ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ମେଡାଲ ଟ୍ୟାଲିରେ ପାକିସ୍ତାନଠୁ ବି ପଛରେ ରହିଲା ଭାରତ; ଆମେରିକାକୁ ପଛରେ ପକାଇଲା ଚାଇନା - Paris Olympics 2024

author img

By ETV Bharat Sports Team

Published : Aug 11, 2024, 4:07 PM IST

Paris Olympics 2024 medal tally : ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଟ୍ଯାଲିରେ ଆମେରିକାକୁ ପଛରେ ପକାଇ ଚୀନ୍ ଟେବୁଲ ଟପ୍ପର । ଅନ୍ୟପଟେ ପାକିସ୍ତାନଠୁ ପଛରେ ପଡ଼ିଯାଇଛି ଭାରତ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ର ମେଡାଲ ଟ୍ୟାଲି ଉପରେ,

Paris Olympics 2024 medal tally
Paris Olympics 2024 medal tally (AP Photo)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ମାତ୍ର 6ଟି ପଦକ ସହିତ ଶେଷ ହୋଇଛି । ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ପଦକ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ପ୍ୟାରିସ ଯାଇଥିଲା । ହେଲେ 6 ଜଣ ଆଥଲେଟ୍‌ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିବା ଏବଂ ଭିନେଶ ଫୋଗତଙ୍କ ଅଯୋଗ୍ୟତା ଯୋଗୁଁ ଭାରତକୁ ନିରାଶ ହେବାକୁ ପଡ଼ିଛି । ଅନ୍ୟପଟେ ଆମେରିକାକୁ ପଛରେ ପକାଇ ପ୍ୟାରିସ ଅଲିମ୍ପିକ୍ସର ପଦକ ଟେବୁଲରେ ଚୀନ୍ ଶୀର୍ଷ ସ୍ଥାନ ହାସଲ କରିଛି ।

Paris Olympics 2024 medal tally
Paris Olympics 2024 medal tally (IANS Photo)

ଆମେରିକାକୁ ପଛରେ ପକାଇଲା ଚୀନ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ ଚୀନ୍‌ ମେଡାଲ ଟ୍ୟାଲିରେ ଆମେରିକାକୁ ପଛରେ ପକାଇଛି । ରବିବାର ଖେଳର ଅନ୍ତିମ ଦିନରେ 39ଟି ସ୍ବର୍ଣ୍ଣ, 27 ରୌପ୍ୟ ଏବଂ 24ଟି ବ୍ରୋଞ୍ଜ ପଦକ ସହିତ ତାଲିକାର ଶୀର୍ଷରେ ରହିଛି ଚୀନ । ଅନ୍ୟପଟେ ଆମେରିକା ମୋଟ 122 ପଦକ ଜିତିଥିଲ ମଧ୍ୟ ମେଡାଲ ଟ୍ଯାଲିରେ ଦ୍ବିତୀୟରେ ରହିଛି । ସେଥିମଧ୍ୟରେ 38ଟି ସ୍ବର୍ଣ୍ଣ, 42ଟି ରୌପ୍ୟ ଏବଂ 42ଟି ବ୍ରୋଞ୍ଜ ପଦକ ସାମିଲ ଅଛି । ଆମେରିକାର ମୋଟ ପଦକ ସଂଖ୍ୟା ଚୀନ୍ ତୁଳନାରେ ଅଧିକ । ମାତ୍ର ଗୋଟିଏ ସ୍ବର୍ଣ୍ଣ ପଦକ ପଛରେ ରହିଥିବାରୁ ଆମେରିକା ପଦକ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

