ETV Bharat / sports

ଶିଖର ଧାୱନଙ୍କ ନାଁରେ ଅଛି ଏହି ଧୂଆଁଧାର ରେକର୍ଡ; ଭାଙ୍ଗିବା ନୁହେଁ ସହଜ - Shikhar Dhawan Top Records - SHIKHAR DHAWAN TOP RECORDS

Shikhar Dhawan Top Records : ଆଇସିସି ଚାମ୍ପିୟନ୍ସ ଟ୍ରଫି 2013 ଏବଂ 2017ରେ ସର୍ବାଧିକ ରନ୍ ସ୍କୋରର ଶିଖର ଧାୱନ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ବଡ଼ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ଧାୱନଙ୍କର ଏପରି ଗୋଟିଏ ବଡ଼ ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ । ଜାଣନ୍ତୁ ଗବ୍ବରଙ୍କ ଅନ୍ତର୍ଜାତୀୟ ରେକର୍ଡ ବିଷୟରେ,

Shikhar Dhawan
Shikhar Dhawan (ETV Bharat)
author img

By ETV Bharat Sports Team

Published : Aug 24, 2024, 7:03 PM IST

ନୂଆଦିଲ୍ଲୀ : ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଶିଖର ଧାୱନ ଶନିବାର ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 'ଗବ୍ବର' ନାମରେ ଜଣାଶୁଣା ଏହି ଧୂଆଁଧାର ବ୍ୟାଟର ସୋସିଆଲ ମିଡିଆରେ ଏକ ଭାବୁକ ଭିଡିଓ ସେୟାର କରି କ୍ରିକେଟରୁ ବିଦାୟ ନେଇଥିଲେ । ଏହି ଷ୍ଟାର ବ୍ୟାଟର ତାଙ୍କ ବିସ୍ଫୋରକ ବ୍ୟାଟିଂ ସହିତ କ୍ରିକେଟପ୍ରେମୀଙ୍କର ବହୁତ ମନୋରଞ୍ଜନ କରିଥିଲେ ଏବଂ ଭାରତକୁ ଆଇସିସି ଚାମ୍ପିୟନ୍ସ ଟ୍ରଫି 2013 ଜିତାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଶିଖର ଧାୱନ । ତେବେ ଧାୱନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଅନେକ ବଡ଼ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ସେଗୁଡ଼ିକ ମଧ୍ୟରେ ଗୋଟିଏ ରେକର୍ଡ ଏପରି ମଧ୍ୟ ରହିଛି, ଯାହାକୁ ଭାଙ୍ଗିବା ବୋଧହୁଏ କୌଣସି ଖେଳାଳିଙ୍କ ପାଇଁ ସହଜ ହେବ ନାହିଁ ।

ଟେଷ୍ଟ ଡେବ୍ୟୁରେ ଦ୍ରୁତତମ ଶତକ :-

ଅକ୍ଟୋବର 2010ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରୁ କରୁ 2013ରେ ବିଶ୍ବକୁ ନିଜ ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଥିଲେ ଶିଖର ଧାୱନ । ଏହି ବର୍ଷ ମାର୍ଚ୍ଚରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଧାୱନ ନିଜ ପ୍ରଥମ ମ୍ୟାଚ୍‌ରେ ହିଁ 174 ବଲରୁ 187 ରନ୍‌ର ଧୂଆଁଧାର ଶତକ ହାସଲ କରିଥିଲେ । ଟେଷ୍ଟ ଡେବ୍ୟୁରେ କୌଣସି ବ୍ୟାଟରଙ୍କ ଦ୍ବାରା ଏହା ଦ୍ରୁତତମ ଶତକ ଥିଲା । ଧାୱନଙ୍କ ଏହି ମହାନ ରେକର୍ଡ ଭାଙ୍ଗିବା ବୋଧହୁଏ କୌଣସି ପଦାର୍ପଣ କରୁଥିବା ଖେଳାଳିଙ୍କ ପାଇଁ ପ୍ରାୟ ଅସମ୍ଭବ ଅଟେ ।

