ଲୀ ବିମାନବନ୍ଦରରୁ ହରିୟାଣାର ଚରଖୀ ଦାଦ୍ରି ଜିଲ୍ଲାସ୍ଥିତ ତାଙ୍କ ଗାଁ ବଲାଲି ପର୍ଯ୍ୟନ୍ତ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ ତାଙ୍କୁ ଅନେକ ପୁରସ୍କାର ଦିଆଯାଇଥିଲା । ସ୍ବର୍ଣ୍ଣ ପଦକ ମଧ୍ୟ ମିଳିଥିଲା । ଏପରିକି ତାଙ୍କୁ 16 କୋଟି ଟଙ୍କା ପୁରସ୍କାର ରାଶି ମିଳିଥିବା ମଧ୍ୟ ଦାବି ହେଉଛି ।

ଭିନେଶଙ୍କୁ 16 କୋଟି ଟଙ୍କା ପୁରସ୍କାର ମିଳିଥିବା ଦାବି :-

ଶନିବାର ଦିନ ଭିନେଶଙ୍କୁ ଭବ୍ୟ ସ୍ବାଗତ ପରେ ରବିବାର ଦିନ ତାଙ୍କ ଗାଁ ବଲାଲିରେ ଭିନେଶଙ୍କ ସମ୍ମାନିତ କରିବା ପାଇଁ ଏକ ବିଶାଳ ସମାରୋହର ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇ ଭିନେଶଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଭିନ୍ନ ସଂଗଠନ ଭିନେଶଙ୍କୁ ପୁରସ୍କାର ରାଶି ଦେବାକୁ ଦେଇଥିବା ଦାବି କରାଯାଇଛି । ଏହି ପୋଷ୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଜାଟ ମହାସଭା, ହରିୟାଣା ବାଣିଜ୍ୟ ସଂଗଠନ ଏବଂ ପଞ୍ଜାବ ଜାଟ ଆସୋସିଏସନ ଦ୍ବାରା ଭିନେଶଙ୍କୁ 2 କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପୋଷ୍ଟରେ କରାଯାଇଥିବା ଦାବି ଅନୁଯାୟୀ ଭିନେଶଙ୍କୁ ମୋଟ 16 କୋଟି 30 ଲକ୍ଷ ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି । ବର୍ତ୍ତମାନ ଭିନେଶଙ୍କ ସ୍ବାମୀ ସୋମବୀର ରାଠୀ ଏହି ଭାଇରାଲ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏହି ପୋଷ୍ଟରେ ଦିଆଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି ।

ଭିନେଶଙ୍କ ସ୍ବାମୀ ସୋମବୀର ରାଠୀ କହିଲେ ଏମିତି :-

ଭିନେଶଙ୍କ ସ୍ବାମୀ ସୋମବୀର ରାଠୀ ତାଙ୍କ 'X' ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, 'ନିମ୍ନଲିଖିତ ଅନୁଷ୍ଠାନ, ବ୍ୟବସାୟୀ, କମ୍ପାନୀ ଏବଂ ପାର୍ଟିରୁ କୌଣସି ଟଙ୍କା ଭିନେଶ ଫୋଗାଟ ପାଇନାହାଁନ୍ତି । ଆପଣ ସମସ୍ତେ ଆମର ଶୁଭେଚ୍ଛୁ, ଦୟାକରି ମିଥ୍ୟା ଖବର ପ୍ରସାର କରନ୍ତୁ ନାହିଁ । ଏହା ନିଶ୍ଚିତ ଭାବରେ ଆମ ପାଇଁ କ୍ଷତି ତ ପହଞ୍ଚାଇବ, ସାମାଜିକ ମୂଲ୍ୟବୋଧ ମଧ୍ୟ କ୍ଷତିଗ୍ରସ୍ତ ହେବ । ଏହା କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବାର ଏକ ମାଧ୍ୟମ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ମୈଦାନକୁ ଫେରିବେ ଭିନେଶ ଫୋଗାଟ ! ଭାବପୂର୍ଣ୍ଣ ପୋଷ୍ଟ ଲେଖି ଦେଲେ ୟୁ-ଟର୍ଣ୍ଣ ସଙ୍କେତ - Vinesh Phogat Comeback

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.