ଅଷ୍ଟ୍ରେଲିଆ-ଜାପାନ ବି ଦେଖାଇଲେ ଦବଦବା, ଟପ୍‌-5ରେ ଫ୍ରାନ୍ସ :-

ପ୍ୟାରିସ ଗେମ୍ସରେ ଅଷ୍ଟ୍ରେଲିଆ ମୋଟ 50 ପଦକ ଜିତିଛି । କଙ୍ଗାରୁ ଦେଶକୁ 18ଟି ସ୍ବର୍ଣ୍ଣ, 18ଟି ରୌପ୍ୟ ଏବଂ 14ଟି ବ୍ରୋଞ୍ଜ ପଦକ ଯାଇଛି । ଏହା ସହିତ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଏଥି ସହିତ ଜାପାନ ପଦକ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । 18ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଏବଂ 13ଟି ବ୍ରୋଞ୍ଜ ସହିତ ମୋଟ 43 ପଦକ ହାସଲ କରିଛି ଜାପାନ । ସେହିଭଳି ଆୟୋଜକ ଫ୍ରାନ୍ସ ମଧ୍ୟ ଶୀର୍ଷ 5 ମଧ୍ୟରେ ସ୍ଥାନ ପାଇଛି । 16ଟି ସ୍ବର୍ଣ୍ଣ, 24 ରୌପ୍ୟ ଏବଂ 22ଟି ବ୍ରୋଞ୍ଜ ସହିତ ମୋଟ 62 ପଦକ ହାସଲ କରି ଫ୍ରାନ୍ସ ପଦକ ତାଲିକାରେ ଶୀର୍ଷ -5ରେ ସ୍ଥାନ ପାଇଛି । ଅନ୍ୟପଟେ 14ଟି ସ୍ବର୍ଣ୍ଣ, 22ଟି ରୌପ୍ୟ ଏବଂ 27ଟି ବ୍ରୋଞ୍ଜ ସହ ମୋଟ 63 ପଦକ ଜିତିବା ପରେ ମଧ୍ୟ ବ୍ରିଟେନ ଶୀର୍ଷ -5ରୁ ବାହାରି ଷଷ୍ଠ ସ୍ଥାନକୁ ଖସି ଆସିଛି ।

71ତମ ସ୍ଥାନରେ ରହି ଅଭିଯାନ ଶେଷ କଲା ଭାରତ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ପ୍ରଦର୍ଶନ ସେତେଟା ଭଲ ନଥିଲା । କେବଳ ଗୋଟିଏ ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ସହିତ ମୋଟ 6ଟି ପଦକ ଜିତି ପଦକ ତାଲିକାରେ 71 ମସ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି ଭାରତ । ପ୍ୟାରିସ୍ ଅଲିମ୍ପିକ୍ସରେ ମୋଟ 206 ଦେଶ ଅଂଶଗ୍ରହଣ କରିଥିବା ବେଳେ ସେଥ୍ରୁ ସମୁଦାୟ 91ଟି ଦେଶ କିଛି ନା କିଛି ପଦକ ଜିତିଛନ୍ତି । ଏହି 91ଟି ଦେଶ ପଦକ ଟ୍ୟାଲିରେ 82ଟି ସ୍ଥାନରେ ରହିଛନ୍ତି । ଯେଉଁଥିରେ ଭାରତ 71ତମ ସ୍ଥାନରେ ରହିଛି ।​ କେବଳ ଗୋଟିଏ ପଦକ ପାଇ ପାକିସ୍ତାନ ମଧ୍ୟ ଭାରତ ଠାରୁ ଊର୍ଦ୍ଧ୍ବରେ 62ତମ ସ୍ଥାନରେ ରହିଛି । କାରଣ ଜାଭେଲିନ ଥ୍ରୋ ଇଭେଣ୍ଟରେ ପାକିସ୍ତାନ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଟ୍ୟାଲି (ଶୀର୍ଷ-5 ଦେଶ ଓ ଭାରତ) :-

ସ୍ଥାନଦେଶସ୍ବର୍ଣ୍ଣରୌପ୍ୟକାଂସ୍ୟମୋଟ
1ଚୀନ39272490
2ୟୁଏସ୍‌ଏ384242122
3ଅଷ୍ଟ୍ରେଲିଆ18181450
4ଜାପାନ18121343
5ଫ୍ରାନ୍ସ16242262
71ଭାରତ0156

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ: କେତେବେଳେ ଓ କେମିତି ଦେଖିବେ ? ଜାଣନ୍ତୁ କଣ ହେବ ସ୍ପେଶାଲ - Paris Olympics 2024

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.