ଚାମ୍ପିୟନ୍ସ ଟ୍ରଫିରେ ମିଳିଥିଲା ଗୋଲ୍ଡେନ ବ୍ୟାଟ ପୁରସ୍କାର :-

ରୋହିତ ଶର୍ମାଙ୍କ ସହ ଧାୱନଙ୍କ ଓପନିଂ ଭାଗିଦାରୀ ଚାମ୍ପିୟନ୍ସ ଟ୍ରଫି ସମୟରେ ହିଁ ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବିଶ୍ବ କ୍ରିକେଟର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ପରିଚିତ ହୋଇଥିଲା । ସେ ଏହି ଟୁର୍ଣ୍ଣାମେଣ୍ଟରେ ଟପ୍ ରନ୍ ସ୍କୋରର ଭାବରେ ଉଭା ହୋଇ ଗୋଲ୍ଡେନ୍ ବ୍ୟାଟ୍ ପୁରସ୍କାର ଲାଭ କରିଥିଲେ ଏବଂ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବରେ ସମ୍ମାନିତ ମଧ୍ୟ ହୋଇଥିଲେ ।

ଶିଖର ଧାୱନଙ୍କ ଟପ୍‌ ରେକର୍ଡ :-

  • ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ଦ୍ରୁତତମ ଶତକ (174 ବଲରେ 187 ରନ)
  • ICC ବିଶ୍ବକପ୍‌ 2015ରେ ସର୍ବାଧିକ ରନ ସ୍କୋର କରିଥିବା ଭାରତୀୟ ବ୍ୟାଟର
  • 2013ରେ ସର୍ବାଧିକ ଦିନିକିଆ ଶତକ
  • ୱିଜଡନ କ୍ରିକେଟର ଅପ୍‌ ଦି ଇୟର 2014
  • ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଲଞ୍ଚବ୍ରେକ ପୂର୍ବରୁ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟର
  • 1000 (ସଂଯୁକ୍ତ ଦ୍ରୁତତମ), 2000, 3000 ଦିନିକିଆ ରନ ସ୍କୋର କରିଥିବା ଦ୍ରୁତତମ ଭାରତୀୟ ବ୍ୟାଟର
  • ICC ଚାମ୍ପିୟନ୍ସ ଟ୍ରଫି 2013 ଓ 2017ରେ ସର୍ବାଧିକ ରନ
  • ICC ଟୁର୍ଣ୍ଣାମେଣ୍ଟରେ 1000 ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟର
  • ଏସିଆ କପ୍‌ 2018ରେ ସର୍ବାଧିକ ରନ ସ୍କୋର କରିଥିବା ଭାରତୀୟ ବ୍ୟାଟର
  • IPL ଇତିହାସରେ ଲଗାତାର 2ଟି ମ୍ୟାଚ୍‌ରେ 2ଟି ଶତକ ହାସଲ କରିଥିବା ପ୍ରଥମ ଖେଳାଳି
  • ଆଇସିସି ଚାମ୍ପିୟନ୍ସ ଟ୍ରଫି 2013 ଓ 2017ରେ ସର୍ବାଧିକ ରନ ହାସଲ କରି କ୍ରମାଗତ 2ଟି ଗୋଲ୍ଡେନ ବ୍ୟାଟ ହାସଲ କରିଥିବା ବ୍ୟାଟର
  • 2021ରେ ତାଙ୍କର ମହତ୍ବପୂର୍ଣ୍ଣ କ୍ରିକେଟ କ୍ୟାରିୟର ପାଇଁ ଭାରତ ସରକାରଙ୍କ ଦ୍ବାରା 'ଅର୍ଜୁନ' ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଧାୱନ

ଏହା ମଧ୍ୟ ପଢ଼ନ୍ତୁ...ଶିଖର ଧାୱନଙ୍କୁ 'ବେଷ୍ଟ ଓପନର' କହିଲେ କୋଚ; 'ରୋହିତ ଶର୍ମାଙ୍କୁ ଭଲ ଓପନର କରିଛନ୍ତି ଧାୱନ' - Shikhar Dhawan coach Interview

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.