ETV Bharat / sports

'ବାହାନା ମାରିବାରେ ଗୋଲ୍ଡ ଜିତିଯିବେ ଭାରତୀୟ ଖେଳାଳି' : ସୁନୀଲ ଗାଭାସ୍କର - Paris Olympics 2024

author img

By ETV Bharat Sports Team

Published : Aug 13, 2024, 2:52 PM IST

Paris Olympics 2024 : ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ପ୍ୟାରିସ ଅଲିମ୍ପିକ୍ସ 2024ରେ ବିଫଳ ହୋଇଥିବା ଭାରତୀୟ ଖେଳାଳିଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ ବ୍ୟାଡମିଣ୍ଟନରେ ଖରାପ ପ୍ରଦର୍ଶନ ନେଇ ପ୍ରକାଶ ପାଦୁକୋନଙ୍କ ଟିପ୍ପଣୀକୁ ମଧ୍ୟ ସମର୍ଥନ କରିଛନ୍ତି । ଅଧିକ ପଢ଼ନ୍ତୁ

ସୁନୀଲ ଗାଭାସ୍କର
Sunil Gavaskar (ANI PHOTO)

ହାଇଦ୍ରାବାଦ : ପ୍ୟାରିସ ଅଲିମ୍ପିକ୍ସ 2024 ଶେଷ ହୋଇଛି । କେବଳ ଗୋଟିଏ ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସମେତ 6 ପଦକ ପାଇ ଭାରତ ନୈରାଶ୍ୟଜନକ ଭାବେ ଅଭିଯାନ ଶେଷ କରିଛି । ଏହାକୁ ନେଇ ପୂର୍ବତନ ଭାରତୀୟ ସଟ୍‌ଲର ପ୍ରକାଶ ପାଦୁକୋନ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିଙ୍କ ଉପରେ ନିରାଶା ପ୍ରକାଶ କରି ସେମାନଙ୍କୁ ଦୋଷ ସ୍ବୀକାର କରିବାକୁ କହିଥିଲେ । ଆଜି ପ୍ରକାଶଙ୍କ ସମର୍ଥନରେ ବାହାରି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର । ସେ କହିଛନ୍ତି, 'ଯଦି ବାହାନା କରିବା ପାଇଁ ପ୍ରତିଯୋଗିତା ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବେ ସ୍ବର୍ଣ୍ଣ ପଦକ ଜିତିଥାନ୍ତେ ।'

ସୁନୀଲ ଗାଭାସ୍କର
Sunil Gavaskar (ANI PHOTO)

ପ୍ରକାଶ ପାଦୁକୋନଙ୍କ ସମର୍ଥନରେ ଗାଭାସ୍କର :-

ପ୍ୟାରିସ ଅଲିମ୍ପିକ୍ସ 2024ର ବ୍ୟାଡମିଣ୍ଟନ ପୁରୁଷ ଏକକ ସେମିଫାଇନାଲରେ ଲକ୍ଷ୍ୟ ସେନଙ୍କ ଠାରୁ ସାରା ଦେଶ ସ୍ବର୍ଣ୍ଣ ପଦକ ଆଶା କରିଥିଲା । ହେଲେ ଲକ୍ଷ୍ୟ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ବ୍ରୋଞ୍ଜ ମଧ୍ୟ ହାସଲ କରିବାରେ ବିଫଳ ରହିଥିଲେ । ତେବେ ଲକ୍ଷ୍ୟଙ୍କ ପରାଜୟ ନେଇ ଗାଭାସ୍କର ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ, ଲକ୍ଷ୍ୟଙ୍କ ଭିତରେ ଜିତିବାର ସମ୍ପୂର୍ଣ୍ଣ କ୍ଷମତା ଅଛି, କିନ୍ତୁ ସେ ଚାପକୁ ନିୟନ୍ତ୍ରଣ କରିପାରିନାହାନ୍ତି । ସେ ମାନସିକ ତାଲିମ ଉପରେ ଧ୍ୟାନ ଦେବା ଉଚିତ୍ । ସେହିପରି ପ୍ରକାଶ ପାଦୁକୋନ ଲକ୍ଷ୍ୟ ସେନଙ୍କ ପରାଜୟ ପରେ ଏକ ବିବୃତ୍ତି ଦେଇ କହିଥିଲେ, "ବର୍ତ୍ତମାନ ଖେଳାଳିମାନେ ଆଗକୁ ବଢ଼ି ଦେଶକୁ ଜିତାଇବାର ସମୟ ଆସିଛି । ଆଥଲେଟମାନଙ୍କୁ ସାହାଯ୍ୟ କରିବାରେ ସରକାର ନିଜର ଭୂମିକା ସଠିକ ଭାବରେ ଗ୍ରହଣ କଲେ, ତେଣୁ ବର୍ତ୍ତମାନ ଖେଳାଳିମାନେ ଆଗକୁ ଆସିବାର ସମୟ ଆସିଛି । ଆମର ପ୍ରଦର୍ଶନକୁ ନେଇ ମୁଁ ନିରାଶ ହୋଇଛି, କାରଣ ଆମେ ବ୍ୟାଡମିଣ୍ଟନରୁ ଗୋଟିଏ ପଦକ ଜିତି ପାରିଲୁ ନାହିଁ । ମୁଁ ଭାବୁଛି ଲକ୍ଷ୍ୟ ସେନ୍‌ ଭଲ ଖେଳିଛନ୍ତି, କିନ୍ତୁ ମୁଁ ଟିକେ ନିରାଶ ହୋଇଛି କାରଣ ସେ ଜିତି ପାରିଲେ ନାହିଁ । ସେ ନିଜ ଆତ୍ମବିଶ୍ବାସ ହରାଇଲେ ଏବଂ ଏହା ବିରୋଧୀ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇଲା । ତାଙ୍କ ଆତ୍ମବିଶ୍ୱାସ ପୂର୍ବରୁ ମଧ୍ୟ ଅନେକ ଥର ଭାଙ୍ଗିଥିଲା ।" ତେବେ ପ୍ରକାଶଙ୍କର ଏଭଳି ଟିପ୍ପଣୀକୁ ଖୋଲାଖୋଲି ସମର୍ଥନ କରିଛନ୍ତି ଗାଭାସ୍କର ।

