ETV Bharat / sports

Paris Olympics 2024; ପୁରୁଷ ଏକକ ଟେନିସ ଫାଇନାଲରେ ଗୋଲ୍ଡ ଜିତିଲେ ଜୋକୋଭିଚ, ବନିଲେ ସବୁଠୁ ବୟସ୍କ ଖେଳାଳି - Novak Djokovic Wins His Gold

author img

By ETV Bharat Sports Team

Published : Aug 5, 2024, 8:04 AM IST

Updated : Aug 5, 2024, 10:37 AM IST

Paris Olympics 2024, Novak Djokovic Wins His First-Ever Gold In Olympics: ପ୍ୟାରିସ ଅଲିମ୍ପିକ୍ସ 2024ରେ ପୁରୁଷ ଏକକ ଟେନିସ ଫାଇନାଲ ଇଭେଣ୍ଟରେ ଗୋଲ୍ଡ ଜିତି ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ

Novak Djokovic Wins His First-Ever Gold
Novak Djokovic Wins His First-Ever Gold (AP PHOTOS)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ଜିତିଲେ ଭେଟେରାନ ଟେନିସ ଖେଳାଳି ନୋଭାକ ଜୋକୋଭିଚ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ପୁରୁଷ ଏକକ ଟେନିସ ଫାଇନାଲ ଇଭେଣ୍ଟରେ ଗୋଲ୍ଡ ଜିତି ରେକର୍ଡ କରିଛନ୍ତି । ସବୁଠୁ ବୟସ୍କ ଖେଳାଳି ଭାବେ ଟେନିସ ପୁରୁଷ ଏକକ ଫାଇନାଲରେ ଜିତିଲେ ଗୋଲ୍ଡ ପଦକ ।

ଏହା ବି ପଢନ୍ତୁ- ଅମିତଙ୍କୁ ରେଡ୍ କାର୍ଡ; ସେମିରେ ଖେଳିବେନି ଓଡିଆ ପୁଅ, ଅଲିମ୍ପିକ୍ସରେ ଅମ୍ପେୟାରଙ୍କ ବିବାଦୀୟ ନିଷ୍ପତ୍ତିକୁ ବିରୋଧ, ଆପତ୍ତି ଉଠାଇଲା ହକି ଇଣ୍ଡିଆ - Amit banned for Indias next game

ସବୁଠୁ ବୟସ୍କ ଟେନିସ ତାରକା ଭାବେ ଅଲିମ୍ପିକ୍ସରେ ଗୋଲ୍ଡ ଜିତିଲେ ସର୍ବିଆନ ଖେଳାଳି ନୋଭାକ ଜୋକୋଭିଚ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024 ପୁରୁଷ ଏକକ ଟେନିସ ଫାଇନାଲ ଇଭେଣ୍ଟରେ ରବିବାର ଜବରଦସ୍ତ ପ୍ରଦର୍ଶନ କରି ଗୋଲ୍ଡ ଜିତିଛନ୍ତି ନୋଭାକ ଜୋକୋଭିଚ । ନୋଭାକ ସିଧାସଳଖ 7-6, 7-6 ସେଟରେ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଏହା ହି ପଢନ୍ତୁ- Paris Olympics 2024; ପୁଣି ଶୁଟିଂରେ ନିରାଶ କଲେ ଭାରତୀୟ ଆଥଲେଟ୍, 25M ରାପିଡ୍ ଫାୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ବଡ ଝଟକା - Indian shooters miss out on finals

ଅଢେଇ ଘଣ୍ଟା ଧରି ଚାଲିଥିଲା ଏହି ଫାଇନାଲ ମ୍ୟାଚ । ନୋଭାକ ଫାଇନାଲରେ କାର୍ଲୋସ୍ ଆଲକାରାଜଙ୍କୁ ହରାଇଥିଲେ । ଏହି ବିଜୟ ସହିତ ନୋଭାକ ଜୋକୋଭିଚ ଅଲିମ୍ପିକ୍ସରେ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଶେଷ ଥର ପାଇଁ 2008 ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ନୋଭାକ ଜୋକୋଭିଚ । ତେବେ 37 ବର୍ଷରେ ଅଲିମ୍ପିକ୍ସ ଗୋଲ୍ଡ ଜିତି ଇତିହାସ ରଚିଛନ୍ତି ଜୋକୋଭିଚ ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: ଓଡ଼ିଆ ପୁଅ ଅମିତଙ୍କୁ ବ୍ୟାନ୍‌ କରିବା ପଡ଼ିଲା ମହଙ୍ଗା; ଏମିତି ବଦଳିଗଲା ଖେଳର ମୋଡ଼ - Paris Olympics 2024

ସ୍ପେନ୍ ଷ୍ଟାର ତଥା ଟେନିସ ମାଇଷ୍ଟ୍ରୋ ରାଫାନ ନାଦାଲଙ୍କୁ ଚଳିତ ଅଲିମ୍ପିକ୍ସରେ ହରାଇଛନ୍ତି ନୋଭାକ ଜୋକୋଭିଚ। ସେ ତାଙ୍କ କ୍ୟାରିଅରରେ 24ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଏହା ସହିତ ନୋଭାକ ଜୋକୋଭିଚ ମଧ୍ୟ ତାଙ୍କ କ୍ୟାରିଅରରେ ଗୋଲ୍ଡେନ୍ ସ୍ଲାମ୍ ଜିତିଛନ୍ତି । ତାଙ୍କ ସହିତ ପୂର୍ବରୁ ଏହି ଗୋଲ୍ଡେନ ସ୍ଲାମ ଜିତିଥିବା ଖେଳାଳେ ହେଲେ, ରାଫେଲ ନାଦାଲ, ସେରେନା ଓ୍ବିଲିୟମ୍ସ, ଆନ୍ଦ୍ରେ ଆଗାସି ଏବଂ ଷ୍ଟିଫି ଗ୍ରାଫ୍ ।

ଅଲିମ୍ପିକ୍ସରେ ଭାରତର ଅଭିଯାନ-

ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ଯାଏଁ ଭାରତ ମାତ୍ର 3ଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଛି । ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ ଏହି ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଧୋକ୍କା ! ନିଶାନ୍ତ ଦେବଙ୍କ ପରାଜୟ ପରେ ନିଆଁବାଣ ଭାରତୀୟ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2024, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.