ETV Bharat / sports

ଆଇପିଏଲରେ ସର୍ବାଧିକ ସ୍କୋର, ୨୭୭ ରନ୍‌ କରି ରେକର୍ଡ କଲା ସନରାଇଜର୍ସ - IPL2024

IPL2024: ଚଳିତ ଆଇପିଏଲରେ ୨୭୭ ରନ୍‌ର କରି ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ । ବିଶାଳ ସ୍କୋର କରି ମୁମ୍ବାଇ ଇଣ୍ଡିଆନ୍ସ୨୭୮ ରନ୍‌ର ଟାର୍ଗେଟ ଦେଲା ଦଳ। ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 27, 2024, 11:00 PM IST

୨୭୭ ରନ୍‌ର କରି ରେକର୍ଡ କଲା ସନରାଇଜର୍ସ
୨୭୭ ରନ୍‌ର କରି ରେକର୍ଡ କଲା ସନରାଇଜର୍ସ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ୨୭୭ ରନ୍‌ର କରି ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ। ବିଶାଳ ସ୍କୋର କରି ମୁମ୍ବାଇ ଇଣ୍ଡିଆନ୍ସ ଦେଲା କଡ଼ା ଚ୍ୟାଲେଞ୍ଚ । ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍‌ର ଟାର୍ଗେଟ ପିଛା କରିବାକୁ ପଡ଼ିବ । ଆଜି ଆଇପିଏଲର 17ତମ ସଂସ୍କରଣରେ ଅଷ୍ଟମ ମ୍ୟାଚ ଖେଳାଯାଇଛି । ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ରୋହିତ ବାହିନୀ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତିି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା ସନରାଇଜର୍ସ ହାଇଦ୍ରାବାଦ ।

ତେବେ ହାଇଦ୍ରାବାଦ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍‌ ହେଡ୍‌ ଦଳକୁ ଦମଦାର ଷ୍ଟାର୍ଟ ଦେଇଥିଲେ । ହେଡ୍‌ ୨୪ ବଲ୍‌ରେ ଧୂଆଁଧାର ୬୨ ରନ୍‌ କରିଥିଲେ । ଏହାପରେ ଭାରତୀୟ ଯୁବ ଖେଳାଳି ଅଭିଷେକ ଶର୍ମା ମାତ୍ର ୨୩ ବଲ୍‌ରେ ୬୩ ରନ୍‌ କରି ପାଭିଲିୟନ ଫେରିଥିଲେ । ପରେ ଆଡମ ମାର୍କ୍ରମ ଓ ହେନରିଚ୍ କ୍ଳାସନ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲା । ଏହି ଦୁଇ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋକର ୨୭୭ରେ ପହଞ୍ଚାଇଥିଲେ । କ୍ଲାସନ 34 ବଲରୁ 80 ରନ, ମାର୍କ୍ରମ 28 ବଲରୁ 42 ରନ ସ୍କୋର କରିଥିଲେ । ହେଡ 24 ବଲରୁ 62 ରନ ସ୍କୋର କରିଥିଲେ । ମୁମ୍ବାଇ ପକ୍ଷରୁ ବୁମରାଙ୍କୁ ଛାଡିଦେଲେ ସମସ୍ତ ବୋଲର ଅତ୍ୟଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ହାଇଦ୍ରାବାଦରେ ରୋହିତ କ୍ରେଜ୍‌, ବିରିୟାନୀ ପାର୍ଟି ହୋଷ୍ଟ କଲେ ତିଲକ୍‌ - Mumbai Indians Team In Hyderabad

ତେବେ ୨୭୮ରନର ପିଛା କରି ରୋହିତ ବାହିନୀର ସଂଘର୍ଷ ଜାରି ରହିଛି । ତେବେ ମୁମ୍ବାଇ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆସିଥିଲେ ରୋହିତ ଶର୍ମା ଏବଂ ଇସାନ କିଶାନ ଯୋଡ଼ି । ରୋହିତ ୧୨ଟି ବଲ ଖେଳି ୨୬ ରନ୍ କରିଥିବା ବେଳେ ଇସାନ କିଶାନ ୩୪ ରନ୍ କରି ପାଭିଲିୟନ ଫେରିଥିଲେ । ସେହିପରି ନମନ୍ ଧୀର ମଧ୍ୟ ୧୪ଟି ବଲ ଖେଳି ୩୦ ରନ୍ କରିବାରେ ଆଉଟ୍ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.