ପ୍ରକାଶ ପାଦୁକୋନ ଓ ପିଭି ସିନ୍ଧୁ
Prakash Padukone and PV Sindhu (IANS Photo)

'ବାହାନା ବନାଇବାରେ ଗୋଲ୍ଡ ମେଡାଲ ଜିତିଯିବ ଭାରତ' :- ଗାଭାସ୍କର

ପୂର୍ବତନ ଭାରତୀୟ ସଟ୍‌ଲର ପ୍ରକାଶ ପାଦୁକୋନଙ୍କୁ ସମର୍ଥନ କରିବାକୁ ଯାଇ ପୂର୍ବତନ କ୍ରିକେଟର ଗାଭାସ୍କର କହିଛନ୍ତି, "ସେ ଜଣେ ଶାନ୍ତିପୂର୍ଣ୍ଣ ବ୍ୟକ୍ତି ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସେ ତାଙ୍କ ଖେଳ ଖେଳିଥାନ୍ତି । ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ଭାରତୀୟ ଖେଳାଳି ନିରାଶା କରିବା ପରେ ତାଙ୍କର ମନ୍ତବ୍ୟ ଯଥେଷ୍ଟ ଉପଯୁକ୍ତ । ଏହା ଏକ ବିତର୍କଯୋଗ୍ୟ ପ୍ରସଙ୍ଗ । ଅନେକ ଲୋକ ପୂର୍ବତନ ୱାର୍ଲ୍ଡ ଚମ୍ପିଆନ୍‌ଙ୍କୁ ବିରୋଧ କରି ଖେଳାଳିଙ୍କୁ ସମର୍ଥନ କରୁଛନ୍ତି, ଏହା ଏକ ଚିନ୍ତାର ବିଷୟ । ଆମ ଦେଶକୁ ବାହାନା କରିବାର କଳା ବେଶ ଭଲ ଭାବରେ ଜଣା । ବାହାନା କରିବା ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆମ ଦେଶ ପ୍ରତ୍ୟେକ ଥର ସ୍ବର୍ଣ୍ଣ ପଦକ ଜିତିବ ।

ଲକ୍ଷ୍ୟ ସେନ୍‌
Lakshya Sen (IANS Photo)

ପ୍ରକାଶ ପାଦୁକୋନଙ୍କୁ କଟାକ୍ଷ କରିଥିଲେ ଅଶ୍ବିନ ପୋନାପ୍ପା :-

ଉଲ୍ଲେଖ ଥାଉ, ପ୍ରକାଶ ପାଦୁକୋନଙ୍କ ବିବୃତ୍ତିକୁ ଭାରତୀୟ ସଟ୍‌ଲର ଅଶ୍ବିନ ପୋନାପ୍ପା କଟାକ୍ଷ କରିଥିଲେ । ସେ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳର ଏକ ଅଂଶ ଥିଲେ ଏବଂ ଏକ ନିରାଶାଜନକ ପ୍ରଦର୍ଶନ ପରେ ସେ ପଦକ ଦୌଡ଼ରୁ ବାହର ହୋଇଥିଲେ । ପ୍ରକାଶଙ୍କ ବିବୃତ୍ତି ପରେ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, 'ଏହା ଦେଖି ମୁଁ ନିରାଶ ହୋଇଛି । ଯଦି ଜଣେ ଖେଳାଳି ଜିତନ୍ତି, ସମସ୍ତେ ଶ୍ରେୟ ନେବାକୁ ଆଗେଇ ଆସନ୍ତି । ହେଲେ ଯଦି ଖେଳାଳିମାନେ ହାରିଯାଆନ୍ତି, ତେବେ ଏହା କେବଳ ଖେଳାଳିଙ୍କ ଦୋଷ ? କୋଚମାନେ ସେମାନଙ୍କର ପ୍ରସ୍ତୁତିର ଅଭାବ ଏବଂ ଖେଳାଳିମାନଙ୍କୁ ପ୍ରସ୍ତୁତ ନକରିବା ପାଇଁ କାହିଁକି ଉତ୍ତରଦାୟୀ ନୁହଁନ୍ତି ? ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ବିଜୟ ପାଇଁ ଶ୍ରେୟ ନେଇଥାନ୍ତି, ସେ କାହିଁକି ନିଜ ଖେଳାଳିଙ୍କ ପରାଜୟର ଉତ୍ତରଦାୟିତ୍ବ ଗ୍ରହଣ କରନ୍ତି ନାହିଁ ?'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.