ETV Bharat / sports

ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ: ମହିଳା ବକ୍ସରଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ୍‌, ଶକ୍ତ ପଞ୍ଚ ମାଡରେ ଓହରିଗଲେ ପ୍ରତିଦ୍ୱନ୍ଦ୍ୱୀ, ଜିତିଲେ ପ୍ରଥମ ଫାଇଟ୍ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 8:24 AM IST

Updated : Aug 2, 2024, 10:44 AM IST

‘biological male’ Imene Khelif, Algeria boxer Who Had Gender Test Issue, Wins First Olympic Fight When Opponent Quits: ମହିଳା ବର୍ଗ ବକ୍ସିଂ ମ୍ୟାଚରେ ମାତ୍ର 46 ସେକେଣ୍ଡରେ ଓହରିଲେ ଇଟାଲୀର ଆଞ୍ଜୋଲା କ୍ୟାରିନ । ଇମାନେ ଖେଲିଫ ଙ୍କ ପଞ୍ଚରେ ନାକରୁ ବାହାରିଲା ବ୍ଲଡ । ଜଣେ ମହିଳା ଏପରି ପଞ୍ଚ ମାରିପାରିବେ ନାହିଁ ବୋଲି କହିଲେ ଆଞ୍ଜୋଲା । ଅଧିକ ପଢନ୍ତୁ

Etv Bharat
Etv Bharat (AFP PHOTOS)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ । ମହିଳା ବର୍ଗ ବକ୍ସିଂ ମ୍ୟାଚରେ ଏପରି ବିବାଦ ଦେଖାଦେଇଛି । ଗୁରୁବାର ମହିଳା 66 କେଜି କିଗ୍ରା ରାଉଣ୍ଡ 31ରେ ଆଲଜେରିଆରର ଇମାନେ ଖେଲିଫ ଏବଂ ଇଟାଲୀର ଆଞ୍ଜୋଲା କ୍ୟାରିନ ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲା ମାତ୍ର 46 ସେକେଣ୍ଡ ପରେ ଇଭେଣ୍ଟରୁ ଓହରି ଯାଇଥିଲେ ଆଞ୍ଜେଲା । ଇମାନେଙ୍କ ଏକ ଶକ୍ତ ପଞ୍ଚରେ ସେ ଖେଳିବାକୁ ସମର୍ଥ ନହୋଇ ଓହରିବାକୁ ନିଷ୍ଟତ୍ତି ନେଇଥିଲେ । ତାଙ୍କ ନାକରୁ ରକ୍ତ ଶ୍ରାବ ମଧ୍ୟ ହେଉଥିଲା । ଶେଷରେ ଇମାନେଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଆଞ୍ଜୋଲା ତାଙ୍କ ବକ୍ସିଂ କ୍ୟାରିୟରେ କେବେ ବି ଏପରି ପଞ୍ଚ ଖାଇନଥିବା କହିଥିଲେ ।

ଆଞ୍ଜୋଲା କ୍ୟାରିନଙ୍କ ଅଭିଯୋଗ: ଇଭେଣ୍ଟର ଫଳାଫଳ ଘୋଷଣା ପରେ ଇଟାଲୀୟ ବକ୍ସର ଆଞ୍ଜୋଲା କ୍ୟାରିନ କହିଛନ୍ତି, "ପ୍ରାରମ୍ଭିକ ପର୍ଯ୍ୟାୟରେ ଶକ୍ତିଶାଳୀ ପଞ୍ଚ ଖାଇବା ପରେ ମୋର ନାକରେ ପ୍ରବଳ ଯନ୍ତ୍ରଣା ହୋଇଥିଲା, ବ୍ଲଡ ମଧ୍ୟ ବାହାରିଥିଲା । ଯାହା ଫଳରେ ମୁଁ ଇଭେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଲି । କୌଣସି ମହିଳା ଏପରି ଶକ୍ତିଶାଳୀ ପଞ୍ଚ ମାରିପାରବେ ନାହିଁ, ମୋର ବକ୍ସିଂ କ୍ୟାରିୟରରେ ମୁଁ ଏମିତି ପଞ୍ଚ କେବେବି ଖାଇନଥିଲି । ''

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ 2024: ଆଜି ଏହି ଇଭେଣ୍ଟରୁ ଆସିବ ମେଡାଲ - 2 august India Olympic schedule

ପୂର୍ବରୁ ଲିଙ୍ଗଗତ ବିବାଦରେ ରହିଛନ୍ତି ଖେଲିଫ: ତାଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ ଥିବା କୁହାଯାଉଛି । ପୂର୍ବ ବର୍ଷ ସେ ଲିଙ୍ଗଗତ ପରୀକ୍ଷାରେ ଫେଲ ମାରିଥିଲେ । 2023ରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ବିଶ୍ବଚାମ୍ପିଅନସିପ ଫାଇନାଲ ମୁକାବିଲା ପୂର୍ବରୁ ତାଙ୍କୁ ଆଇବିଏ ନିଲମ୍ବିତ କରିଥିଲା । ତାଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ୍‌ ଥିବା ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ ଘୋଷଣା କରିଥିଲା । ଏହାପରେ ମଧ୍ୟ ଆଇଓସି ତାଙ୍କୁ ପ୍ୟାରିସରେ ଖେଳିବାକୁ ଅନୁମତି ଦେଇଥିଲା । କାରଣ ଅଲିମ୍ପିକ୍ସରେ ଆଇବିଏ ନିୟମ ଲାଗୁ ହୋଇନଥାଏ ।

ଅଲିମ୍ପିକ୍ସରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବକ୍ସିଂ: ପୂର୍ବରୁ ଲିଙ୍ଗଗତ ବିବାଦରେ ଫସିଥିବା ଖେଲିଫ ପ୍ୟାରିସ ଅଲିମ୍ପିକ୍ସ ଖେଳୁଛନ୍ତି । ମହିଳା ବର୍ଗ ବକ୍ସିଂରେ ସେ ଖେଳୁଥିବା ବେଳେ ଗତକାଲି ଖେଳାଯାଇଥିବା ମହିଳା ଇଭେଣ୍ଟରେ ପୁରୁଷ ଓ ମହିଳା ମଧ୍ୟରେ ଲଢେଇ ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2024, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.