ETV Bharat / sports

PARIS OLYMPICS 2024: କ୍ବାର୍ଟର ଫାଇନାଲରେ ଲକ୍ଷ୍ୟ, ପ୍ରଣୟଙ୍କ ଅଲମ୍ପିକ୍ସ ଅଭିଯାନ ଶେଷ - badminton mens singles event

author img

By ETV Bharat Sports Team

Published : Aug 1, 2024, 7:04 PM IST

Updated : Aug 1, 2024, 7:48 PM IST

lakshya sen in Quarter Finals : ଆଜିର ଏହି ମ୍ୟାଚ ବିଜୟ ପରେ ଲକ୍ଷ୍ୟ କ୍ବାର୍ଟର ଫାଇନାଲରେ 12 ତମ ସିଡ୍ ଖେଳାଳି ତଥା ଚୀନ ଷ୍ଟାର ଚୌ ତିନ୍ ଚେନଙ୍କୁ ଭେଟିବେ ଆସନ୍ତାକାଲି ଭେଟିବେ । ଅଧିକ ପଢନ୍ତୁ

lakshya sen
lakshya sen (AP Photo)

ପ୍ୟାରିସ (ଫ୍ରାନ୍ସ): ଲକ୍ଷ୍ୟ ସେନଙ୍କ ଦମଦାର ପ୍ରଦର୍ଶନ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଲକ୍ଷ୍ୟଙ୍କ ବିଜୟ ଧାରା ଜାରି । ଗୁରୁବାର ଲକ୍ଷ୍ୟ ସେନ ଏବଂ ଏଚଏସ ପ୍ରଣୟ ଦୁହେଁ ପ୍ରି-କ୍ବାର୍ଟର ଫାଇନାଲରେ ମୁଁହାମୁହିଁ ହୋଇଥିଲେ । 39 ମିନିଟର ଏହି ମୁକାବିଲାକୁ ଲକ୍ଷ୍ୟ ସିଧାସଳଖ ସେଟ 21-12, 21-6ରେ ହରାଇଥିଲେ ।

ଏହି ବି ପଢନ୍ତୁ - ସାତ୍ତ୍ବିକ-ଚିରାଗଙ୍କ ମଉଳିଗଲା ମେଡାଲ ଆଶା, କ୍ବାର୍ଟର ଫାଇନାଲରେ ପରାଜୟ ପରେ ଅଲିମ୍ପିକ୍ସ ଅଭିଯାନ ଶେଷ - satwik chirag campaign end

ଆଜିର ଏହି ବିଜୟ ପରେ ଲକ୍ଷ୍ୟ ସେନ୍ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି । ଇଣ୍ଡୋନେସିଆର ଷ୍ଟାର ସଟଲର ଜୋନାଟନ ଖ୍ରୀଷ୍ଟେଙ୍କୁ ହରାଇ ଫର୍ମରେ ଅଛନ୍ତି ଲକ୍ଷ୍ୟ । ଏପଟେ ପ୍ରଣୟ ମଧ୍ୟ ଦମଦାର କଡା ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରି ଏହି ରାଉଣ୍ଡକୁ ଉଠିଥିଲେ । ତେବେ ଆଜିର ମ୍ୟାଚ ଆରମ୍ଭରୁ ଲକ୍ଷ୍ୟ ସେନ ଆକ୍ରମଣାତ୍ମକ ମ୍ୟାଚ ଖେଳି ପ୍ରଣୟଙ୍କୁ ସ୍ମାସ ମାରି ଘାଇଲା କରିଥିଲେ । ତେବେ ବିଶ୍ବର 13 ନମ୍ବର ରାଙ୍କ ଧାରି ଖେଳାଳି ପ୍ରଣୟଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା ।

ଏହା ବି ପଢନ୍ତୁ-ରେଲଓ୍ବେ TTEରୁ ଅଲିମ୍ପିକ୍ସ ମେଡାଲ; ସ୍ବପ୍ନୀଲଙ୍କ ପ୍ରେରଣାଦାୟୀ କ୍ୟାରିଅରରେ ଧୋନୀଙ୍କ କନେକସନ୍, ଅଭିନବ ବିନ୍ଦ୍ରାଙ୍କ ସୁଟିଂ ପାଇଁ ଦ୍ବାଦଶ ପରୀକ୍ଷା ଦେଇନଥିଲେ - Swapnil Kusale inspirational story

ମ୍ୟାଚ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଷ୍ଟାର ସଟଲର ଲକ୍ଷ୍ୟ । ଏପଟେ ଆଜିର ଏହି ମ୍ୟାଚ ବିଜୟ ପରେ ଲକ୍ଷ୍ୟ କ୍ବାର୍ଟର ଫାଇନାଲରେ 12 ତମ ସିଡ୍ ଖେଳାଳି ତଥା ଚୀନ ଷ୍ଟାର ଚୌ ତିନ୍ ଚେନଙ୍କୁ ଭେଟିବେ ଆସନ୍ତାକାଲି ଭେଟିବେ । ତେବେ ଲକ୍ଷ୍ୟ ଏବଂ ପିଭି ସିନ୍ଧୁଙ୍କ ଉପରେ ଭାରତର ପଦକ ବିଜୟ ଆଶା ରହିଛି ।

ଏପଟେ ଭାରତର ତୃତୀୟ ଖେଳାଳି ଭାବେ ପାରୁପଲି କଶ୍ୟପ ଏବଂ କାଦମ୍ବୀ ଶ୍ରୀକାନ୍ତଙ୍କ ପରେ ଲକ୍ଷ୍ୟ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଇଭେଣ୍ଟ କ୍ବାର୍ଟର ଫାଇନାଲ ରାଉଣ୍ଡକୁ ଉଠିଛନ୍ତି । କାଶ୍ୟପ 2012ରେ କ୍ବାର୍ଟର ପାଇନାଲକୁ ଉଠିଥିଲେ ସେହିପରି ଶ୍ରୀକାନ୍ତ 2016 ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲକୁ ଉଠିଥିଲେ ।

ପ୍ରଥମ ମ୍ୟାଚ ହୋଇଥିଲା ବାତିଲ-

ପ୍ୟାରିସ ଅଲିମ୍ପିକ୍ସରେ ପ୍ରତ୍ୟେକ ଖେଳାଳି ଗୋଟିଏ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସେହିଭଳି ଉଦ୍ୟମରେ ପ୍ରଥମ ମ୍ୟାଚ୍‌ ଜିତି ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲେ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ । ହେଲେ ପ୍ରଥମ ମ୍ୟାଚ୍ ଜିତିବା ପରେ ମଧ୍ୟ ତାଙ୍କୁ ସେହି ମ୍ୟାଚ୍ ଆଉଥରେ ଖେଳିବାକୁ ପଡିଥିଲା, କାରଣ ଗୁଆଟେମାଲା ଖେଳାଳି କେଭିନ୍ କର୍ଡନଙ୍କ ବିପକ୍ଷରେ ଲକ୍ଷ୍ୟ ପାଇଥିବା ବିଜୟ ବାତିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.