ETV Bharat / sports

T20 ବିଶ୍ବକପ: କୋହଲିଙ୍କ ଖରାପ ଫର୍ମକୁ ନେଇ ଏମିତି କହିଲେ କ୍ୟାପଟେନ୍ ରୋହିତ, କୋଚ୍ ଦ୍ରାବିଡ - VIRAT KOHLI POOR FORM

author img

By ETV Bharat Odisha Team

Published : Jun 28, 2024, 3:26 PM IST

Virat Kohli form: କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ । ଫର୍ମକୁ ଫେରିବା ଏକ ବଡ ସମସ୍ୟା ନୁହେଁ । ଫାଇନାଲ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବା ନେଇ କହିଲେ ଅଧିନାୟକ । କୋହିଲିଙ୍କୁ ମଧ୍ୟ ସମର୍ଥନ କରିଛନ୍ତି କୋଚ ଦ୍ରାବିଡ । ଅଧିକ ପଢନ୍ତୁ

T20 World Cup
T20 World Cup (IANS)

ହାଇଦ୍ରାବାଦ: ଟି20 ବିଶ୍ବକପରେ ବିରାଟ କୋହଲିଙ୍କ ନୈରାଶ୍ୟ ଜନକ ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ 7ଟି ଇଂନିସରେ ମାତ୍ର 75 ରନ କରିଛନ୍ତି କୋହଲି । ଗତକାଲି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମି ଫାଇନାଲରେ ମାତ୍ର 9 ରନ କରି ପାଭିଲିୟନକୁ ଫେରିଥିଲେ । କୋହଲିଙ୍କ ଖରାପ ଫର୍ମକୁ ନେଇ ସେ ଫାଇନାଲ ମ୍ୟାଚରେ ଏକାଦଶରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସମସ୍ତେ କୋହଲିଙ୍କ ଖରାପ ଫର୍ମକୁ ନେଇ ସମାଲୋଚନା କରୁଥିବା ବେଳେ ସମର୍ଥନ କରିଛନ୍ତି ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡ । ବିରାଟଙ୍କ ଫର୍ମ ଚିନ୍ତାର ବିଷୟ ନୁହଁ ବୋଲି ପ୍ରେସ କନଫରେନ୍ସରେ କହିଛନ୍ତି ରୋହିତ ।

'ଫର୍ମକୁ ଫେରିବା ଏକ ସମସ୍ୟା ନୁହଁ': ରୋହିତ କହିଛନ୍ତି , ''କୋହଲି ଜଣେ ଉଚ୍ଚକୋଟିର ଖେଳାଳି । ତାଙ୍କ ଦକ୍ଷତା କଣ ତାହା ସାରା ବିଶ୍ବ ଜାଣିଛି । ଆମେ ତାଙ୍କ ଗୁରୁତ୍ବ କଣ ଜାଣିଛୁ । ଫର୍ମକୁ ଫେରିବା ଏକ ବଡ ସମସ୍ୟା ନୁହେଁ । ଠିକ ସମୟରେ ସେ ଭଲ ପ୍ରଦର୍ଶନ କରିବେ । ଆଗକୁ କିଛି ବଡ ଘଟଣା ଘଟିବାକୁ ଯାଉଛି । ସେ ବୋଧହୁଏ ଫାଇନାଲ୍ ପାଇଁ ବଡ ଇନିଂସ ସାଇତି ରଖିଛନ୍ତି । ''

ଦ୍ରାବିଡ କଲେ କୋହଲିଙ୍କୁ ସମର୍ଥନ- କୋଚ ରାହୁଲ ଦ୍ରାବିଡ କହିଛନ୍ତି, ବିରାଟ କୋହଲି ଜଣେ ଅନୁଭବୀ କ୍ରିକେଟର । ସେ ପୂର୍ବରୁ ଅନେକ ଥର ଏଭଳି ପ୍ୟାଚ (ଫର୍ମ ନଥିବା)ରୁ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ଫାଇନାଲରେ କୋହଲି ଶ୍ରେଷ୍ଠ ପ୍ରଦର୍ଶନ ଦେବେ । ଏହା ଆମର ବିଶ୍ୱାସ ରହିଛି ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପ: ଏକୁଟଆ ଟିମ୍ ଇଣ୍ଡିଆକୁ ଫାଇନାଲରେ ପହଞ୍ଚାଇଲେ ରୋହିତ, ସର୍ବାଧିକ ବିଜୟରେ ପଛରେ ପଡିଲେ ବାବର - T20 World Cup 2024

ଦିନିକିଆ ବିଶ୍ବକପରେ ହିରୋ ଟି 20ରେ ଜିରୋ କୋହଲି : ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ପରାଜିତ ହୋଇଥିଲେ ମଧ୍ୟ କୋହଲିଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟର ଭାବେ ତାଙ୍କୁ ବିବେଚିତ କରାଯାଇଥିଲା । ବିଶ୍ବକପରେ ସର୍ବାଧିକ 765 ରନ କରିଥିଲେ କୋହଲି । ଏହାପରେ ଆଇପିଏଲରେ ମଧ୍ୟ ସର୍ବାଧିକ ରନ ହାସଲକାରୀ ଭାବେ ବିବେଚିତ ହୋଇଥିଲେ । କିନ୍ତୁ ଟି 20 ବିଶ୍ବକପରେ ହିରୋ ଥିବା କୋହଲି ଜିରୋ ହୋଇଯାଇଛନ୍ତି । ବିରାଟଙ୍କ ବଡବଡ ସଟ ଦେଖିବାକୁ ପ୍ରତି ମ୍ୟାଚରେ ଆମେରିକାର ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଜମୁଥିଲା । କିନ୍ତୁ କୌଣସି ମ୍ୟାଚରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିନଥିଲା । ଯାହା ଦର୍ଶକଙ୍କୁ ନିରାଶ କରିଥିଲା । କୋହଲି ତିନି ନମ୍ବର ପରିବର୍ତ୍ତେ ଦୁଇ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବାରୁ ଭଲ ପ୍ରଦର୍ଶନ କରୁନଥିବା ସମାଲୋଚକ ମାନେ ମତ ରଖିଥିଲେ । ଏହାପରେ ବି ତାଙ୍କ ବ୍ୟାଟିଂ ନମ୍ବରକୁ ପରିବର୍ତ୍ତନ କରାଯାଇ ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.