ETV Bharat / sports

କ୍ବାର୍ଟର ଫାଇନାଲରେ ହାରିଲେ ରେସଲର ରିତିକା ହୁଡ୍ଡା; ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 5:22 PM IST

PARIS OLYMPICS 2024 WRESTLING : ପ୍ୟାରିସ ଅଲିମ୍ପିକ୍ସରେ ମହିଳା ଫ୍ରିଷ୍ଟାଇଲ୍ 76 କିଲୋଗ୍ରାମ ରେସଲିଂର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ହାରିଲେ ଭାରତୀୟ ଯୁବ ରେସଲର ରିତିକା ହୁଡ୍ଡା । ଏହି ପରାଜୟ ସହିତ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ଶେଷ । ଅଧିକ ପଢ଼ନ୍ତୁ

PARIS OLYMPICS 2024 WRESTLING
PARIS OLYMPICS 2024 WRESTLING (AP Photos)

ପ୍ୟାରିସ (ଫ୍ରାନ୍ସ): ମହିଳା ଫ୍ରିଷ୍ଟାଇଲ୍ 76 କିଲୋଗ୍ରାମ ରେସଲିଂର କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତର ଯୁବ ରେସଲର ରିତିକା ହୁଡ୍ଡା ପରାଜୟର ସମ୍ମୁଖୀନ ହୋଇଛନ୍ତି । ଏହି ପରାଜୟ ସହିତ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ଏକ ପ୍ରକାର ଶେଷ ହୋଇଛି । କ୍ବାର୍ଟର ଫାଇନାଲରେ ଭାରତର ଯୁବ ରେସଲର 21 ବର୍ଷୀୟ ରିତିକା ହୁଡ୍ଡାଙ୍କୁ କିର୍ଗିଜସ୍ଥାନର ଆପାରୀ ମେଡେଟ୍ କାଇଜି ପରାସ୍ତ କରିଛନ୍ତି । ନିର୍ଦ୍ଧାରିତ ସମୟ ସୁଦ୍ଧା ସ୍କୋର 1-1ରେ ବରାବର ରହିଥିଲେ ମଧ୍ୟ ଶେଷ ସ୍କୋର କରିଥିବା କିର୍ଗିଜସ୍ଥାନ ରେସଲର ଆଡଭେଣ୍ଟେଜ ପଏଣ୍ଟରେ ଏହି ମୁକାବିଲା ଜିତି ଯାଇଛନ୍ତି ।

କ୍ବାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ହାରିଲେ ରିତିକା :-

କ୍ବାର୍ଟର ଫାଇନାଲରେ ଭାରତର 21 ବର୍ଷୀୟ ରେସଲର ରିତିକା ହୁଡ୍ଡା କିର୍ଗିଜସ୍ଥାନର ଟପ୍ ସିଡ୍ ଆପାରୀ ମେଡେଟ୍ କାଇଜିଙ୍କଠାରୁ ପରାସ୍ତ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଦମଦାର ଲଢ଼େଇ ଦେଖିବାକୁ ମିଳିଥିଲା । 6 ମିନିଟ୍ ପରେ ମ୍ୟାଚ୍‌ 1-1 ଡ୍ର'ରେ ଶେଷ ହୋଇଥିଲା । କିନ୍ତୁ ମ୍ୟାଚର ଶେଷ ପଏଣ୍ଟ କିର୍ଗିଜସ୍ଥାନର ଆପାରୀ ମେଡେଟ କାଇଜି ସ୍କୋର କରିଥିଲେ । ଏହି କାରଣରୁ ତାଙ୍କୁ ଏହି ମ୍ୟାଚ୍‌ର ବିଜେତା ଘୋଷିତ କରାଯାଇଥିଲା । କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ରିତିକା ଚମତ୍କାର ଖେଳିଥିଲେ ଏବଂ କିର୍ଗିଜସ୍ଥାନର ବିଶ୍ବ ଚମ୍ପିଆନ୍ ରେସଲରଙ୍କୁ ସେଭଳି ସୁଯୋଗ ଦେଇନଥିଲେ । ପୁରା ଯୁଦ୍ଧରେ ରିତିକା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ।

ଏବେ ବି ମିଳିପାରେ ବ୍ରୋଞ୍ଜ ମେଡାଲ :-

76 କିଲୋଗ୍ରାମ ରେସଲିଂରେ ରିତିକା ଏବେ ମଧ୍ୟ ବ୍ରୋଞ୍ଜ ପଦକ ଦୌଡ଼ରେ ଅଛନ୍ତି । ଯଦି ତାଙ୍କୁ ହରାଇଥିବା କିର୍ଗିଜସ୍ଥାନ ରେସଲର କାଇଜି ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚନ୍ତି, ତେବେ ରିତିକା ବ୍ରୋଞ୍ଜ ପଦକ ମ୍ୟାଚ୍ ପାଇଁ ରିପେଚେଜ ରାଉଣ୍ଡ ଖେଳିବାକୁ ସୁଯୋଗ ପାଇବେ ।

ପ୍ରି-କ୍ବାର୍ଟର ଫାଇନାଲରେ ହଙ୍ଗେରୀ ରେସଲରଙ୍କୁ ଦେଇଥିଲେ ମାତ :-

ଏହା ପୂର୍ବରୁ ଆଜି ପ୍ରି-କ୍ୱାର୍ଟର ଫାଇନାଲରେ ଭାରତୀୟ ଖେଳାଳି 2024 ୟୁରୋପୀୟ ଚମ୍ପିଆନସିପ୍‌ର ବ୍ରୋଞ୍ଜ ପଦକ ବିଜେତା ହଙ୍ଗେରୀର ବର୍ନାଡେଟ ନେଗିଙ୍କ ସହ ମୁହାଁମୁହିଁ ହୋଇଥିଲେ । ରିତିକା ହଙ୍ଗେରୀର ବର୍ନାଡେଟ୍ ନେଗିଙ୍କୁ 12-2 ପଏଣ୍ଟରେ ପରାସ୍ତ କରି ମହିଳା 76 କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ପ୍ରକାଶ ଥାଉ, ଭାରତୀୟ ଯୁବ ରେସଲର ରିତିକା ଗତ ବର୍ଷ ବିଶ୍ବ ଅଣ୍ଡର-23 ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ; ମେଡାଲ ଟ୍ୟାଲିରେ ପାକିସ୍ତାନଠୁ ବି ପଛରେ ଭାରତ, ଗତ 40 ବର୍ଷରେ ସବୁଠାରୁ ଖରାପ ପ୍ରଦର୍ଶନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.