ETV Bharat / sports

ସୁରେଶ ରୈନାଙ୍କ ପିଉଶା ହତ୍ୟା ମାମଲା; 12 ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ - Suresh Raina Uncle Murder Case

author img

By ETV Bharat Sports Team

Published : Sep 3, 2024, 4:45 PM IST

Suresh Raina Uncle Murder Case : ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପିଉଶା ହତ୍ୟାକାଣ୍ଡର ଆସିଲା ରାୟ । 4 ବର୍ଷ ପରେ 12 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢ଼ନ୍ତୁ

Suresh Raina
Suresh Raina (ETV Bharat)

ଚଣ୍ଡିଗଡ଼ (ପଞ୍ଜାବ) : ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପିଉଶାଙ୍କ ହତ୍ୟା ମାମଲାରେ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । 2020 ମସିହାରେ ରୈନାଙ୍କ ପିଉଶାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ସମସ୍ତ 12 ଅଭିଯୁକ୍ତଙ୍କୁ ପଞ୍ଜାବର ପଠାନକୋଟ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ସେମାନଙ୍କ ଉପରେ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

କ'ଣ ଥିଲା ଘଟଣା ? :-

ଅଗଷ୍ଟ 19, 2020 ରାତିରେ ରୈନାଙ୍କ ପିଉଶା ଅଶୋକ କୁମାରଙ୍କ ପରିବାରରେ ସମସ୍ତେ ଶୋଇଥିବାବେଳେ ହଠାତ କିଛି ଦୁର୍ବୃତ୍ତ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ଏହି ଘଟଣା ପଠାନକୋଟ ଜିଲ୍ଲାର ଥରୟାଲ ଗ୍ରାମରେ ଘଟିଥିଲା । କଣ୍ଟ୍ରାକ୍ଟର କାମ କରୁଥିବା ରୈନାଙ୍କ ପିଉଶା ଅଶୋକ କୁମାର (58)ଙ୍କର ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଚିତ୍କାର ଶୁଣି ପଡୋଶୀମାନେ ଭୟଭୀତ ହୋଇଯାଇଥିଲେ । ପରିବାର ସଦସ୍ୟଙ୍କ ରକ୍ତାକ୍ତ ଅବସ୍ଥା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ଏହାପରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ରୈନାଙ୍କ ପିଉଶୀ ମାଆ ଆଶା ଦେବୀ (55) ଏବଂ ତାଙ୍କ ପୁଅ କୌଶଲ କୁମାର(32)ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ପରିବାର ଅନ୍ୟ ସଦସ୍ୟ ଅପିନ କୁମାର (24) ଏବଂ ସତ୍ୟା ଦେବୀ (80) ଗୁରୁତର ଆହତ ହୋଇଥିଲେ ।

ଏସ୍‌ଆଇଟି କରିଥିଲା ତଦନ୍ତ :-

ଏହି ଘଟଣା ପରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ଆଇଟିରେ ଅମୃତସର ଇନ୍ସପେକ୍ଟର ଜେନେରାଲ (ଆଇଜିପି), ପଠାନକୋଟର ପୋଲିସ ଅଧୀକ୍ଷକ ପ୍ରମୁଖଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ ରହିଥିଲେ । ଅନୁସନ୍ଧାନ ସମୟରେ ଏସ୍‌ଆଇଟି ପ୍ରମାଣ ସଂଗ୍ରହ କରିବା ସହିତ ​ଏହି ମାମଲାରେ 100 ଜଣଙ୍କୁ ସନ୍ଦେହ କରିଥିଲା । ଏହାର ପ୍ରାୟ 4 ବର୍ଷ ପରେ, SIT ବିଭିନ୍ନ ସ୍ଥାନରୁ 12 ଜଣ ଅପରାଧୀଙ୍କୁ ଗିରଫ କରିଥିଲା । ଗିରଫ ପରେ ଶାହପୁରକାଣ୍ଡି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଏହାପରେ ପଠାନକୋଟର ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିଲା । ବିଚାରପତି ଅପରାଧୀ ମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ସମସ୍ତଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପାରାଲିମ୍ପିକ୍ସରେ ବି 'କୋହଲି.. କୋହଲି..'; ସ୍ବର୍ଣ୍ଣ ବିଜେତା ନିତେଶଙ୍କ ହିରୋଙ୍କୁ ଭୂୟସୀ ପ୍ରଶଂସା - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.