ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: କମାଲ କଲେ ଭିନେଶ ଫୋଗାଟ; କେବେ ହାରିନଥିବା କୁସ୍ତିଯୋଦ୍ଧାଙ୍କୁ ଚଟାଇଲେ ଧୂଳି - Paris Olympics 2024

author img

By ETV Bharat Sports Team

Published : Aug 6, 2024, 5:40 PM IST

Paris Olympics 2024 Wrestling : ପ୍ୟାରିସ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂର ସେମିଫାଇନାଲରେ ପ୍ରବେଶ କଲେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ । ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରିନଥିବା ପ୍ରତିଦ୍ବନ୍ଦ୍ବୀଙ୍କୁ ଚଟାଇଲେ ଧୂଳି । ଅଧିକ ପଢ଼ନ୍ତୁ

Paris Olympics 2024 Wrestling
Paris Olympics 2024 Wrestling (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂର ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ବାର୍ଟର ଫାଇନାଲରେ ଭିନେଶ ୟୁକ୍ରେନର ଅକ୍ସାନା ଲିଭାଚଙ୍କୁ 7-5ରେ ପରାସ୍ତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରି-କ୍ବାର୍ଟର ଫାଇନାଲରେ ଭିନେଶ ଟୋକିଓ ଅଲିମ୍ପିକ୍ସ 2020ର ଚମ୍ପିଆନ ଜାପାନୀ କୁସ୍ତିଯୋଦ୍ଧା ୟୁଇ ସୁସାକିଙ୍କୁ ପରାସ୍ତ କରିଛନ୍ତି, ଯିଏକି ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରିନଥିଲେ ।

ସେମିଫାଇନାଲ୍‌ରେ ଭିନେଶ ଫୋଗାଟ :-

କ୍ବାର୍ଟର ଫାଇନାଲରେ ଭାରତୀୟ ରେସଲର ଭିନେଶ ଫୋଗାଟ ୟୁକ୍ରେନର ଅକ୍ସାନା ଲିଭାଚଙ୍କୁ 7-5ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହିତ ଭିନେଶ ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ରେସଲର ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ଭିନେଶ 2-0ର ଲିଡ୍‌ ନେଇ ଦମଦାର ଆରମ୍ଭ କରିଥିଲେ । ମଝିରେ ଯଦିଓ କିଛି ତ୍ରୁଟି କରିଥିଲେ, ହେଲେ ଭିନେଶ ପୂର୍ବତନ ବିଶ୍ବ ଚମ୍ପିଆନଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ କ୍ୱାର୍ଟର ଫାଇନାଲ ଫାଇଟକୁ 7-5ରେ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

କେବେ ହାରିନଥିବା କୁସ୍ତିଯୋଦ୍ଧାଙ୍କୁ ଚଟାଇଲେ ଧୂଳି :-

ଭାରତୀୟ ରେସଲର ଭିନେଶ ଫୋଗାଟ ପ୍ରି-କ୍ବାର୍ଟର ଫାଇନାଲରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ଏଥିରେ ସେ ଜାପାନର ଟୋକିଓ 2020 ଚମ୍ପିଆନ ୟୁଇ ସୁସାକିଙ୍କୁ 3-2ରେ ପରାସ୍ତ କରିଥିଲେ । ଏହି ବିଜୟ ଭିନେଶଙ୍କ ପାଇଁ ସ୍ବତନ୍ତ୍ର ଥିଲା, କାରଣ ଜାପାନର ୟୁଇ ସୁସାକି କେବଳ ଯେ ବର୍ତ୍ତମାନର ଅଲିମ୍ପିକ୍ ଚମ୍ପିଆନ୍ ତାହା ନୁହେଁ, ବରଂ ସେ ଏହି ବର୍ଗରେ 3 ଥର ବିଶ୍ବ ଚମ୍ପିଆନ୍ ତଥା ବର୍ତ୍ତମାନର ଏସୀୟ ଚମ୍ପିଆନ୍ ମଧ୍ୟ ଅଟନ୍ତି । ସେ ଆଜି ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ହାରିନଥିଲେ । ହେଲେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ତାଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଛନ୍ତି ।

ମେଡାଲଠାରୁ ଗୋଟିଏ ବିଜୟ ଦୂରରେ ଭିନେଶ :-

ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପାଇଁ ଭାରତର 140 କୋଟି ଦେଶବାସୀଙ୍କ ସବୁଠାରୁ ବଡ ଆଶା, ଷ୍ଟାର ରେସଲର ଭିନେଶ ଫୋଗାଟ ବର୍ତ୍ତମାନ ପ୍ୟାରିସରେ ତୃତୀୟ ଅଲିମ୍ପିକ୍ସ ପଦକ ଜିତିବାଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି । ଆଜି ରାତିରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ଯଦି ଭିନେଶ କ୍ୟୁବାର ୟୁସେଲିସ ଗୁଜମାନ ଲୋପେଜଙ୍କୁ ପରାସ୍ତ କରନ୍ତି, ତେବେ ସେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିବେ ।

କେତେବେଳେ ଖେଳିବେ ମ୍ୟାଚ୍‌ :-

ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂ ବର୍ଗରେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟଙ୍କ ସେମିଫାଇନାଲ ମ୍ୟାଚ୍ ଆଜି (ମଙ୍ଗଳବାର) ଭାରତୀୟ ସମୟ ରାତି 10:25ରେ ଖେଳାଯିବ । ଏହି ମ୍ୟାଚ୍‌ରେ ସେ ପାନ ଆମେରିକାନ ଗେମ୍ସର ବର୍ତ୍ତମାନର ଚମ୍ପିଆନ୍ କ୍ୟୁବାର ୟୁସେଲିସ୍ ଗୁଜମାନ ଲୋପେଜଙ୍କୁ ଭେଟିବେ ।

ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କରିଥିଲେ ପ୍ରଦର୍ଶନ :-

ପୂର୍ବତନ ରେସଲିଂ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (WFI)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଭାରତୀୟ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଭିନେଶ ଫୋଗାଟ ମଧ୍ୟ ରହିଥିଲେ । ଏହି ଭାରତୀୟ କୁସ୍ତି ଖେଳାଳି ବର୍ତ୍ତମାନ ପ୍ୟାରିସ୍‌ ଅଲିମ୍ପିକ୍ସରେ ପଦକ ଜିତିବେ ବୋଲି 140 କୋଟି ଦେଶବାସୀ ଆଶା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଫେଲ ମାରିଲେ ଓଡ଼ିଆ ପୁଅ କିଶୋର ଜେନା; ଗୋଟିଏ ଥ୍ରୋ'ରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.